ଏବେ ଇଡି ଜାଲରେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୧୨।୨: ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନ ସ୍କାମରେ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଇଡି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି। ତାଙ୍କୁ ପଚରାଉଚରା ପାଇଁ ମଙ୍ଗଳବାର (ଫେବୃଆରୀ ୧୩) ଅନୁସନ୍ଧାନକାରୀ ଏଜେନ୍ସି ସମ୍ମୁଖରେ ଉପସ୍ଥିତ ରହିବାକୁ କୁହାଯାଇଛି। ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ, ୨୦୦୨ (ପିଏମ୍‌ଏଲ୍‌ଏ) ଅନୁଯାୟୀ ସମନ ପଠାଯାଇଛି। ୨୦୨୨ରେ ଇଡି ଏହି ମାମଲାରେ ଚାର୍ଜସିଟ ଦାଖଲ କରିଥିଲା। ଚାର୍ଜସିଟରେ କୁହାଯାଇଛି , ଫାରୁକ ଅବଦୁଲ୍ଲା ଅଧ୍ୟକ୍ଷ […] The post ଏବେ ଇଡି ଜାଲରେ ଫାରୁକ ଅବଦୁଲ୍ଲା appeared first on Dharitri Odia News.

ଏବେ ଇଡି ଜାଲରେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୧୨।୨: ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନ ସ୍କାମରେ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଇଡି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି। ତାଙ୍କୁ ପଚରାଉଚରା ପାଇଁ ମଙ୍ଗଳବାର (ଫେବୃଆରୀ ୧୩) ଅନୁସନ୍ଧାନକାରୀ ଏଜେନ୍ସି ସମ୍ମୁଖରେ ଉପସ୍ଥିତ ରହିବାକୁ କୁହାଯାଇଛି। ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ, ୨୦୦୨ (ପିଏମ୍‌ଏଲ୍‌ଏ) ଅନୁଯାୟୀ ସମନ ପଠାଯାଇଛି। ୨୦୨୨ରେ ଇଡି ଏହି ମାମଲାରେ ଚାର୍ଜସିଟ ଦାଖଲ କରିଥିଲା।

ଚାର୍ଜସିଟରେ କୁହାଯାଇଛି , ଫାରୁକ ଅବଦୁଲ୍ଲା ଅଧ୍ୟକ୍ଷ ରହିଥିବା ସମୟରେ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନର ପଦାଧିକାରୀ ତଥା ଅନ୍ୟ ଲୋକଙ୍କ ଖେଳର ବିକାଶ ନାମରେ ମିଳିଥିବା ଫଣ୍ଡକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିଲେ। ଏହି ପାଣ୍ଠି ଅନେକ ଘରୋଇ ବ୍ୟାଙ୍କ ଆକାଉଣ୍ଟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କୁ ପଠାଯାଇଥିଲା।

The post ଏବେ ଇଡି ଜାଲରେ ଫାରୁକ ଅବଦୁଲ୍ଲା appeared first on Dharitri Odia News.