ଏବେ ଡାଇପର ବଦଳାଇବାକୁ ପ୍ରସ୍ତୁତ ହୁଅ, ଟ୍ରଫି ଜିତିବା ପରେ କାହାକୁ ଏମିତି କହିଲେ ବିରାଟ

ନୂଆଦିଲ୍ଲୀ,୪ା୬: IPL ସିଜିନ ୧୮ର ଫାଇନାଲରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ପରାସ୍ତ କରି ପ୍ରଥମ ଟ୍ରଫି ଜିତିଛି। ବିରାଟ କୋହଲି ତା’ପରେ ଇନଷ୍ଟାଗ୍ରାମରେ ୨ଟି ଷ୍ଟୋରି ଶେୟାର କରିଥିଲେ। ସେ ତାଙ୍କ ବନ୍ଧୁ ଏବଂ ପୂର୍ବତନ RCB ଖେଳାଳି ଏବି ଡିଭିଲିୟର୍ସଙ୍କ ସହ ଟ୍ରଫି ଶେୟାର କରିଥିଲେ ଏବଂ ଲେଖିଥିଲେ ଯେ ତୁମେ ମଧ୍ୟ ସମାନ ଭାବରେ ଏହାର ଯୋଗ୍ୟ। ଏହା ବ୍ୟତୀତ ସେ ଅନ୍ୟ ଜଣେ ଖେଳାଳିଙ୍କ ପାଇଁ ଏକ […] The post ଏବେ ଡାଇପର ବଦଳାଇବାକୁ ପ୍ରସ୍ତୁତ ହୁଅ, ଟ୍ରଫି ଜିତିବା ପରେ କାହାକୁ ଏମିତି କହିଲେ ବିରାଟ appeared first on Dharitri Odia News.

ଏବେ ଡାଇପର ବଦଳାଇବାକୁ ପ୍ରସ୍ତୁତ ହୁଅ, ଟ୍ରଫି ଜିତିବା ପରେ କାହାକୁ ଏମିତି କହିଲେ ବିରାଟ

ନୂଆଦିଲ୍ଲୀ,୪ା୬: IPL ସିଜିନ ୧୮ର ଫାଇନାଲରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ପରାସ୍ତ କରି ପ୍ରଥମ ଟ୍ରଫି ଜିତିଛି। ବିରାଟ କୋହଲି ତା’ପରେ ଇନଷ୍ଟାଗ୍ରାମରେ ୨ଟି ଷ୍ଟୋରି ଶେୟାର କରିଥିଲେ। ସେ ତାଙ୍କ ବନ୍ଧୁ ଏବଂ ପୂର୍ବତନ RCB ଖେଳାଳି ଏବି ଡିଭିଲିୟର୍ସଙ୍କ ସହ ଟ୍ରଫି ଶେୟାର କରିଥିଲେ ଏବଂ ଲେଖିଥିଲେ ଯେ ତୁମେ ମଧ୍ୟ ସମାନ ଭାବରେ ଏହାର ଯୋଗ୍ୟ। ଏହା ବ୍ୟତୀତ ସେ ଅନ୍ୟ ଜଣେ ଖେଳାଳିଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ପ୍ରଶଂସା କରିଥିଲେ।

 

ବିରାଟ କୋହଲି ଫିଲ୍‌ ସଲ୍ଟଙ୍କୁ ପ୍ରଶଂସା କରି ଏକ ମଜାଦାର ଢଙ୍ଗରେ ଏକ ଇନ୍‌ଷ୍ଟାଗ୍ରାମ ଷ୍ଟୋରି ଶେୟାର କରିଥିଲେ। କହି ରଖୁଛୁ ଯେ ସଲ୍ଟ ପିତା ହେବା ପରେ IPL ଫାଇନାଲ ପୂର୍ବରୁ ନିଜ ଜନ୍ମଭୂମିକୁ ଫେରିଥିଲେ, କିନ୍ତୁ ସେ ଫାଇନାଲ ଖେଳିବା ପାଇଁ ମଧ୍ୟ ଭାରତ ଫେରି ଆସିଥିଲେ। ସଲ୍ଟ ଫାଇନାଲ ମ୍ୟାଚ୍‌ରେ ବାଉଣ୍ଡରୀରେ ପ୍ରିୟାଂଶ ଆର୍ଯ୍ୟଙ୍କର ଏକ ଚମତ୍କାର କ୍ୟାଚ୍‌ ମଧ୍ୟ ନେଇଥିଲେ।

ବିରାଟ କୋହଲି ସଲ୍ଟଙ୍କ ସହିତ IPL ଟ୍ରଫି ଧରି ଏକ ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ଭଲ କାମ ମୋର ସାଥୀ, ଏବେ ତୁମେ ତୁମର ପ୍ରକୃତ କାମକୁ ଫେରିଯାଅ ଏବଂ ଡାଇପର ବଦଳାଇବାକୁ ପ୍ରସ୍ତୁତ ହୁଅ।

କୋହଲି ଡ୍ରେସିଂ ରୁମରେ ଡିଭିଲିୟର୍ସଙ୍କ ସହିତ ଟ୍ରଫି ଧରି ଏକ ଫଟୋ ଶେୟାର କରିଥିଲେ। ସେ ଲେଖିଛନ୍ତି, ତୁମେ ମଧ୍ୟ ଏହାର ସମାନ ହକଦାର। ପୂର୍ବରୁ ଡିଭିଲିୟର୍ସ କହିଥିଲେ, ଯେ ଯଦି RCB ଫାଇନାଲରେ ପହଞ୍ଚିଥାଏ, ତେବେ ସେ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଆସିବେ। ସେ ମଧ୍ୟ ତାଙ୍କର ପ୍ରତିଶ୍ରୁତି ପୂରଣ କରିଥିଲେ ଏବଂ ଫାଇନାଲ ଦେଖିବାକୁ ଅହମ୍ମଦାବାଦ ଆସିଥିଲେ।

ଆଜି ଅର୍ଥାତ୍‌ ବୁଧବାର RCB ଦଳ IPL ଟ୍ରଫି ସହିତ ବେଙ୍ଗାଲୁରୁରେ ପହଞ୍ଚିବ। ଦଳ ପ୍ରାୟ ଅପରାହ୍ନ ୪ଟାରେ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ। ଏହା ପରେ ସନ୍ଧ୍ୟା ୫ଟାରେ ଏକ ବିଜୟ ପରେଡ ହେବ। ଚିନ୍ନାସ୍ବାମୀ ଷ୍ଟାଡିୟମରେ ସା ୬ଟାରେ ବିଜୟ ଉତ୍ସବ ପାଳନ କରାଯିବ।

The post ଏବେ ଡାଇପର ବଦଳାଇବାକୁ ପ୍ରସ୍ତୁତ ହୁଅ, ଟ୍ରଫି ଜିତିବା ପରେ କାହାକୁ ଏମିତି କହିଲେ ବିରାଟ appeared first on Dharitri Odia News.