ଏବେ ମୋ’ ରଣନୀତି ଯୋଗୁ ୧୦ଟି ରାଜ୍ୟରେ ବିଭିନ୍ନ ଦଳ କ୍ଷମତାରେ ବସିଛନ୍ତି : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଏକ ଖୁଲାସା ଆଜି ସାରା ଦେଶରେ ବେଶ ଚର୍ଚ୍ଚାରେ ରହିଛି। ଗତକିଛି ବର୍ଷ ହେବ ଭାରତୀୟ ରାଜନୀତିରେ ଚାଣକ୍ୟ ଭାବେ ବିବେଚନା କରାଯାଉଥିବା ପ୍ରଶାନ୍ତ କିଶୋର ଏବେ ନିଜ ରାଜନୈତିକ ପାର୍ଟି ‘ଜନ ସ୍ୱରାଜ’ର ନିର୍ବାଚନ ରଣନୀତି ପ୍ରସ୍ତୁତରେ ଲାଗିଛନ୍ତି। ସବୁବେଳେ ପରଦା ପଛରେ ରହି ବିଭିନ୍ନ ରାଜନୈତିକ ଦଳ ପାଇଁ ବିଜୟ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଜନ ସ୍ୱରାଜ ଦଳ ଏଥର […]

ଏବେ ମୋ’ ରଣନୀତି ଯୋଗୁ ୧୦ଟି ରାଜ୍ୟରେ ବିଭିନ୍ନ ଦଳ କ୍ଷମତାରେ ବସିଛନ୍ତି : ପ୍ରଶାନ୍ତ କିଶୋର
Prashant Kishor reveals his fee for election strategy, and it’s staggering

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଏକ ଖୁଲାସା ଆଜି ସାରା ଦେଶରେ ବେଶ ଚର୍ଚ୍ଚାରେ ରହିଛି। ଗତକିଛି ବର୍ଷ ହେବ ଭାରତୀୟ ରାଜନୀତିରେ ଚାଣକ୍ୟ ଭାବେ ବିବେଚନା କରାଯାଉଥିବା ପ୍ରଶାନ୍ତ କିଶୋର ଏବେ ନିଜ ରାଜନୈତିକ ପାର୍ଟି ‘ଜନ ସ୍ୱରାଜ’ର ନିର୍ବାଚନ ରଣନୀତି ପ୍ରସ୍ତୁତରେ ଲାଗିଛନ୍ତି। ସବୁବେଳେ ପରଦା ପଛରେ ରହି ବିଭିନ୍ନ ରାଜନୈତିକ ଦଳ ପାଇଁ ବିଜୟ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଜନ ସ୍ୱରାଜ ଦଳ ଏଥର ନିର୍ବାଚନୀ ଡେବ୍ୟୁ କରୁଛି । ଆଜି ପର୍ଯ୍ୟନ୍ତ ଅନ୍ୟ ଦଳ ପାଇଁ ରାଜନୀତିର ପାରଦ ମାପୁଥିବା ପ୍ରଶାନ୍ତ କିଶୋର ଏଥର ନିଜେ ନିର୍ବାଚନ ତାତିର ସାମ୍ନା କରୁଛନ୍ତି। ତେବେ ଏହାରି ଭିତରେ ଆଜି ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ଆପଣଙ୍କୁ ଲାଗୁନି ମୋ’ ନିଜ ଦଳ ନିମନ୍ତେ ମୁଁ ପର୍ଯ୍ୟାପ୍ତ ଟଙ୍କା ରଖିଛି। କେବଳ ସେତିକି ନୁହେଁ, ନିର୍ବାଚନୀ ସଭା ନିମନ୍ତେ ଟେଣ୍ଟ ବାନ୍ଧିବା ଓ ଖୁଣ୍ଟି ପୋତିବା ନିମନ୍ତେ ମୋ ପାଖରେ ଅର୍ଥର ଅଭାବ ନାହିଁ।

ଶନିବାର ବେଲାଗଞ୍ଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମୁସଲିମ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଅନେକ କିଛି କଥାକୁ ବୁଝାଇକି କହିଥିଲେ। ତେବେ ସେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ‘‘ଆପଣମାନେ ଭାବୁଛନ୍ତି କି ଏକ ଅଭିଯାନ ପାଇଁ ତମ୍ବୁ ଓ ଛାତ ତିଆରି କରିବାକୁ ମୋ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ? ଆପଣମାନେ ମୋତେ ଦୁର୍ବଳ ଭାବୁଛନ୍ତି କି? ମୋ ପରି ପାରିଶ୍ରମିକ ବିହାରରେ କାହାର ବି ନାହିଁ। ଯଦି ମୁଁ କେବଳ ଗୋଟିଏ ନିର୍ବାଚନରେ ​​କାହାକୁ ପରାମର୍ଶ ଦିଏ ସେଥିପାଇଁ ୧୦୦ କୋଟି ଟଙ୍କା କିମ୍ବା ତାହାଠାରୁ ଅଧିକ ନିଏ। ମାତ୍ର ଗୋଟାଏ ରାଜନୈତିକ ପରାମର୍ଶ ଦେଇ ମୁଁ ଆଗାମୀ ଦୁଇ ବର୍ଷ ପାଇଁ ମୋ ଅଭିଯାନକୁ ପାଣ୍ଠି ଯୋଗାଇ ପାରିବି।’’

ଏଥିସହ ପ୍ରଶାନ୍ତ କିଶୋର କହିଛନ୍ତି, ମୋ’ ରଣନୀତି ଯୋଗୁ ୧୦ଟି ରାଜ୍ୟରେ ବିଭିନ୍ନ ଦଳ ଏବେ କ୍ଷମତାରେ ବସିଛନ୍ତି। ସେମାନେ ଶାସନ କଳ ସମ୍ଭାଳୁଛନ୍ତି। ତେଣୁ ମୋ’ ନିଜ ଦଳର ପରିଚାଳନା ନିମନ୍ତେ ମୁଁ ରଣନୀତି ପ୍ରସ୍ତୁତ କରି ନ ଥିବି ବୋଲି ଭାବିବା ବୋକାମି। ମୁଁ ମୋ ରାଜନୈତିକ ଦଳ ପାଇଁ ଭଲ ଭାବେ ପ୍ରସ୍ତୁତ ଅଛି।

ସୂଚନାଯୋଗ୍ୟ ଚଳିତ ମାସ ୧୩ ତାରିଖରେ ବିହାରର ୪ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ‘ଜନ ସ୍ୱରାଜ’ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛି। କାରଣ ‘ଜନ ସ୍ୱରାଜ’ ଚାରିଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଦେଇଛି। ବେଲାଗଞ୍ଜରୁ ମହମ୍ମଦ ଅମଜାଦ, ଇମାମଗଞ୍ଜରୁ ଜିତେନ୍ଦ୍ର ପାସୱାନ, ରାମଗଡରୁ ସୁଶୀଲ କୁମାର ସିଂ କୁଶୱା ଏବଂ ତରାରୀରୁ କିରଣ ସିଂ ଦଳର ପ୍ରାର୍ଥୀ ହୋଇଛନ୍ତି। ଉପ-ନିର୍ବାଚନ ୧୩ ନଭେମ୍ବରରେ ହେବାକୁ ଥିବା ବେଳେ ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ।