ଏବେ ଏମ୍ସ ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ, ଘରେ ବସି ଜାଣିପାରିବେ ଓ୍ବେଟିଂ ସ୍ଥିତି
ଯେତେବେଳେ ଭାରତର ସର୍ବୋତ୍ତମ ସରକାରୀ ହସ୍ପିଟାଲ ବିଷୟରେ ଆଲୋଚନା ହୁଏ, ଏମ୍ସ ଅର୍ଥାତ୍ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ର ନାମ ସର୍ବାଗ୍ରେ ଆସେ। କାରଣ ଦେଶର ଭଲ ଭଲ ଡାକ୍ତରମାନେ ଏଠାରେ ଅଛନ୍ତି ଓ ବିଭିନ୍ନ ରୋଗର ଚିକିତ୍ସା ସ୍ବଳ୍ପମୂଲ୍ୟରେ ହୋଇଥାଏ । କିନ୍ତୁ ଏମ୍ସର ସବୁଠାରୁ ବଡ଼ ସମସ୍ୟା ହେଲା ଏଠାରେ ହେଉଥିବା ପ୍ରବଳ ଗହଳି । ରୋଗର ଚିକିତ୍ସା ପାଇଁ ଲୋକମାନଙ୍କୁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥାଏ। […] The post ଏବେ ଏମ୍ସ ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ, ଘରେ ବସି ଜାଣିପାରିବେ ଓ୍ବେଟିଂ ସ୍ଥିତି appeared first on Odisha.News.

ଯେତେବେଳେ ଭାରତର ସର୍ବୋତ୍ତମ ସରକାରୀ ହସ୍ପିଟାଲ ବିଷୟରେ ଆଲୋଚନା ହୁଏ, ଏମ୍ସ ଅର୍ଥାତ୍ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ର ନାମ ସର୍ବାଗ୍ରେ ଆସେ। କାରଣ ଦେଶର ଭଲ ଭଲ ଡାକ୍ତରମାନେ ଏଠାରେ ଅଛନ୍ତି ଓ ବିଭିନ୍ନ ରୋଗର ଚିକିତ୍ସା ସ୍ବଳ୍ପମୂଲ୍ୟରେ ହୋଇଥାଏ । କିନ୍ତୁ ଏମ୍ସର ସବୁଠାରୁ ବଡ଼ ସମସ୍ୟା ହେଲା ଏଠାରେ ହେଉଥିବା ପ୍ରବଳ ଗହଳି ।
ରୋଗର ଚିକିତ୍ସା ପାଇଁ ଲୋକମାନଙ୍କୁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ କେନ୍ଦ୍ର ସରକାର ଏବେ ଏକ ସମାଧାନ ବାହାର କରିଛନ୍ତି ଯାହା ଲୋକଙ୍କୁ ଏମ୍ସ ଆଗରେ ଘଣ୍ଟା ଘଣ୍ଟା ଧରି ଲାଇନ ଲଗାଇବାକୁ ପଡ଼ିବ ନାହିଁ । ଲୋକମାନେ ଘରେ ବସି ସେମାନେ ଜାଣିପାରିବେ ଯେ ଏମ୍ସର କେଉଁ ବିଭାଗରେ କେତେ ଓ୍ବେଟିଂ ଅଛି।
କଥା ହେଉଛି ଏମ୍ସ ପ୍ରଶାସନ ଏକ ନୂତନ ଅନଲାଇନ୍ ଡ୍ୟାସବୋର୍ଡ ଲଞ୍ଚ କରିବାକୁ ଯାଉଛି। ଏହି ଡ୍ୟାସବୋର୍ଡ ରୋଗୀମାନଙ୍କୁ ରିଅଲ ଟାଇମରେ ଓ୍ବେଟିଂର ସ୍ଥିତି ବିଷୟରେ ସୂଚନା ପ୍ରଦାନ କରିବ। ଏହି ପଦକ୍ଷେପ ମାଧ୍ୟମରେ ଏମ୍ସ ରୋଗୀଙ୍କ ସମସ୍ୟାକୁ ହ୍ରାସ କରିବାକୁ ଚେଷ୍ଟା କରୁଛି। ଏହି ଡ୍ୟାସବୋର୍ଡରେ କେବଳ ଉପଲବ୍ଧ ଶଯ୍ୟା ନୁହେଁ ବରଂ ଓପିଡି, ଜରୁରୀକାଳୀନ, ଅସ୍ତ୍ରୋପଚାର ଏବଂ ଯାଞ୍ଚ ପାଇଁ ଅପେକ୍ଷା ସମ୍ପର୍କିତ ସମସ୍ତ ସୂଚନା ଉପଲବ୍ଧ କରାଯିବ। ଡ୍ୟାସବୋର୍ଡରେ ଜରୁରୀକାଳୀନ, ଟ୍ରମା ସେଣ୍ଟର, ବିଶ୍ରାମାଗାର ଏବଂ ଇ-ହସ୍ପିଟାଲ ବିଷୟରେ ସୂଚନା ପ୍ରଦାନ କରିବାର ଯୋଜନା ରହିଛି। ଏହି ପ୍ରକଳ୍ପ ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଆଗାମୀ କିଛି ଦିନ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ରୂପେ ଆରମ୍ଭ କରିବାର ଯୋଜନା ରହିଛି।
The post ଏବେ ଏମ୍ସ ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ, ଘରେ ବସି ଜାଣିପାରିବେ ଓ୍ବେଟିଂ ସ୍ଥିତି appeared first on Odisha.News.