ଏବେ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ? ଜବାବ ରଖିଲେ ସରକାର

ନୂଆଦିଲ୍ଲୀ,୩୦।୭: ଭାରତୀୟ ବ୍ୟାଙ୍କର୍ସ ଆସୋସିଏସନ (IBA) ପକ୍ଷରୁ ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ସରକାର ସ୍ପଷ୍ଟ ଉତ୍ତର ଦେଇଛନ୍ତି। ୨୮ ଜୁଲାଇ ୨୦୨୫ରେ ଲୋକ ସଭାରେ ଅର୍ଥ ମନ୍ତ୍ରଣାଳୟ ଜଣାଇଛି ଯେ ଏହି ପ୍ରସ୍ତାବ ବିଚାରାଧୀନ ରହିଛି। ବର୍ତ୍ତମାନ ସରକାରୀ ବ୍ୟାଙ୍କ (PSBs) ମାସର କେବଳ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ଛୁଟି ଦେଉଛନ୍ତି। କର୍ମଚାରୀମାନେ ଅନ୍ୟ ଶନିବାରଗୁଡ଼ିକରେ ମଧ୍ୟ ଛୁଟି ପାଇବାକୁ ଅପେକ୍ଷା କରିଛନ୍ତି। ଅଲ୍‌ ଇଣ୍ଡିଆ […] The post ଏବେ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ? ଜବାବ ରଖିଲେ ସରକାର appeared first on Dharitri Odia News.

ଏବେ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ? ଜବାବ ରଖିଲେ ସରକାର
ନୂଆଦିଲ୍ଲୀ,୩୦।୭: ଭାରତୀୟ ବ୍ୟାଙ୍କର୍ସ ଆସୋସିଏସନ (IBA) ପକ୍ଷରୁ ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ସରକାର ସ୍ପଷ୍ଟ ଉତ୍ତର ଦେଇଛନ୍ତି। ୨୮ ଜୁଲାଇ ୨୦୨୫ରେ ଲୋକ ସଭାରେ ଅର୍ଥ ମନ୍ତ୍ରଣାଳୟ ଜଣାଇଛି ଯେ ଏହି ପ୍ରସ୍ତାବ ବିଚାରାଧୀନ ରହିଛି। ବର୍ତ୍ତମାନ ସରକାରୀ ବ୍ୟାଙ୍କ (PSBs) ମାସର କେବଳ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ଛୁଟି ଦେଉଛନ୍ତି। କର୍ମଚାରୀମାନେ ଅନ୍ୟ ଶନିବାରଗୁଡ଼ିକରେ ମଧ୍ୟ ଛୁଟି ପାଇବାକୁ ଅପେକ୍ଷା କରିଛନ୍ତି।
ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେଶନ (AIBOC) ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଛି। ସେମାନଙ୍କ ମତରେ ଏହା ଦ୍ୱାରା ଉତ୍ପାଦନଶୀଳତା, ବୃଦ୍ଧି, କାର୍ଯ୍ୟଦକ୍ଷତା ଏବଂ ନୈତିକ କାର୍ଯ୍ୟକ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।
କଂଗ୍ରେସ ଏମ୍‌ପି କେସି ଭେନୁଗୋପାଳ ଆଇବିଏର ୫-ଦିନିଆ ବ୍ୟାଙ୍କିଙ୍ଗ ସପ୍ତାହ ପ୍ରସ୍ତାବ, ଏହାର କାର୍ଯ୍ୟକାରୀ ଯୋଜନା, କର୍ମଚାରୀଙ୍କ ଅଭାବ ଏବଂ ଅନ୍ୟାନ୍ୟ ମୁଦ୍ଦା ଉପରେ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।
ତାଙ୍କ ପ୍ରଶ୍ନଗୁଡ଼ିକ ହେଲା:
-ଆଇବିଏର ଏହି ପ୍ରସ୍ତାବ ଉପରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି?
-ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଚାର କରୁଛନ୍ତି କି?
-କର୍ମଚାରୀ ଅଭାବ ଯୋଗୁ କ’ଣ ଏହି ପ୍ରସ୍ତାବ ଅଟକି ରହିଛି?
-କର୍ମଚାରୀ ଅଭାବ ଦୂର କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି?
-୫-ଦିନିଆ ବ୍ୟାଙ୍କିଙ୍ଗ ସପ୍ତାହ କାର୍ଯ୍ୟକାରୀ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ଅଛି କି?
ଆଇବିଏ ପ୍ରତି ଶନିବାର ବ୍ୟାଙ୍କ ଛୁଟି ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଛି। ୨୦ ଅଗଷ୍ଟ ୨୦୧୫ର ବିଜ୍ଞପ୍ତି ଅନୁଯାୟୀ, ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ସାର୍ବଜନୀନ ଛୁଟି ଘୋଷଣା କରାଯାଇଛି। ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ବୋର୍ଡ-ପରିଚାଳିତ ଅନୁଷ୍ଠାନ ଅଟେ, ଏବଂ ପ୍ରତ୍ୟେକ ବ୍ୟାଙ୍କ ନିଜ ବ୍ୟବସାୟ, ଶାଖା, ସେବାନିବୃତ୍ତି ଆଦିକୁ ଦୃଷ୍ଟିରେ ରଖି କର୍ମଚାରୀ ନିଯୁକ୍ତି କରିଥାଏ।  ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା, ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ୯୬% କର୍ମଚାରୀ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ନିଯୁକ୍ତ ହୋଇଛନ୍ତି। ବାକି ୪% ଅଭାବ ସେବାନିବୃତ୍ତି ଏବଂ ଅନ୍ୟାନ୍ୟ ଅପ୍ରତ୍ୟାଶିତ କାରଣ ଯୋଗୁ ହୋଇଛି। ସରକାର ଏପର୍ଯ୍ୟନ୍ତ ୫-ଦିନିଆ ବ୍ୟାଙ୍କିଂ ସପ୍ତାହ କାର୍ଯ୍ୟକାରୀ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ଘୋଷଣା କରିନାହାନ୍ତି।

The post ଏବେ ପ୍ରତି ଶନିବାର ବନ୍ଦ ରହିବ ବ୍ୟାଙ୍କ? ଜବାବ ରଖିଲେ ସରକାର appeared first on Dharitri Odia News.