ଏବେ ନାହିଁ କୌଣସି ଲଘୁଚାପ: ୩ରୁ ୫ ତାରିଖ ଯାଏ ପାଗ ଶୁଖିଲା

ଭୁବନେଶ୍ୱର ,୧।୧୧: ଏବେ ନାହିଁ କୌଣସି ଲଘୁଚାପ। ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ନେଇ କୌଣସି ସମ୍ଭାବନା ନଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ଲଘୁଚାପ ହେବାର କୌଣସି ସିଷ୍ଟମ ଏବେ ନାହିଁ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟତ ପାଗ ଶୁଖିଲା ରହିବ। ୬ ଓ ୭ରେ ଉପକୂଳ ଜିଲାରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ବର୍ତ୍ତମାନ ଉତ୍ତର-ପୂର୍ବ ଦିଗରୁ ପବନ ବୋହୁଛି। ଉତ୍ତର […] The post ଏବେ ନାହିଁ କୌଣସି ଲଘୁଚାପ: ୩ରୁ ୫ ତାରିଖ ଯାଏ ପାଗ ଶୁଖିଲା appeared first on Dharitri Odia News.

ଏବେ ନାହିଁ କୌଣସି ଲଘୁଚାପ: ୩ରୁ ୫ ତାରିଖ ଯାଏ ପାଗ ଶୁଖିଲା

ଭୁବନେଶ୍ୱର ,୧।୧୧: ଏବେ ନାହିଁ କୌଣସି ଲଘୁଚାପ। ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ନେଇ କୌଣସି ସମ୍ଭାବନା ନଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ସେ କହିଛନ୍ତି, ଲଘୁଚାପ ହେବାର କୌଣସି ସିଷ୍ଟମ ଏବେ ନାହିଁ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟତ ପାଗ ଶୁଖିଲା ରହିବ। ୬ ଓ ୭ରେ ଉପକୂଳ ଜିଲାରେ କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ବର୍ତ୍ତମାନ ଉତ୍ତର-ପୂର୍ବ ଦିଗରୁ ପବନ ବୋହୁଛି। ଉତ୍ତର ଉତ୍ତର-ପୂର୍ବ ଦିଗରୁ ପବନ ଶୁଷ୍କ ବାୟୁ ନେଇ ଆସୁଛି। ସ୍ଥାନୀୟ ବାୟୁ ମଣ୍ଡଳ ସହ ଶୁଷ୍କ ବାୟୁ ମିଶିବାରୁ କିଛି ସ୍ଥାନରେ ବର୍ଷା ହେଉଛି। ଶୁକ୍ରବାର କିଛି ଜିଲାରେ ବର୍ଷା ସମ୍ଭାବନା ଥିବା ବେଳେ ଶନିବାର କୌଣସି ଓ୍ବାର୍ନିଂ ନାହିଁ।

ଟ୍ବିନ୍‌ ସିଟି କଟକ-ଭୁବନେଶ୍ୱରରରେ ପ୍ରବଳ ବର୍ଷା ହୋଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଭୋର୍‌ରୁ ପାଗ ଭଲ ଥିବାବେଳେ ହଠାତ୍‌ ସକାଳେ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛିଥିଲା। ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଜନା ମିଳିଥିଲା।

The post ଏବେ ନାହିଁ କୌଣସି ଲଘୁଚାପ: ୩ରୁ ୫ ତାରିଖ ଯାଏ ପାଗ ଶୁଖିଲା appeared first on Dharitri Odia News.