ଏବେବି ବଜାରରୁ ଫେରିନି ୩ କୋଟିରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍, ପ୍ରଚଳନରୁ ହଟିବାର ବିତିଲାଣି ୨ ବର୍ଷ

ନୂଆଦିଲ୍ଲୀ ୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ୨ ହଜାର ଟଙ୍କା ନୋଟକୁ ପ୍ରଚଳନରୁ ବାହାର କରାଯିବାର ୨ ବର୍ଷ ବିତିଗଲାଣି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏବେ ବି କୋଟି କୋଟି ଟଙ୍କାର ନୋଟ୍ ଲୋକଙ୍କ ପାଖରୁ ଫେରି ନାହିଁ। ଆରବିଆଇଙ୍କ ତାଜା ତଥ୍ୟରୁ ୩୧ ଜୁଲାଇ ୨୦୨୫ ସୁଦ୍ଧା ୩ କୋଟିରୁ ଅଧିକ ନୋଟ୍ ଅର୍ଥାତ ପାଖାପାଖି ୬୦୧୭ କୋଟି ଟଙ୍କା ଏବେବି ପ୍ରଚଳନରେ ରହିଛି। ଏବେବି ବୈଧ ୨୦୦୦ ଟଙ୍କା ନୋଟ୍? ହଁ ଆରବିଆଇ ଏହା ସ୍ପଷ୍ଟ ରୂପେ କହିଛନ୍ତି ଯେ ୨ ହଜାର ଟଙ୍କା ନୋଟର ଏବେବି ଲିଗାଲ ଟେଣ୍ଡର ରହିଛି। ଅର୍ଥାତ ଏହା ଏବେବି ବୈଧ ମୁଦ୍ରା ମନେ କରାଯାଉଛି। ଅର୍ଥାତ ଆପଣଙ୍କ ପାଖରେ ଯଦି ଏହି ନୋଟ୍ ଅଛି ଏହା ସମ୍ପୂର୍ଣ୍ଣ ମାନ୍ୟ ଓ ଏହାକୁ ଆପଣ  କେବଳ ଉଚିତ ଉପାୟରେ ବ୍ୟାଙ୍କିଙ୍ଗ ସିଷ୍ଟମ ପର୍ଯ୍ୟନ୍ତ ପହଞ୍ଚାଇବେ। ୧୯ ମେ ୨୦୨୩ରେ ଆରବିଆଇ ୨୦୦୦ ଟଙ୍କା ନୋଟକୁ ପ୍ରଚଳନରୁ ବାହାର କରୁଥିବା ଘୋଷଣା କରିଥିଲେ। ଏହି ସମୟରେ ଏହି ନୋଟର ମୋଟ ମୂଲ୍ୟ ୩.୫୬ଲକ୍ଷ କୋଟି ଟଙ୍କା ଥିଲା। ଏହି ମୁଦ୍ରାରୁ ଏ ପର୍ଯ୍ୟନ୍ତ ୯୮.୩୧% ପ୍ରତିଶତ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ସାରିଛି। କେବଳ ୧.୬୯% ନୋଟ୍ ଅର୍ଥାତ ୬୦୧୭ କୋଟି ଟଙ୍କା ଫେରିବା ବାକି ଅଛି। ଏଣୁ ଆପଣଙ୍କ ପାଖରେ ଯଦି ଏହି ମୁଦ୍ରା ଥାଏ ତେବେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଏଙି ମୁଦ୍ରା ଫେରାଇ ନେବାକୁ ଆରବିଆଇ ଅନେକ ବିକଳ୍ପ ଖୋଲା ରଖିଛନ୍ତି। ଆରବିଆଇଙ୍କ ୧୯ କ୍ଷେତ୍ରିୟ

ଏବେବି ବଜାରରୁ ଫେରିନି ୩ କୋଟିରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍, ପ୍ରଚଳନରୁ ହଟିବାର ବିତିଲାଣି ୨ ବର୍ଷ

ନୂଆଦିଲ୍ଲୀ ୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ୨ ହଜାର ଟଙ୍କା ନୋଟକୁ ପ୍ରଚଳନରୁ ବାହାର କରାଯିବାର ୨ ବର୍ଷ ବିତିଗଲାଣି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏବେ ବି କୋଟି କୋଟି ଟଙ୍କାର ନୋଟ୍ ଲୋକଙ୍କ ପାଖରୁ ଫେରି ନାହିଁ। ଆରବିଆଇଙ୍କ ତାଜା ତଥ୍ୟରୁ ୩୧ ଜୁଲାଇ ୨୦୨୫ ସୁଦ୍ଧା ୩ କୋଟିରୁ ଅଧିକ ନୋଟ୍ ଅର୍ଥାତ ପାଖାପାଖି ୬୦୧୭ କୋଟି ଟଙ୍କା ଏବେବି ପ୍ରଚଳନରେ ରହିଛି। 

ଏବେବି ବୈଧ ୨୦୦୦ ଟଙ୍କା ନୋଟ୍?
 ହଁ ଆରବିଆଇ ଏହା ସ୍ପଷ୍ଟ ରୂପେ କହିଛନ୍ତି ଯେ ୨ ହଜାର ଟଙ୍କା ନୋଟର ଏବେବି ଲିଗାଲ ଟେଣ୍ଡର ରହିଛି। ଅର୍ଥାତ ଏହା ଏବେବି ବୈଧ ମୁଦ୍ରା ମନେ କରାଯାଉଛି। ଅର୍ଥାତ ଆପଣଙ୍କ ପାଖରେ ଯଦି ଏହି ନୋଟ୍ ଅଛି ଏହା ସମ୍ପୂର୍ଣ୍ଣ ମାନ୍ୟ ଓ ଏହାକୁ ଆପଣ  କେବଳ ଉଚିତ ଉପାୟରେ ବ୍ୟାଙ୍କିଙ୍ଗ ସିଷ୍ଟମ ପର୍ଯ୍ୟନ୍ତ ପହଞ୍ଚାଇବେ। ୧୯ ମେ ୨୦୨୩ରେ ଆରବିଆଇ ୨୦୦୦ ଟଙ୍କା ନୋଟକୁ ପ୍ରଚଳନରୁ ବାହାର କରୁଥିବା ଘୋଷଣା କରିଥିଲେ। ଏହି ସମୟରେ ଏହି ନୋଟର ମୋଟ ମୂଲ୍ୟ ୩.୫୬ଲକ୍ଷ କୋଟି ଟଙ୍କା ଥିଲା। 

ଏହି ମୁଦ୍ରାରୁ ଏ ପର୍ଯ୍ୟନ୍ତ ୯୮.୩୧% ପ୍ରତିଶତ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ସାରିଛି। କେବଳ ୧.୬୯% ନୋଟ୍ ଅର୍ଥାତ ୬୦୧୭ କୋଟି ଟଙ୍କା ଫେରିବା ବାକି ଅଛି। ଏଣୁ ଆପଣଙ୍କ ପାଖରେ ଯଦି ଏହି ମୁଦ୍ରା ଥାଏ ତେବେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ଏଙି ମୁଦ୍ରା ଫେରାଇ ନେବାକୁ ଆରବିଆଇ ଅନେକ ବିକଳ୍ପ ଖୋଲା ରଖିଛନ୍ତି। ଆରବିଆଇଙ୍କ ୧୯ କ୍ଷେତ୍ରିୟ କାର୍ଯ୍ୟାଳୟ ଏବେବି ଏହି ନୋଟ୍ ଗ୍ରହଣ କରୁଛନ୍ତି। ଏହି ସବୁ କାର୍ଯ୍ୟାଳୟକୁ ଯାଇ ଏ ନୋଟ୍ ଆପଣଙ୍କ ବ୍ୟାଙ୍କ ଜମା ଖାତାରେ ଜମା କରିପାରିବେ। ଏଥିରେ ଯଦି ଆପଣ ଦୂର ଦୂରାନ୍ତରେ ରହୁଛନ୍ତି ଯେ ଡାକଘର ମାଧ୍ୟମରେ ଟଙ୍କା ଆରବିଆଇଙ୍କ କାର୍ଯ୍ୟାଳୟକୁ ପଠାଇ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା କରିପାରିବେ।