ଆଜି ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଏହି ସବୁ ଆସନରେ ଦେବ ପ୍ରାର୍ଥୀ

ଭୁବନେଶ୍ୱର,୧୩।୪: ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ଭାଜପା ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏନେଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ତୋମାର ସୂଚନା ଦେଇଛନ୍ତି। ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କିଛି ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ମୋହନା, ବିଷମକଟକ, ରାୟଗଡା ଲକ୍ଷ୍ମୀପୁର, […] The post ଆଜି ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଏହି ସବୁ ଆସନରେ ଦେବ ପ୍ରାର୍ଥୀ appeared first on Dharitri Odia News.

ଆଜି ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଏହି ସବୁ ଆସନରେ ଦେବ ପ୍ରାର୍ଥୀ

ଭୁବନେଶ୍ୱର,୧୩।୪: ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ଭାଜପା ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏନେଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ତୋମାର ସୂଚନା ଦେଇଛନ୍ତି। ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କିଛି ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ । ମୋହନା, ବିଷମକଟକ, ରାୟଗଡା ଲକ୍ଷ୍ମୀପୁର, ଜୟପୁର, ଝରିଗାଁ, ଡାବୁଗାଁ, କୋଟପାଡ ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଦଳ ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ଭାଜପାର ୩୫ ଆସନରେ ନାଁ ଘୋଷଣା ବାକି ଥିବା ବେଳେ ଆଜି ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣୋ ହୋଇପାରେ।

ଅନ୍ୟପଟେ, ବିଜେଡିରେ ଆହୁରି ୩୦ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ବାକି ଥିବା ବେଳେ ଭାଜପାର ୩୫ ଆସନ ବାକି ରହିଛି। ତେବେ ଏସବୁ ପଛରେ କଂଗ୍ରେସ ବହୁ ପଛରେ ରହିଛି। ଏବେ ବି କଂଗ୍ରେସ ଆହୁରି ୧୦୦ ଅସନରେ ପ୍ରାର୍ଥୀ ଘୋଷଣା କରିନାହିଁ।

 

The post ଆଜି ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଏହି ସବୁ ଆସନରେ ଦେବ ପ୍ରାର୍ଥୀ appeared first on Dharitri Odia News.