ଦୁଇ ଶ୍ରମିକଙ୍କ ଉପରେ ଲାମ୍ବୋଗିନୀ ଛଡ଼ାଇବା ପରେ, ଅଭିଯୁକ୍ତ ପଚାରୁଛି କିଏ ମରିଗଲା କି ?

ନୂଆଦିଲ୍ଲୀ: ଭାରତରେ ଲୋକଙ୍କ ଭିତରେ ମଣିଷପଣିଆ ଶେଷ ପ୍ରାୟେ ହେବାକୁ ବସିଲାଣି। ଚୋରି ଡକାୟତୀ କଥା ଛାଡ଼ନ୍ତୁ ବଡ଼ଲୋକମାନେ ଗରିବ ଓ ସାଧାରଣ ଲୋକଙ୍କୁ ପୋକମାଛି ନଜରରେ ଦେଖୁଛନ୍ତି। ନିଜର ଦାମି ଦାମି କାର୍‌ର ଚକାରେ ଗରିବ ଲୋକଙ୍କୁ ଦଳି ଚକିଟି ଦେଉଛନ୍ତି। ଲୋକଙ୍କୁ ମାରି ସାରିବା ପରେ ପଚାରୁଛନ୍ତି ଲୋକେ ମରିଗଲେ?ଦିଲ୍ଲୀର ନୋଏଡ଼ା ସେକ୍ଟର ୯୪ରେ ଏଭଳି ଘଟଣା ଘଟିଛି। ରବିବାର ଦୀପକ ନାମକ ଜଣେ ବ୍ୟକ୍ତି ନିଜର ଲାମ୍ବୋଗିନୀ କାର୍ ସ୍ପିଡ୍‌ରେ ଆଣି ରାସ୍ତାକଡ଼ରେ ବସିଥିବା ଶ୍ରମିକଙ୍କ ଉପରେ ଚଢ଼ାଇ ଦେଇଛି। ଏଥିରେ ଦୁଇ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାର୍ ଛଡାଇ ସାରିବା ପରେ ବି ଦୀପକ କାର୍ ଭିତରୁ ବାହାରି ନଥିଲା। ହଠାତ୍ ଦୁର୍ଘଟଣା ଆବାଜ ପାଇଁ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ କାର ପାଖକୁ ଚାଲି ଆସିଥିଲେ। ଜଣେ ଶ୍ରମିକ କାର୍ କାଚ ଖୋଲି ଦୀପକକୁ ପଚାରିଥିଲେ ଭାଇ ତୁମେ ଏଠି ନିଜର ଷ୍ଟଣ୍ଟ କାହିଁକି ଦେଖାଉଛ? ଲୋକେ ମଲେଣି ତୁମ ପାଇଁ ତୁମକୁ କିଛ ଜଣା ଅଛି? କାର୍ ଭିତରେ ଥାଇ ଦୀପକ ଅତି ଅସମ୍ବେଦନଶୀଳ ଭଳି ଜବାବ ଦେଇଥିଲେ। ଲୋକେ ମରିଗଲେଣି ? ବୋଲି ପଚାରିଥିଲେ। ଏହାପରେ ଶ୍ରମିକମାନେ ଜବାବ ଦେଇ କହିଥିଲେ ଗାଡ଼ି ଭିତରୁ ବାହାର ଆଉ ସେପଟେ ଦେଖ ତୁମ କ’ଣ କରିଛ? ପଢନ୍ତୁ- ଏବେ ମୋଟରସାଇକେଲ କିଣିଲେ ମିଳିବ ଦୁଇଟି ISI ସାର୍ଟିଫାଏଡ୍ ହେଲ୍‌ମେଟ୍ !: କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶଏହାପରେ ଦୀପକ କାର୍ ଭିତରୁ ବାହାରକୁ

ଦୁଇ ଶ୍ରମିକଙ୍କ ଉପରେ ଲାମ୍ବୋଗିନୀ ଛଡ଼ାଇବା ପରେ, ଅଭିଯୁକ୍ତ ପଚାରୁଛି କିଏ ମରିଗଲା କି ?

ନୂଆଦିଲ୍ଲୀ: ଭାରତରେ ଲୋକଙ୍କ ଭିତରେ ମଣିଷପଣିଆ ଶେଷ ପ୍ରାୟେ ହେବାକୁ ବସିଲାଣି। ଚୋରି ଡକାୟତୀ କଥା ଛାଡ଼ନ୍ତୁ ବଡ଼ଲୋକମାନେ ଗରିବ ଓ ସାଧାରଣ ଲୋକଙ୍କୁ ପୋକମାଛି ନଜରରେ ଦେଖୁଛନ୍ତି। ନିଜର ଦାମି ଦାମି କାର୍‌ର ଚକାରେ ଗରିବ ଲୋକଙ୍କୁ ଦଳି ଚକିଟି ଦେଉଛନ୍ତି। ଲୋକଙ୍କୁ ମାରି ସାରିବା ପରେ ପଚାରୁଛନ୍ତି ଲୋକେ ମରିଗଲେ?

ଦିଲ୍ଲୀର ନୋଏଡ଼ା ସେକ୍ଟର ୯୪ରେ ଏଭଳି ଘଟଣା ଘଟିଛି। ରବିବାର ଦୀପକ ନାମକ ଜଣେ ବ୍ୟକ୍ତି ନିଜର ଲାମ୍ବୋଗିନୀ କାର୍ ସ୍ପିଡ୍‌ରେ ଆଣି ରାସ୍ତାକଡ଼ରେ ବସିଥିବା ଶ୍ରମିକଙ୍କ ଉପରେ ଚଢ଼ାଇ ଦେଇଛି। ଏଥିରେ ଦୁଇ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାର୍ ଛଡାଇ ସାରିବା ପରେ ବି ଦୀପକ କାର୍ ଭିତରୁ ବାହାରି ନଥିଲା। 

ହଠାତ୍ ଦୁର୍ଘଟଣା ଆବାଜ ପାଇଁ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ କାର ପାଖକୁ ଚାଲି ଆସିଥିଲେ। ଜଣେ ଶ୍ରମିକ କାର୍ କାଚ ଖୋଲି ଦୀପକକୁ ପଚାରିଥିଲେ ଭାଇ ତୁମେ ଏଠି ନିଜର ଷ୍ଟଣ୍ଟ କାହିଁକି ଦେଖାଉଛ? ଲୋକେ ମଲେଣି ତୁମ ପାଇଁ ତୁମକୁ କିଛ ଜଣା ଅଛି? କାର୍ ଭିତରେ ଥାଇ ଦୀପକ ଅତି ଅସମ୍ବେଦନଶୀଳ ଭଳି ଜବାବ ଦେଇଥିଲେ। ଲୋକେ ମରିଗଲେଣି ? ବୋଲି ପଚାରିଥିଲେ। ଏହାପରେ ଶ୍ରମିକମାନେ ଜବାବ ଦେଇ କହିଥିଲେ ଗାଡ଼ି ଭିତରୁ ବାହାର ଆଉ ସେପଟେ ଦେଖ ତୁମ କ’ଣ କରିଛ? 

ପଢନ୍ତୁ- ଏବେ ମୋଟରସାଇକେଲ କିଣିଲେ ମିଳିବ ଦୁଇଟି ISI ସାର୍ଟିଫାଏଡ୍ ହେଲ୍‌ମେଟ୍ !: କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

ଏହାପରେ ଦୀପକ କାର୍ ଭିତରୁ ବାହାରକୁ ଚାଲି ଆସିଥିଲେ। ଶ୍ରମିକ ଏଭଳି ବେପରୁଆ ଗାଡ଼ି କାହିଁକି ଚଲାଉଛ ବୋଲିପଚାରିଥିଲେ। ଜବାବରେ ଦୀପକ କହିଥିଲେ ଯେ ମୁଁ ଏକ୍ସଲେରେଟର ଧୀରେ ଦବାଇଥିଲି। ଶ୍ରମିକ ପୁଣି ପଚାରିଥିଲେ ଏଇଟା ତୁମର ଧୀରେ ଥିଲା? 

ଏହାପରେ ଶ୍ରମିକମାନେ ପୁଲିସକୁ ଫୋନ୍ କରିବା ପରେ ପୁଲିସ ଆସି ଦୀପକୁ ଅଟକ ରଖିବା ସହିତ କାର୍ ଜବତ କରିଛି। ଏବଂ ଆହତକୁ ଡାକ୍ତରଖାନା ନେବାର ବ୍ୟବସ୍ତା କରିଥିଲା। କାର୍‌ଟି ଦୀପକ ନାଁରେ ନାହିଁ ସେ ଟେଷ୍ଟ ଡ୍ରାଇଭରେ ଆସି ଏଭଳି କାଣ୍ଡ ଘଟାଇଛି ବୋଲି ପୁଲିସ କହିଛି। 




ପଚରାଉଚରା ବେଳେ ଦୀପକ ପୁଲିସକୁ ପ୍ରତିକ୍ରିୟା ଦେଇ କହିଛି ଯେ କାରର ସ୍କ୍ରିନରେ କିଛି ତ୍ରୁଟି ଦେଖାଯାଇଥିଲା। ସେ ଗାଡ଼ି ଚଲାଇବା ସମୟରେ ସେ ସ୍କ୍ରିନକୁ ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣାରେ ଦୀପକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି। 

ପଢନ୍ତୁ- ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ; ଗଛ ଉପୁଡ଼ି ୬ ମୃତ, ୫ ଗୁରୁତର