ଆସାମ ବନ୍ୟାରେ ୫୨ ମୃତ, ୨୧ ଲକ୍ଷରୁ ଅଧିକ ପ୍ରଭାବିତ
ଗୁହାହାଟି,୫।୭: ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ୨୯ଟି ଜିଲାର ୨୧.୧୩ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାଜ୍ୟର ଅଧିକାଂଶ ପ୍ରମୁଖ ନଦୀରେ ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକ ରହିଛି। ସୋନିତପୁର ଜିଲାରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ମୋରିଗାଓଁ, ଡିବ୍ରୁଗଡ, ଡାରଙ୍ଗ, ଗୋଲାଘାଟ, ବିଶ୍ୱନାଥ ଏବଂ ଟିନୁସୁକିଆ ଜିଲାରେ ପ୍ରତ୍ୟେକ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ବନ୍ୟା ପ୍ରଭାବିତ ଜିଲାରେ ପ୍ରଶାସନ ୫୧୫ ରିଲିଫ କ୍ୟାମ୍ପ […] The post ଆସାମ ବନ୍ୟାରେ ୫୨ ମୃତ, ୨୧ ଲକ୍ଷରୁ ଅଧିକ ପ୍ରଭାବିତ appeared first on Dharitri Odia News.
ଗୁହାହାଟି,୫।୭: ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ୨୯ଟି ଜିଲାର ୨୧.୧୩ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାଜ୍ୟର ଅଧିକାଂଶ ପ୍ରମୁଖ ନଦୀରେ ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକ ରହିଛି। ସୋନିତପୁର ଜିଲାରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ମୋରିଗାଓଁ, ଡିବ୍ରୁଗଡ, ଡାରଙ୍ଗ, ଗୋଲାଘାଟ, ବିଶ୍ୱନାଥ ଏବଂ ଟିନୁସୁକିଆ ଜିଲାରେ ପ୍ରତ୍ୟେକ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି।
ବନ୍ୟା ପ୍ରଭାବିତ ଜିଲାରେ ପ୍ରଶାସନ ୫୧୫ ରିଲିଫ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ସ୍ଥାପନ କରିଛି ଯେଉଁଠାରେ ପ୍ରାୟ ୩.୮୬ ଲକ୍ଷ ଲୋକ ଆଶ୍ରୟ ନେଉଛନ୍ତି। ସେମାନଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିବା ପରେ ଅନେକ ବନ୍ୟା ପ୍ରଭାବିତ ଲୋକ ସୁରକ୍ଷିତ ସ୍ଥାନ, ଉଚ୍ଚ ସ୍ଥାନ, ବିଦ୍ୟାଳୟ କୋଠା, ରାସ୍ତା ଏବଂ ବ୍ରିଜରେ ଆଶ୍ରୟ ନେଉଛନ୍ତି। ଏହି ସମୟରେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୧ ଟି ପ୍ରାଣୀ ବନ୍ୟା ଜଳରେ ବୁଡ଼ି ଯାଇଥିବା ବେଳେ ଅନ୍ୟ ୬୫ ପ୍ରାଣୀ ଉଦ୍ଧାର ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDM) ର ବନ୍ୟା ରିପୋର୍ଟ ଅନୁଯାୟୀ, ଜୁଲାଇ ୨ରେ ଧାମଜୀ ଜିଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତିନସୁକିଆ ଜିଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
The post ଆସାମ ବନ୍ୟାରେ ୫୨ ମୃତ, ୨୧ ଲକ୍ଷରୁ ଅଧିକ ପ୍ରଭାବିତ appeared first on Dharitri Odia News.