କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ବଡ଼ ଆକ୍ସନ, ଅନନ୍ତନାଗରେ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇ ପଚରାଉଚରା ଜାରି
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ବଡ଼ ଆକ୍ସନ । ପହଲଗାମ ଆକ୍ରମଣ ପରେ ସୁରକ୍ଷାବଳ ଅନନ୍ତନାଗ ଜିଲ୍ଲାରେ ପ୍ରାୟ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛନ୍ତି । ପୋଲିସ ସୂଚନା ଅନୁସାରେ ଗତ ଚାରି ଦିନରେ ଅନନ୍ତନାଗ ପୋଲିସ, ସେନା, ସିଆରପିଏଫ୍ ଓ ଅନ୍ୟ ଏଜେନ୍ସିଙ୍କ ସଂଯୁକ୍ତ ଟିମ୍ ସନ୍ଦିଗ୍ଧ ଠିକଣାରେ ଯାଞ୍ଚ କରୁଛନ୍ତି । ପୂରା ଜିଲ୍ଲାରେ ବ୍ୟାପକ ଘେରାବନ୍ଦୀ କରି ସର୍ଚ୍ଚ ଅଭିଯାନ ଜାରି ରଖାଯାଇଛି । ପୋଲିସ ଏକ ବୟାନରେ କହିଛି, 'ଏହି ଅଭିଯାନରେ ପୂରା ଜିଲ୍ଲାରେ ଅନେକ ସ୍ଥାନରେ ଚଢଉ କରାଯାଇଛି । ସତର୍କତା ସହ ଦିନ-ରାତି ସର୍ଚ୍ଚ ଅପରେସନ କରାଯାଉଛି । ଏବେ ସୁଦ୍ଧା ଆତଙ୍କବାଦୀ ଗତିବିଧିରେ ସହାୟତା କରୁଥିବା ନେଟୱାର୍କକୁ ଶେଷ କରିବା ପାଇଁ ଜେରା ଲାଗି ପ୍ରାୟ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି ।'ପହଲଗାମରେ ଏପ୍ରିଲ୍ ୨୨ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣ ପରେ ସୁରକ୍ଷା କର୍ମୀଙ୍କ ଦ୍ୱାରା କାଶ୍ମୀରରେ ବଡ଼ ଧରଣ ସର୍ଚ୍ଚ ଅପରେସନ କରାଯାଉଛି । ମଧ୍ୟ କାଶ୍ମୀରର ଗନ୍ଦେରବଲ ଜିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମସ୍ତ ପ୍ରକାର ବିପଦ ଆଶଂକାକୁ ଶେଷ କରିବା ପାଇଁ ଗନ୍ଦେରବଲ ପୋଲିସ, ସେନା, ଅର୍ଦ୍ଧାସାମରିକ ବାହିନୀ, ସିଆରପିଏଫ୍ ଓ ଏସସବି ସହ ମିଶି କାମ କରୁଛନ୍ତି । ଖାସ କରି ସେହି ସବୁ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି, ଯେଉଁଥିରେ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ବଡ଼ ଆକ୍ସନ । ପହଲଗାମ ଆକ୍ରମଣ ପରେ ସୁରକ୍ଷାବଳ ଅନନ୍ତନାଗ ଜିଲ୍ଲାରେ ପ୍ରାୟ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛନ୍ତି । ପୋଲିସ ସୂଚନା ଅନୁସାରେ ଗତ ଚାରି ଦିନରେ ଅନନ୍ତନାଗ ପୋଲିସ, ସେନା, ସିଆରପିଏଫ୍ ଓ ଅନ୍ୟ ଏଜେନ୍ସିଙ୍କ ସଂଯୁକ୍ତ ଟିମ୍ ସନ୍ଦିଗ୍ଧ ଠିକଣାରେ ଯାଞ୍ଚ କରୁଛନ୍ତି । ପୂରା ଜିଲ୍ଲାରେ ବ୍ୟାପକ ଘେରାବନ୍ଦୀ କରି ସର୍ଚ୍ଚ ଅଭିଯାନ ଜାରି ରଖାଯାଇଛି । ପୋଲିସ ଏକ ବୟାନରେ କହିଛି, 'ଏହି ଅଭିଯାନରେ ପୂରା ଜିଲ୍ଲାରେ ଅନେକ ସ୍ଥାନରେ ଚଢଉ କରାଯାଇଛି । ସତର୍କତା ସହ ଦିନ-ରାତି ସର୍ଚ୍ଚ ଅପରେସନ କରାଯାଉଛି । ଏବେ ସୁଦ୍ଧା ଆତଙ୍କବାଦୀ ଗତିବିଧିରେ ସହାୟତା କରୁଥିବା ନେଟୱାର୍କକୁ ଶେଷ କରିବା ପାଇଁ ଜେରା ଲାଗି ପ୍ରାୟ ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି ।'
ପହଲଗାମରେ ଏପ୍ରିଲ୍ ୨୨ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣ ପରେ ସୁରକ୍ଷା କର୍ମୀଙ୍କ ଦ୍ୱାରା କାଶ୍ମୀରରେ ବଡ଼ ଧରଣ ସର୍ଚ୍ଚ ଅପରେସନ କରାଯାଉଛି । ମଧ୍ୟ କାଶ୍ମୀରର ଗନ୍ଦେରବଲ ଜିଲ୍ଲାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମସ୍ତ ପ୍ରକାର ବିପଦ ଆଶଂକାକୁ ଶେଷ କରିବା ପାଇଁ ଗନ୍ଦେରବଲ ପୋଲିସ, ସେନା, ଅର୍ଦ୍ଧାସାମରିକ ବାହିନୀ, ସିଆରପିଏଫ୍ ଓ ଏସସବି ସହ ମିଶି କାମ କରୁଛନ୍ତି । ଖାସ କରି ସେହି ସବୁ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି, ଯେଉଁଥିରେ ରାଷ୍ଟ୍ର ବିରୋଧୀ ତତ୍ତ୍ୱ ସମ୍ଭବତଃ ଶରଣ ନେଇଥାଇପାରନ୍ତି ।
ଏହାରି ଭିତରେ ରାଜୋରି କ୍ଷେତ୍ରରେ ବି ସୁରକ୍ଷାବଳଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ଜାମ୍ମୁ-ରାଜୋରୀ-ପୁଞ୍ଛ ରାଜମାର୍ଗରେ ଯାନବାହାନ ଯାଞ୍ଚ କରାଯାଉଛି । ଯେକୌଣସି ଅପ୍ରିୟ ଘଣ୍ଟାକୁ ଏଡାଇବା ପାଇଁ ବ୍ୟାପକ ପରିମାଣରେ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଏହା ପୂର୍ବରୁ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ ।