ଏବେ ଆର୍ଟ୍ସ ଓ କମର୍ସ ଛାତ୍ରଛାତ୍ରୀ ବି ହୋଇପାରିବେ କମର୍ଶିଆଲ ପାଇଲଟ୍: ଖୁବ୍ଶୀଘ୍ର ହୋଇପାରେ ନିୟମ ପରିବର୍ତ୍ତନ
ନୂଆଦିଲ୍ଲୀ: କେବଳ ସାଇନ୍ସ ନୁହେଁ ଆର୍ଟ୍ସ ଓ କମର୍ସ ଛାତ୍ରଛାତ୍ରୀ ମଧ୍ୟ କମର୍ଶିଆଲ ପାଇଲଟ୍ ହୋଇପାରିବେ। କମର୍ଶିଆଲ ପାଇଲଟ ହେବାକୁ ହେଲେ ଆବଶ୍ୟକୀୟ ଯୋଗ୍ୟତାରେ ଦ୍ୱାଦଶ ଶ୍ରେଣୀରେ ଆବଶ୍ୟକ ପଡ଼ୁଥିବା ଫିଜିକ୍ସ(ପଦାର୍ଥ ବିଜ୍ଞାନ) ଏବଂ ମ୍ୟାଥମେଟିକ୍ସ(ଗଣିତ) ବିଷୟକୁ ହଟାଇ ଦେବାକୁ ଚିନ୍ତା କରାଯାଉଛି। ଏହି ଦୁଇଟି ବିଷୟକୁ ହଟାଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କୁ ବି କମର୍ସିଆଲ୍ ପାଇଲଟ୍ ଭାବରେ ତାଲିମ ନେବାକୁ ଅନୁମତି ଦେବା ଉପରେ ବିଚାର କରୁଛନ୍ତି ବିମାନ ଚଳାଚଳ ନିୟାମକ । ଏନେଇ ଟାଇମ୍ସ ଅଫ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି। ବର୍ତ୍ତମାନ, ଭାରତରେ କେବଳ ବିଜ୍ଞାନ ଛାତ୍ରମାନେ କମର୍ସିଆଲ ପାଇଲଟ୍ ଲାଇସେନ୍ସ ହାସଲ କରିପାରିବାର ନିୟମ ରହିଛି। ଯାହା ୧୯୯୦ ଦଶକର ମଧ୍ୟଭାଗରୁ ଲାଗୁ ହୋଇଆସୁଛି। ହେଲେ ତା’ ପୂର୍ବରୁ କମର୍ସିଆଲ ପାଇଲଟ ହେବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା କେବଳ ଦଶମ ଶ୍ରେଣୀ ଥିଲା। ନୂଆ ଢାଞ୍ଚାରେ ଆଟ୍ସ ଓ କମର୍ଶ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ସୁଯୋଗ ଦିଆଗଲେ ସମସ୍ତ ଆବେଦନକାରୀଙ୍କ ପାଇଁ ଡାକ୍ତରୀ ଫିଟନେସ୍ ମାନଦଣ୍ଡ ବାଧ୍ୟତାମୂଳକ ରହିବ। ସୁପାରିଶଟି ଚୂଡ଼ାନ୍ତ ହେବା ପରେ, ଅନୁମୋଦନ ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଯିବ। ପଢନ୍ତୁ- ବିଶ୍ୱର ଶ୍ରେଷ୍ଠ ୧୦୦ ହସ୍ପିଟାଲ୍ ମଧ୍ୟରେ ସାମିଲ୍ ହେଲା ଦିଲ୍ଲୀ ଏମ୍ସ: ଏକ ନମ୍ବରରେ କିଏ ଜାଣନ୍ତୁଇଣ୍ଡିଗୋ ଏବଂ ଆଲାଏନ୍ସ ଏୟାରର ପୂର୍ବତନ କାର୍ଯ୍
ନୂଆଦିଲ୍ଲୀ: କେବଳ ସାଇନ୍ସ ନୁହେଁ ଆର୍ଟ୍ସ ଓ କମର୍ସ ଛାତ୍ରଛାତ୍ରୀ ମଧ୍ୟ କମର୍ଶିଆଲ ପାଇଲଟ୍ ହୋଇପାରିବେ। କମର୍ଶିଆଲ ପାଇଲଟ ହେବାକୁ ହେଲେ ଆବଶ୍ୟକୀୟ ଯୋଗ୍ୟତାରେ ଦ୍ୱାଦଶ ଶ୍ରେଣୀରେ ଆବଶ୍ୟକ ପଡ଼ୁଥିବା ଫିଜିକ୍ସ(ପଦାର୍ଥ ବିଜ୍ଞାନ) ଏବଂ ମ୍ୟାଥମେଟିକ୍ସ(ଗଣିତ) ବିଷୟକୁ ହଟାଇ ଦେବାକୁ ଚିନ୍ତା କରାଯାଉଛି। ଏହି ଦୁଇଟି ବିଷୟକୁ ହଟାଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କୁ ବି କମର୍ସିଆଲ୍ ପାଇଲଟ୍ ଭାବରେ ତାଲିମ ନେବାକୁ ଅନୁମତି ଦେବା ଉପରେ ବିଚାର କରୁଛନ୍ତି ବିମାନ ଚଳାଚଳ ନିୟାମକ । ଏନେଇ ଟାଇମ୍ସ ଅଫ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।

ବର୍ତ୍ତମାନ, ଭାରତରେ କେବଳ ବିଜ୍ଞାନ ଛାତ୍ରମାନେ କମର୍ସିଆଲ ପାଇଲଟ୍ ଲାଇସେନ୍ସ ହାସଲ କରିପାରିବାର ନିୟମ ରହିଛି। ଯାହା ୧୯୯୦ ଦଶକର ମଧ୍ୟଭାଗରୁ ଲାଗୁ ହୋଇଆସୁଛି। ହେଲେ ତା’ ପୂର୍ବରୁ କମର୍ସିଆଲ ପାଇଲଟ ହେବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା କେବଳ ଦଶମ ଶ୍ରେଣୀ ଥିଲା। ନୂଆ ଢାଞ୍ଚାରେ ଆଟ୍ସ ଓ କମର୍ଶ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ସୁଯୋଗ ଦିଆଗଲେ ସମସ୍ତ ଆବେଦନକାରୀଙ୍କ ପାଇଁ ଡାକ୍ତରୀ ଫିଟନେସ୍ ମାନଦଣ୍ଡ ବାଧ୍ୟତାମୂଳକ ରହିବ। ସୁପାରିଶଟି ଚୂଡ଼ାନ୍ତ ହେବା ପରେ, ଅନୁମୋଦନ ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଯିବ।

ପଢନ୍ତୁ- ବିଶ୍ୱର ଶ୍ରେଷ୍ଠ ୧୦୦ ହସ୍ପିଟାଲ୍ ମଧ୍ୟରେ ସାମିଲ୍ ହେଲା ଦିଲ୍ଲୀ ଏମ୍ସ: ଏକ ନମ୍ବରରେ କିଏ ଜାଣନ୍ତୁ
ଇଣ୍ଡିଗୋ ଏବଂ ଆଲାଏନ୍ସ ଏୟାରର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଭିଜ୍ଞ ପାଇଲଟ୍ କ୍ୟାପ୍ଟେନ୍ ଶକ୍ତି ଲୁମ୍ବା ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତ୍କାର ଦେଇ କମର୍ସିଆଲ୍ ପାଇଲଟ ପାଇଁ ବର୍ତ୍ତମାନର ଶିକ୍ଷାଗତ ଆବଶ୍ୟକତାକୁ ପୁରୁଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାଇଲଟ୍ ତାଲିମ ପାଇଁ ଦ୍ୱାଦଶ ଶ୍ରେଣୀର ପଦାର୍ଥ ବିଜ୍ଞାନ ଏବଂ ଗଣିତ ଆବଶ୍ୟକ ରହିବା ଭାରତ ଅନନ୍ୟ। ତେବେ ଜୁନିଅର ଶ୍ରେଣୀରେ ଅର୍ଜନ କରାଯାଇଥିବା ମୌଳିକ ଶିକ୍ଷା ହିଁ ପାଇଲଟମାନ ପାଇଁ ଯଥେଷ୍ଟ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ମଧ୍ୟ ସାରା ଦେଶରେ ଫ୍ଲାଇଁ ସ୍କୁଲଗୁଡ଼ିକ ପାଇଁ ଏକ ରାଙ୍କିଂ ସିଷ୍ଟମ ସୃଷ୍ଟି କରିବା ଉପରେ କାମ କରୁଛି। ଏହି ସିଷ୍ଟମ ସୁରକ୍ଷା ଏବଂ ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ ପୂରଣ କରିବା ପାଇଁ ଆବଶ୍ୟକୀୟ ଅବଧି ଭଳି କାରଣଗୁଡ଼ିକୁ ବିଚାର କରିବ, ଯାହାର ଲକ୍ଷ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ଭଲ ଭାବରେ ଅବଗତ ରଖିବା। ମନ୍ତ୍ରଣାଳୟ ଭାରତରେ ବର୍ଦ୍ଧିତ ବିମାନ ଶିଳ୍ପର କର୍ମଚାରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ପାଇଲଟ୍ ତାଲିମକୁ ସୁବ୍ୟବସ୍ଥିତ କରିବାର ଉପାୟ ମଧ୍ୟ ଖୋଜୁଥିବା ଜଣାପଡ଼ିଛି।
୨୦୨୩ ମସିହାରେ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଡିଜିସିଏ ୧,୬୨୨ଟି କମର୍ସିଆଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ଜାରି କରିଥିଲା। ଯାହା ୨୦୨୨ ର ୧୧୬୫ ତୁଳନାରେ ୩୯ ପ୍ରତିଶତ ଅଧିକ ଥିଲା। ୨୦୨୩ ସିପିଏଲ ପାଇଥିବା ମହିଳା ଅଂଶ ୨୨.୫ ପ୍ରତିଶତ ବୃଦ୍ଧି ପାଇଛି। ଯାଗା ଗତ ଦଶ ବର୍ଷ ମଧ୍ୟରେ ସର୍ବାଧିକ।

DGCA ନିୟମ ଅନୁଯାୟୀ ଭାରତରେ ପାଇଲଟ୍ ହେବା ପାଇଁ, ପ୍ରାର୍ଥୀମାନଙ୍କୁ ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାକୁ ପଡିବ ଏବଂ ଏକ ସଂରଚିତ ତାଲିମ ଏବଂ ପ୍ରମାଣପତ୍ର ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ। ସେସବୁ ପଏଣ୍ଟରେ ଜାଣନ୍ତୁ-
• ଆବେଦନକାରୀଙ୍କୁ DGCA-ଅଧିକୃତ ଡାକ୍ତରୀ ପରୀକ୍ଷକଙ୍କଠାରୁ ଏକ କ୍ଲାସ୍-୧ ଡାକ୍ତରୀ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ଏଥିରେ ଦୃଷ୍ଟିଶକ୍ତି, ଶ୍ରବଣ ଏବଂ ହୃଦ୍ରୋଗ ଆଦି ସବୁ କ୍ଷେତ୍ରରେ ଯାଞ୍ଚ କରି ଡାକ୍ତରୀ ସାର୍ଟିଫିକେଟ୍ ପ୍ରସ୍ତୁତ କରାଯିବ।
• ଆଶାୟୀମାନଙ୍କୁ ନାଭିଗେସନ୍, ରେଗୁଲେସନ ଏବଂ ଫ୍ଲାଇଟ ପ୍ଲାନିଂ ଭଳି ବିଷୟଗୁଡ଼ିକରେ ଥଓରି ଜ୍ଞାନ ଅର୍ଜନ କରିବାକୁ ପଡ଼ିବ।
• ପ୍ରାର୍ଥୀମାନଙ୍କୁ DGCA-ଅନୁମୋଦିତ ଫ୍ଲାଇଂ ଟ୍ରେନିଂ ଅର୍ଗାନାଇଜେସନ୍ (FTO) ରେ ନାମ ଲେଖାଇବାକୁ ପଡିବ ଏବଂ ଅତି କମରେ ୨୦୦ ଘଣ୍ଟା ଉଡ଼ାଣ ପୂରଣ କରିବାକୁ ପଡିବ।