ଏବେବି ମନରେ ଅଛି ଅନ୍ଧବିଶ୍ୱାସ, ଚୋରି ପରେ ଗାଁରେ ବୁଲିଲା ଖଟିଆ

ପୁରୀ : ଆଜି ବି ଲୋକଙ୍କ ଭିତରେ ବଞ୍ଚି ରହିଛି ଅନ୍ଧବିଶ୍ୱାସ। ଚୋର ଧରିବାକୁ ଏଠି ପୋଲିସ୍ ନୁହେଁ  ଗାଁରେ ବୁଲିଲା ଖଟିଆ। ପୁରୀ ସଦର ଚନ୍ଦନପୁର ଥାନା ଶିରୁଳି ଗ୍ରାମରେ ବୁଲିଛି ଖଟିଆ। ତେବେ ଚୋର ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ଗ୍ରାମବାସୀ ମାନେ ଗାଁ କୋଠଘରେ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଥିବା ବ୍ୟକ୍ତି ଜଣକ ପୋଲିସର ସହାୟତା ଲୋଡିଥିବା ଜଣାପଡିଛି। କିନ୍ତୁ ଏହି ଘଟଣାକୁ ନେଇ ଶିରୁଳି ଗ୍ରାମବାସୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପୂରା ଘଟଣା ସଂପର୍କରେ ଜାଣିବାକୁ ଚନ୍ଦନପୁର ଥାନା ପୋଲିସ ସହ ଯୋଗାଯୋଗ କରାଯାଇଥିବାବେଳେ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ଚନ୍ଦନପୁର ଥାନା ଆଇଆଇସି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଶିରୁଳି ଗ୍ରାମରେ ଚୋରି ଘଟଣାକୁ ନେଇ ଗାଁ ଲୋକେ ଖଟିଆ ବୁଲାଇଥିଲେ। ତେବେ ଗ୍ରାମରେ ଥିବା ଜଣେ ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ଗତକାଲି ରାତି ୧୨ ଟାରୁ ଗାଁ କୋଠଘରେ ଅଟକ ରଖିଥିବା ବେଳେ ପୋଲିସ ଉପସ୍ଥିତିରେ ଏଭଳି କାର୍ଯ୍ୟ ହୋଇଥିବା ଆଲୋଚନା ହେଉଛି।

ଏବେବି ମନରେ ଅଛି ଅନ୍ଧବିଶ୍ୱାସ, ଚୋରି ପରେ ଗାଁରେ ବୁଲିଲା ଖଟିଆ

ପୁରୀ : ଆଜି ବି ଲୋକଙ୍କ ଭିତରେ ବଞ୍ଚି ରହିଛି ଅନ୍ଧବିଶ୍ୱାସ। ଚୋର ଧରିବାକୁ ଏଠି ପୋଲିସ୍ ନୁହେଁ  ଗାଁରେ ବୁଲିଲା ଖଟିଆ। ପୁରୀ ସଦର ଚନ୍ଦନପୁର ଥାନା ଶିରୁଳି ଗ୍ରାମରେ ବୁଲିଛି ଖଟିଆ। ତେବେ ଚୋର ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ଗ୍ରାମବାସୀ ମାନେ ଗାଁ କୋଠଘରେ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଥିବା ବ୍ୟକ୍ତି ଜଣକ ପୋଲିସର ସହାୟତା ଲୋଡିଥିବା ଜଣାପଡିଛି। କିନ୍ତୁ ଏହି ଘଟଣାକୁ ନେଇ ଶିରୁଳି ଗ୍ରାମବାସୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପୂରା ଘଟଣା ସଂପର୍କରେ ଜାଣିବାକୁ ଚନ୍ଦନପୁର ଥାନା ପୋଲିସ ସହ ଯୋଗାଯୋଗ କରାଯାଇଥିବାବେଳେ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ଚନ୍ଦନପୁର ଥାନା ଆଇଆଇସି ସୂଚନା ଦେଇଛନ୍ତି। 

ସୂଚନା ଅନୁଯାୟୀ ଶିରୁଳି ଗ୍ରାମରେ ଚୋରି ଘଟଣାକୁ ନେଇ ଗାଁ ଲୋକେ ଖଟିଆ ବୁଲାଇଥିଲେ। ତେବେ ଗ୍ରାମରେ ଥିବା ଜଣେ ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ଗତକାଲି ରାତି ୧୨ ଟାରୁ ଗାଁ କୋଠଘରେ ଅଟକ ରଖିଥିବା ବେଳେ ପୋଲିସ ଉପସ୍ଥିତିରେ ଏଭଳି କାର୍ଯ୍ୟ ହୋଇଥିବା ଆଲୋଚନା ହେଉଛି।