ଏବେ ରୋଗୀଙ୍କ ଗତିବିଧି ତଥ୍ୟ ରଖିବ ସ୍ୱାସ୍ଥ୍ୟ ବିଭାଗ, ସବୁ ପଞ୍ଚାୟତରେ ଖୋଲିବ ହେଲ୍ଥ ଓ୍ବେଲନେସ୍ ସେଣ୍ଟର

ଭୁବନେଶ୍ବର ୧୫।୧୨: ଏବେ ପେସେଣ୍ଟଙ୍କ ଗତିବିଧି ତଥ୍ୟ ରଖିବ ସ୍ୱାସ୍ଥ୍ୟ ବିଭାଗ I ସରକାରୀ ମେଡିକାଲରେ ଖୁବ୍‌ଶୀଘ୍ର ହେବ ପେସେଣ୍ଟ ଟ୍ରାକିଂ ସିଷ୍ଟମ୍ I ସବୁ ପଞ୍ଚାୟତରେ ଖୋଲିବ ହେଲ୍ଥ ଓ୍ବେଲନେସ୍ ସେଣ୍ଟର I ଖୁବ୍‌ଶୀଘ୍ର ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ଓ ବାୟୋ ମାଟ୍ରିକ୍ ସିଷ୍ଟମ । ପ୍ରାଇଭେଟ୍ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲରେ ମଧ୍ୟ ସବୁ ପେସେଣ୍ଟଙ୍କ ଡିଟେଲ ରହିବ । PHC ରୁ CHC ବା ଅନ୍ୟସ୍ଥାନକୁ ରେଫର ହେଲେ ନ୍ୟାସନାଲ ହେଲ୍ଥ ଡିଜିଟାଲ ମିଶନ ଆଧାରରେ ଡିଜିଟାଲ ତଥ୍ୟ ରଖାଯିବ । ସେହିପରି ପ୍ରଧାନମନ୍ତ୍ରୀ ସର୍ବ ସ୍ବାସ୍ଥ୍ୟ ଯୋଜନାରେ ଆଗାମୀ ଦୁଇ ବର୍ଷରେ ସବୁ ପଞ୍ଚାୟତରେ ଖୋଲିବ ହେଲ୍ଥ ଓ୍ବେଲନେସ୍ ସେଣ୍ଟର, ଯେଉଁଠି ତିନି ଜଣ ପାରା ମେଡିକାଲ ଷ୍ଟାଫ୍, ଜଣେ ଯୋଗ ଟିଚର୍ ଓ Anm/Gnm ରହିବେ । ଆଗାମୀ ୫ ବର୍ଷରେ ଆହୁରି ୨୪୦୦ ମେଡିକାଲ ସିଟ୍ ବୃଦ୍ଧି କରିବ ସ୍ବାସ୍ଥ୍ୟ ବିଭାଗ, ସମ୍ବଲପୁରରେ ଦ୍ଵିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ନେଇ ଯୋଜନା ଚାଲିଛି ।  କିଡନୀ ରୋଗୀଙ୍କ ପାଇଁ ଡାଏଲିସିସ ମେସିନ ବ୍ୟବସ୍ଥା କରାଯିବ । ଲୋକ ମାନଙ୍କୁ ସ୍ୱାସ୍ଥ୍ୟ ସେବା କମ୍ ଦରରେ ଯୋଗାଇ ଦିଆଯିବ ।  ମେଡିକାଲ ଯନ୍ତ୍ରାଂଶଠୁ ଆରମ୍ଭ କରି ମେଡିକାଲରେ ବ୍ୟବହୃତ ହେଉଥିବା ସବୁ ଜିନିଷ ଏବେ ବାହାରୁ ଆମଦାନୀ ହେଉଥିବା ବେଳେ ଏବେ ଏମଏସଏମଇ ବିଭାଗ ସହଯୋଗରେ ନିଜେ ପ୍ରସ୍ତୁତ କରିବୁ, ବାହାରୁ ଆମଦାନୀ କମିବ ବୋଲି ସ୍ବାସ

ଏବେ ରୋଗୀଙ୍କ ଗତିବିଧି ତଥ୍ୟ ରଖିବ ସ୍ୱାସ୍ଥ୍ୟ ବିଭାଗ, ସବୁ ପଞ୍ଚାୟତରେ ଖୋଲିବ ହେଲ୍ଥ ଓ୍ବେଲନେସ୍ ସେଣ୍ଟର

ଭୁବନେଶ୍ବର ୧୫।୧୨: ଏବେ ପେସେଣ୍ଟଙ୍କ ଗତିବିଧି ତଥ୍ୟ ରଖିବ ସ୍ୱାସ୍ଥ୍ୟ ବିଭାଗ I ସରକାରୀ ମେଡିକାଲରେ ଖୁବ୍‌ଶୀଘ୍ର ହେବ ପେସେଣ୍ଟ ଟ୍ରାକିଂ ସିଷ୍ଟମ୍ I ସବୁ ପଞ୍ଚାୟତରେ ଖୋଲିବ ହେଲ୍ଥ ଓ୍ବେଲନେସ୍ ସେଣ୍ଟର I ଖୁବ୍‌ଶୀଘ୍ର ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ଓ ବାୟୋ ମାଟ୍ରିକ୍ ସିଷ୍ଟମ । ପ୍ରାଇଭେଟ୍ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲରେ ମଧ୍ୟ ସବୁ ପେସେଣ୍ଟଙ୍କ ଡିଟେଲ ରହିବ । PHC ରୁ CHC ବା ଅନ୍ୟସ୍ଥାନକୁ ରେଫର ହେଲେ ନ୍ୟାସନାଲ ହେଲ୍ଥ ଡିଜିଟାଲ ମିଶନ ଆଧାରରେ ଡିଜିଟାଲ ତଥ୍ୟ ରଖାଯିବ । ସେହିପରି ପ୍ରଧାନମନ୍ତ୍ରୀ ସର୍ବ ସ୍ବାସ୍ଥ୍ୟ ଯୋଜନାରେ ଆଗାମୀ ଦୁଇ ବର୍ଷରେ ସବୁ ପଞ୍ଚାୟତରେ ଖୋଲିବ ହେଲ୍ଥ ଓ୍ବେଲନେସ୍ ସେଣ୍ଟର, ଯେଉଁଠି ତିନି ଜଣ ପାରା ମେଡିକାଲ ଷ୍ଟାଫ୍, ଜଣେ ଯୋଗ ଟିଚର୍ ଓ Anm/Gnm ରହିବେ । 

ଆଗାମୀ ୫ ବର୍ଷରେ ଆହୁରି ୨୪୦୦ ମେଡିକାଲ ସିଟ୍ ବୃଦ୍ଧି କରିବ ସ୍ବାସ୍ଥ୍ୟ ବିଭାଗ, ସମ୍ବଲପୁରରେ ଦ୍ଵିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ନେଇ ଯୋଜନା ଚାଲିଛି ।  କିଡନୀ ରୋଗୀଙ୍କ ପାଇଁ ଡାଏଲିସିସ ମେସିନ ବ୍ୟବସ୍ଥା କରାଯିବ । ଲୋକ ମାନଙ୍କୁ ସ୍ୱାସ୍ଥ୍ୟ ସେବା କମ୍ ଦରରେ ଯୋଗାଇ ଦିଆଯିବ ।  ମେଡିକାଲ ଯନ୍ତ୍ରାଂଶଠୁ ଆରମ୍ଭ କରି ମେଡିକାଲରେ ବ୍ୟବହୃତ ହେଉଥିବା ସବୁ ଜିନିଷ ଏବେ ବାହାରୁ ଆମଦାନୀ ହେଉଥିବା ବେଳେ ଏବେ ଏମଏସଏମଇ ବିଭାଗ ସହଯୋଗରେ ନିଜେ ପ୍ରସ୍ତୁତ କରିବୁ, ବାହାରୁ ଆମଦାନୀ କମିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

You Cam Read:

CBI ନୋଟିସ୍ କରିଛି, କାର୍ଯ୍ୟାନୁଷ୍ଠାନ ହେବା ଭଳି ଲାଗୁନି କହିଲା କଂଗ୍ରେସ, ଡବଲ ଇଞ୍ଜିନ ସରକାର କାର୍ଯ୍ୟାନୁଷ୍ଠାନ ନେଲେ ଭଲ କହିଲା ବିଜେଡି : ବିଜେପିର ମତ ଦୁର୍ନୀତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ