ଏବେ ବି ଲୋକଙ୍କ ପାଖରେ ଅଛି ୬୮୩୯ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍
ନୂଆଦିଲ୍ଲୀ : ବନ୍ଦ ହୋଇଯାଇଛି ଦୁଇ ହଜାର ଟଙ୍କିଆ ନୋଟ୍। କେବଳ ଏହାର ଆଇନଗତ ବୈଧ୍ୟତା ରହିଛି। ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରସ୍ତ ଆସିବା ପରେ ବି ବର୍ତ୍ତମାନ ଦେଶରେ ଲୋକଙ୍କ ପାଖରେ ଏହି ୨୦୦୦ ଟଙ୍କଆ ନୋଟ୍ ରହିଛି। ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁୂ ସୂଚନା ଦିଆଯାଇଛି। ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) କହିଛି ଯେ ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ରୁ ୯୮.୦୮ ପ୍ରତିଶତ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଆସିଛି। ହେଲେ ୬୮୩୯ କୋଟି ଟଙ୍କା […]

ନୂଆଦିଲ୍ଲୀ : ବନ୍ଦ ହୋଇଯାଇଛି ଦୁଇ ହଜାର ଟଙ୍କିଆ ନୋଟ୍। କେବଳ ଏହାର ଆଇନଗତ ବୈଧ୍ୟତା ରହିଛି। ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରସ୍ତ ଆସିବା ପରେ ବି ବର୍ତ୍ତମାନ ଦେଶରେ ଲୋକଙ୍କ ପାଖରେ ଏହି ୨୦୦୦ ଟଙ୍କଆ ନୋଟ୍ ରହିଛି। ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁୂ ସୂଚନା ଦିଆଯାଇଛି। ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) କହିଛି ଯେ ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ରୁ ୯୮.୦୮ ପ୍ରତିଶତ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଆସିଛି। ହେଲେ ୬୮୩୯ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ଏ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୩ ମେ’ ୧୯ରେ, ରିଜର୍ଭ ବ୍ୟାଙ୍କ ପ୍ରଚଳନରୁ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା।
୨୦୨୩ ମେ’ ୧୯ କାରବାର ବନ୍ଦ ସମୟରେ ଆର୍ବିଆଇ ନିକଟରେ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ରହିଥିଲା। ହେଲେ ୨୦୨୪ ନଭେମ୍ବର ୨୯ ରେ କାରବାର ଶେଷ ବେଳକୁ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ୬୮୩୯ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ରହିଛି। ଏହାର ସଂଖ୍ୟାରେ ବୃହତ୍ ହ୍ରାସ ଘଟିଥିବା ଆରବିଆଇ କହିଛି। କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ, ୨୦୨୩ ମେ’ ୧୯ ପର୍ଯ୍ୟନ୍ତ ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ରୁ ୯୮.୦୮ ପ୍ରତିଶତ ଏ ପର୍ଯ୍ୟନ୍ତ ଫେରସ୍ତ ଆସିଛି।
୨୦୨୩ ଅକ୍ଟୋବର ୭ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ନୋଟ୍ ଜମା / ବିନିମୟ କରିବାର ସୁବିଧା ଉପଲବ୍ଧ ଥିଲା। ତଥାପି, ଏହି ସୁବିଧା ଏବେ ବି ରିଜର୍ଭ ବ୍ୟାଙ୍କର ୧୯ ଟି କାର୍ଯ୍ୟାଳୟରେ ଉପଲବ୍ଧ। ୨୦୨୩ ଅକ୍ଟୋବର ୯ଠାରୁ ଆରବିଆଇ ଇସ୍ୟୁ କାର୍ଯ୍ୟାଳୟଗୁଡ଼ିକ ସ୍ବାଧୀନ ବ୍ୟକ୍ତି ଏବଂ ଅନୁଷ୍ଠାନଗୁଡକି ନିକଟରୁ ୨୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରୁଛନ୍ତି। ଏହାବ୍ୟତୀତ ସାଧାରଣ ଲୋକମାନେ ଡାକଘର ଜରିଆରେ ଦେଶର ଯେ କୌଣସି ଡାକଘରରୁ ଆରବିଆଇର ଯେ କୌଣସି ଇସ୍ୟୁ କାର୍ଯ୍ୟାଳୟକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ୨୦୦୦ ଟଙ୍କା ନୋଟ୍ ପଠାଇପାରିବେ। ବ୍ୟାଙ୍କ ନୋଟ୍ ଜମା / ବିନିମୟ ହୋଇପାରୁଥିବା ୧୯ଟି ଆରବିଆଇ କାର୍ଯ୍ୟାଳୟ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଏବଂ ଥିରୁବନନ୍ତପୁରମ୍। ନଭେମ୍ବର ୨୦୧୬ ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟର ବିମୁଦ୍ରାୟନ ପରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା।