ଏବେବି ଜୀବିତ ଖାମେନିଙ୍କ ରାଇଟ୍ ହ୍ୟାଣ୍ଡ୍: ଇସ୍ରାଏଲକୁ ଦେଲେ ମେସେଜ୍, ନେତାନ୍ୟାହୁଙ୍କ ବଢ଼ିଲା ଟେନସନ୍

ନୂଆଦିଲ୍ଲୀ: ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ ଇରାନ ପାଇଁ ଆଶ୍ୱସ୍ତିକର ଖବର। ସୁପ୍ରିମ ଲିଡର ଅଲୀ ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଅଲି ଶାମଖାନି ଏବେବି ଜୀବିତ। ତାଙ୍କର ମୃତ୍ୟୁ ନେଇ ୫ ଦିନ ପୂର୍ବେ ଖବର ଆସିଥିଲା। ସେ ଏବେ ନିଜକୁ ଜୀବିତ ବୋଲି ଦାବି କରିଛନ୍ତି। ଶାମଖାନି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣରେ ମୁଁ ଆହତ ହୋଇଛି, କିନ୍ତୁ ମୁଁ ଏପର୍ଯ୍ୟନ୍ତ ମରିନାହିଁ।ଇସ୍ରାଏଲର ସରକାରୀ ଗଣମାଧ୍ୟମ ଫାର୍ସ ନ୍ୟୁଜ୍ ଶାମଖାନିଙ୍କ ଉପରେ ବିବୃତ୍ତି ପ୍ରକାଶ କରିଛି। କୁହାଯାଉଛି ଯେ ଶାମଖାନି ଏବେ ବି ଜୀବିତ ଅଛନ୍ତି। ସେ ୫ ଦିନ ପୂର୍ବେ ଏକ ଏୟାରଷ୍ଟ୍ରାଇକରେ ଆହତ ହୋଇଥିଲେ। ଏହି ଆକ୍ରମଣ ମୋସାଦ ଦ୍ୱାରା କରାଯାଇଥିଲା। ଶାମଖାନିଙ୍କୁ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ରାଇଟ୍‌ ହ୍ୟାଣ୍ଡ ବୋଲି ବିବେଚନା କରାଯାଏ।ଯଦିଓ ଶାମଖାନିଙ୍କ ପଦବୀ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ପରାମର୍ଶଦାତା, ତାଙ୍କୁ ଖାମେନିଙ୍କ ସବୁଠାରୁ ନିକଟତମ ବ୍ୟକ୍ତି ଭାବରେ ମଧ୍ୟ ବିବେଚନା କରାଯାଏ। ଶାମଖାନି ପରମାଣୁ ପ୍ରୋଜେକ୍ଟ ଦାୟିତ୍ୱରେ ଅଛନ୍ତି। ଏପରି ପରିସ୍ଥିତିରେ, ତାଙ୍କ ମୃତ୍ୟୁ ଖବରକୁ ଇରାନ ଆଶ୍ଚର୍ଯ୍ୟ ହୋଇଯାଇଥିଲା।ଶାମଖାନି ଇରାନର ଅନେକ ବଡ଼ ବଡ଼ ବିଭାଗରେ କାମ କରିଛନ୍ତି। ଖାମେନିଙ୍କ ପରାମର୍ଶଦାତା ହେବା ପୂର୍ବରୁ, ଶାମଖାନି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଥିଲେ।ଶାମଖାନିଙ୍କ ମୁଖ୍ୟ କାର୍ଯ୍ୟ

ଏବେବି ଜୀବିତ ଖାମେନିଙ୍କ ରାଇଟ୍ ହ୍ୟାଣ୍ଡ୍: ଇସ୍ରାଏଲକୁ ଦେଲେ ମେସେଜ୍, ନେତାନ୍ୟାହୁଙ୍କ ବଢ଼ିଲା ଟେନସନ୍

ନୂଆଦିଲ୍ଲୀ: ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ ଇରାନ ପାଇଁ ଆଶ୍ୱସ୍ତିକର ଖବର। ସୁପ୍ରିମ ଲିଡର ଅଲୀ ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଅଲି ଶାମଖାନି ଏବେବି ଜୀବିତ। ତାଙ୍କର ମୃତ୍ୟୁ ନେଇ ୫ ଦିନ ପୂର୍ବେ ଖବର ଆସିଥିଲା। ସେ ଏବେ ନିଜକୁ ଜୀବିତ ବୋଲି ଦାବି କରିଛନ୍ତି। ଶାମଖାନି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣରେ ମୁଁ ଆହତ ହୋଇଛି, କିନ୍ତୁ ମୁଁ ଏପର୍ଯ୍ୟନ୍ତ ମରିନାହିଁ।

ଇସ୍ରାଏଲର ସରକାରୀ ଗଣମାଧ୍ୟମ ଫାର୍ସ ନ୍ୟୁଜ୍ ଶାମଖାନିଙ୍କ ଉପରେ ବିବୃତ୍ତି ପ୍ରକାଶ କରିଛି। କୁହାଯାଉଛି ଯେ ଶାମଖାନି ଏବେ ବି ଜୀବିତ ଅଛନ୍ତି। ସେ ୫ ଦିନ ପୂର୍ବେ ଏକ ଏୟାରଷ୍ଟ୍ରାଇକରେ ଆହତ ହୋଇଥିଲେ। ଏହି ଆକ୍ରମଣ ମୋସାଦ ଦ୍ୱାରା କରାଯାଇଥିଲା। ଶାମଖାନିଙ୍କୁ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ରାଇଟ୍‌ ହ୍ୟାଣ୍ଡ ବୋଲି ବିବେଚନା କରାଯାଏ।

ଯଦିଓ ଶାମଖାନିଙ୍କ ପଦବୀ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ପରାମର୍ଶଦାତା, ତାଙ୍କୁ ଖାମେନିଙ୍କ ସବୁଠାରୁ ନିକଟତମ ବ୍ୟକ୍ତି ଭାବରେ ମଧ୍ୟ ବିବେଚନା କରାଯାଏ। ଶାମଖାନି ପରମାଣୁ ପ୍ରୋଜେକ୍ଟ ଦାୟିତ୍ୱରେ ଅଛନ୍ତି। ଏପରି ପରିସ୍ଥିତିରେ, ତାଙ୍କ ମୃତ୍ୟୁ ଖବରକୁ ଇରାନ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଶାମଖାନି ଇରାନର ଅନେକ ବଡ଼ ବଡ଼ ବିଭାଗରେ କାମ କରିଛନ୍ତି। ଖାମେନିଙ୍କ ପରାମର୍ଶଦାତା ହେବା ପୂର୍ବରୁ, ଶାମଖାନି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଥିଲେ।

ଶାମଖାନିଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ରାଷ୍ଟ୍ରପତି ଏବଂ ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା। ଏବେ ଶାମଖାନି ଜୀବିତ ଥିବା ଖବର ଇସ୍ରାଏଲର ଚିନ୍ତା ବଢ଼ାଇଛି। ଇରାନ ଏବେ ଆକ୍ରମଣାତ୍ମକ ଭାବରେ ଏହାର ପରମାଣୁ କାର୍ଯ୍ୟକ୍ରମକୁ ବିସ୍ତାର କରିପାରିବ। ଆମେରିକା ଅନୁଯାୟୀ, ଇରାନ ପରମାଣୁ ଅସ୍ତ୍ର ତିଆରି କରିବାର ବହୁତ ନିକଟତର। ତାଙ୍କୁ କେବଳ ଖାମେନିଙ୍କ ଅନୁମତି ଆବଶ୍ୟକ।

ଇରାନୀ ଗଣମାଧ୍ୟମ ଅନୁସାରେ, ଶାମଖାନି ଗୁରୁତର ଆହତ ହୋଇଛନ୍ତି। ଇରାନୀ ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଛି। ଇସ୍ରାଏଲୀ ଅଧିକାରୀମାନେ ଯେପରି ସେଠାରେ ପହଞ୍ଚି ଆକ୍ରମଣ ନ କରନ୍ତି, ସେଥିପାଇଁ ଖାମେନିଙ୍କୁ ଗୁପ୍ତ ସ୍ଥାନରେ ଚିକିତ୍ସା କରାଯାଉଛି। ଇସ୍ରାଏଲ ଏପର୍ଯ୍ୟନ୍ତ ୯ ଜଣ ଇରାନୀ ପରମାଣୁ ବୈଜ୍ଞାନିକ ଏବଂ ପ୍ରାୟ ୧୦ ଜଣ ସାମରିକ କମାଣ୍ଡରଙ୍କୁ ହତ୍ୟା କରିସାରିଛି।