ଏବେ ଏହିସବୁ ପ୍ରସଙ୍ଗରେ ରାହୁଲଙ୍କ ଠାରୁ ପରାମର୍ଶ ନେବେ ମୋଦି, ରୋଚକ ହେବାକୁ ଯାଉଛି ଜାତୀୟ ରାଜନୀତି

ନୂଆଦିଲ୍ଲୀ,୨୬।୬: ଦଶ ବର୍ଷ ପରେ ସଂସଦ ବିରୋଧୀଦଳର ନେତା ପାଇଛି। ଇର୍ଡିଆ ମେଣ୍ଟ ଲୋକ ସଭାରେ ବିରୋଧୀ ଦଳର ନେତା ଭାବେ ରାହୁଲଙ୍କ ନାଁ ଘୋଷଣା କରିଛି। ଏବେ ରାହୁଲଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ସହ ସମାନ ସୁବିଧା ମଧ୍ୟ ମିଳିବ। ଏଥିସହ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳର ନେତା ମିଳିତ ଭାବେ ଅନେକ ସାମ୍ବିଧାନିକ ପଦବୀର ମୁଖ୍ୟ ଚୟନ କରିବେ। ସଂସଦରେ ବିରୋଧୀଦଳର ନେତାଙ୍କ […] The post ଏବେ ଏହିସବୁ ପ୍ରସଙ୍ଗରେ ରାହୁଲଙ୍କ ଠାରୁ ପରାମର୍ଶ ନେବେ ମୋଦି, ରୋଚକ ହେବାକୁ ଯାଉଛି ଜାତୀୟ ରାଜନୀତି appeared first on Dharitri Odia News.

ଏବେ ଏହିସବୁ ପ୍ରସଙ୍ଗରେ ରାହୁଲଙ୍କ ଠାରୁ ପରାମର୍ଶ ନେବେ ମୋଦି, ରୋଚକ ହେବାକୁ ଯାଉଛି ଜାତୀୟ ରାଜନୀତି

ନୂଆଦିଲ୍ଲୀ,୨୬।୬: ଦଶ ବର୍ଷ ପରେ ସଂସଦ ବିରୋଧୀଦଳର ନେତା ପାଇଛି। ଇର୍ଡିଆ ମେଣ୍ଟ ଲୋକ ସଭାରେ ବିରୋଧୀ ଦଳର ନେତା ଭାବେ ରାହୁଲଙ୍କ ନାଁ ଘୋଷଣା କରିଛି। ଏବେ ରାହୁଲଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ସହ ସମାନ ସୁବିଧା ମଧ୍ୟ ମିଳିବ। ଏଥିସହ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳର ନେତା ମିଳିତ ଭାବେ ଅନେକ ସାମ୍ବିଧାନିକ ପଦବୀର ମୁଖ୍ୟ ଚୟନ କରିବେ। ସଂସଦରେ ବିରୋଧୀଦଳର ନେତାଙ୍କ କାର୍ଯ୍ୟ ହେଉଛି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇବା ଏବଂ ବିରୋଧୀଙ୍କ ଦୃଷ୍ଟିକୋଣ ଉପସ୍ଥାପନ କରିବା। ଏଭଳି ପରିସ୍ଥିତିରେ ପିଏମ ମୋଦି ଏବଂ ରାହୁଲ ଗାନ୍ଧୀ କେବେ ଏଭଳି ଆଲୋଚନା କରିବେ ଏବଂ ଏକାଠି ନିଷ୍ପତ୍ତି ନେବେ ତାହା ଦେଖିବା ଅତି ମଜାଦାର ରହିବ।

ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଭାବରେ ସମାନ ସୁବିଧା ଏବଂ ବେତନ ପାଇଥା’ନ୍ତିି। ଏହା ବ୍ୟତୀତ ବିରୋଧୀଦଳର ନେତା ମଧ୍ୟ ବିଭିନ୍ନ କମିଟିରେ ଅନ୍ତର୍ଭୁକ୍ତ ଥାଆନ୍ତି ଯାହା ଦେଶର ବଡ଼ ବଡ଼ ପଦବୀର ନିଯୁକ୍ତି କରିଥାଏ। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି), ଜାତୀୟ ନିର୍ବାଚନ କମିଶନର(ଇସିଆଇ) ଆରବିଆଇ ଗଭର୍ନର ଏବଂ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପରି ସାମ୍ବିଧାନିକ ଅନୁଷ୍ଠାନର ମୁଖ୍ୟ ଚୟନ କରନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କମିଟିରେ ଅଛନ୍ତି। ତେବେ ବର୍ତ୍ତମାନ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏକାଠି ବସି ଏହି ପଦବୀରେ କାହାକୁ ନିଯୁକ୍ତ କରାଯିବ ତାହା ସ୍ଥିର କରିବେ। ଏପରି ପରିସ୍ଥିତିରେ ଏହା ଅତି କୌତୁହଳପୂର୍ଣ୍ଣ ହେବ।

The post ଏବେ ଏହିସବୁ ପ୍ରସଙ୍ଗରେ ରାହୁଲଙ୍କ ଠାରୁ ପରାମର୍ଶ ନେବେ ମୋଦି, ରୋଚକ ହେବାକୁ ଯାଉଛି ଜାତୀୟ ରାଜନୀତି appeared first on Dharitri Odia News.