ଶିମିଳିପାଳରେ ଭାରତର ସମସ୍ତ ୧୦ଟି କଳାବାଘ

ନୂଆଦିଲ୍ଲୀ,୨୧ା୧୨(ପି.ଟି.): ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି। ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। କେବଳ ଶିମିଳିପାଳ ଅଭୟାରଣ୍ୟରେ ଏହି ବାଘ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି ବୋଲି ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଗୃହକୁ ଜଣାଇଛନ୍ତି। ୨୦୨୨ରେ ସାରା ଦେଶରେ ବାଘ ଆକଳନ କରାଯାଇଥିବାବେଳେ ଶିମିଳିପାଳରେ ୧୬ଟି ବାଘ ଥିବା ଜଣାପଡ଼ିଥିଲା। ସେଥିରୁ ୧୦ଟି ମେଲାନିଷ୍ଟିକ୍‌ ପ୍ରଜାତିର (କଳା) ବାଘ। ଗତ ୫ ବର୍ଷରେ ଶିମିଳିପାଳ […] The post ଶିମିଳିପାଳରେ ଭାରତର ସମସ୍ତ ୧୦ଟି କଳାବାଘ appeared first on Dharitri Odia News.

ଶିମିଳିପାଳରେ ଭାରତର ସମସ୍ତ ୧୦ଟି କଳାବାଘ

ନୂଆଦିଲ୍ଲୀ,୨୧ା୧୨(ପି.ଟି.): ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି। ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। କେବଳ ଶିମିଳିପାଳ ଅଭୟାରଣ୍ୟରେ ଏହି ବାଘ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି ବୋଲି ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଗୃହକୁ ଜଣାଇଛନ୍ତି।

୨୦୨୨ରେ ସାରା ଦେଶରେ ବାଘ ଆକଳନ କରାଯାଇଥିବାବେଳେ ଶିମିଳିପାଳରେ ୧୬ଟି ବାଘ ଥିବା ଜଣାପଡ଼ିଥିଲା। ସେଥିରୁ ୧୦ଟି ମେଲାନିଷ୍ଟିକ୍‌ ପ୍ରଜାତିର (କଳା) ବାଘ। ଗତ ୫ ବର୍ଷରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ବନ୍ୟପ୍ରାଣୀ ସଂରକ୍ଷଣ, ବାସସ୍ଥାନ ପରିଚାଳନା, ମାନବ ସମ୍ବଳ ଏବଂ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ରୀୟ ଯୋଜନାରେ ୩୨.୭୫ କୋଟି ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଇଛି।

କଳାବାଘ ଉପରେ ପରିବେଶବିତ୍‌ ଉମା ରାମକ୍ରିଷ୍ଣନଙ୍କ ନେତୃତ୍ୱରେ ବେଙ୍ଗାଲୁରୁର ନ୍ୟାଶନାଲ ସେଣ୍ଟର ଫର୍‌ ବାୟୋଲୋଜିକାଲ ସାଇନ୍ସ ଛାତ୍ର ବିନୟ ସାଗର ୨୦୨୧ରେ ଏକ ଗବେଷଣା କରିଥିଲେ। ଟ୍ରାନ୍ସମେମ୍ବ୍ରେନ୍‌ ଆମିନୋପେପ୍‌ଟିଡେଜ୍‌ କ୍ୟୁ ଜିନ୍‌ର ଏକକ ମ୍ୟୁଟେଶନରୁ ବାଘର କଳା ରଙ୍ଗ ହୋଇଥିବା ସେ ଦର୍ଶାଇଥିଲେ।

The post ଶିମିଳିପାଳରେ ଭାରତର ସମସ୍ତ ୧୦ଟି କଳାବାଘ appeared first on Dharitri Odia News.