ଏଭଳି ତିଆରି କରାଯାଏ ନୁଡୁଲ୍ସ, ଭିଡିଓ ଦେଖିଲେ ଆପଣ ଖାଇବା ଭୁଲିଯିବେ

ଅଧିକାଂଶ ଲୋକ ମୋମୋଜ ଏବଂ ନୁଡୁଲ୍ସକୁ ଷ୍ଟ୍ରିଟ ଫୁଡ ଭାବରେ ପସନ୍ଦ କରନ୍ତି । ଅନେକ ଉପାୟରେ ନୁଡୁଲ୍ସକୁ ପ୍ରସ୍ତୁତ କରାଯାଇ ପରିବେଷଣ କରାଯାଏ। କିନ୍ତୁ ଆପଣ ନୁଡୁଲ୍ସ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖିଛନ୍ତି କି? ଯଦି ଆପଣ ଏହାକୁ ଦେଖି ନାହାଁନ୍ତି, ତେବେ ଆମେ ଆପଣଙ୍କୁ ଦେଖାଇବୁ। ଯଦି ଆପଣ ଭାବୁଛନ୍ତି ଯେ ନୁଡୁଲ୍ସ ତିଆରି କରିବା ସମୟରେ ସ୍ବଚ୍ଛତା ଉପରେ ଯତ୍ନବାନ ହେଉଥିବେ, ତେବେ ତାହା ସମ୍ପୂର୍ଣ୍ଣ ଭୁଲ। ନୁଡୁଲ୍ସ ତିଆରି କରିବାର […] The post ଏଭଳି ତିଆରି କରାଯାଏ ନୁଡୁଲ୍ସ, ଭିଡିଓ ଦେଖିଲେ ଆପଣ ଖାଇବା ଭୁଲିଯିବେ appeared first on Dharitri Odia News.

ଏଭଳି ତିଆରି କରାଯାଏ ନୁଡୁଲ୍ସ, ଭିଡିଓ ଦେଖିଲେ ଆପଣ ଖାଇବା ଭୁଲିଯିବେ

ଅଧିକାଂଶ ଲୋକ ମୋମୋଜ ଏବଂ ନୁଡୁଲ୍ସକୁ ଷ୍ଟ୍ରିଟ ଫୁଡ ଭାବରେ ପସନ୍ଦ କରନ୍ତି । ଅନେକ ଉପାୟରେ ନୁଡୁଲ୍ସକୁ ପ୍ରସ୍ତୁତ କରାଯାଇ ପରିବେଷଣ କରାଯାଏ। କିନ୍ତୁ ଆପଣ ନୁଡୁଲ୍ସ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖିଛନ୍ତି କି? ଯଦି ଆପଣ ଏହାକୁ ଦେଖି ନାହାଁନ୍ତି, ତେବେ ଆମେ ଆପଣଙ୍କୁ ଦେଖାଇବୁ। ଯଦି ଆପଣ ଭାବୁଛନ୍ତି ଯେ ନୁଡୁଲ୍ସ ତିଆରି କରିବା ସମୟରେ ସ୍ବଚ୍ଛତା ଉପରେ ଯତ୍ନବାନ ହେଉଥିବେ, ତେବେ ତାହା ସମ୍ପୂର୍ଣ୍ଣ ଭୁଲ। ନୁଡୁଲ୍ସ ତିଆରି କରିବାର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣ ନୁଡୁଲ୍ସ ଖାଇବା ଭୁଲିଯିବେ।

ଭାଇରାଲ ଭିଡିଓରେ ନୁଡୁଲ୍ସ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖାଯାଉଛି। କୋଲକାତାସ୍ଥିତ ଏକ କାରଖାନା ବିଷୟରେ ଭିଡିଓଟି କୁହାଯାଉଛି। ନୁଡୁଲ୍ସ ତିଆରି କରିବା ସମୟରେ କୌଣସି ସ୍ବଚ୍ଛତା ପ୍ରତି ଧ୍ୟାନ ଦିଆଯାଇନାହିଁ । ତେବେ ଏହା ପ୍ରଥମ ଭିଡିଓ ନୁହେଁ ଯାହା ଭାଇରାଲ ହୋଇଛି। ଏହା ପୂର୍ବରୁ ମଧ୍ୟ ମୋମୋ ଏବଂ ନୁଡୁଲ୍ସ ତିଆରି କରିବାର ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉ ନଥିଲା ।

 

View this post on Instagram

 

A post shared by Nikhhiil Chawla (@hmm_nikhil)

The post ଏଭଳି ତିଆରି କରାଯାଏ ନୁଡୁଲ୍ସ, ଭିଡିଓ ଦେଖିଲେ ଆପଣ ଖାଇବା ଭୁଲିଯିବେ appeared first on Dharitri Odia News.