ୟରୱାଡା ଜେଲରୁ ଜାମିନରେ ମୁକୁଳିଲେ ପୂଜା ଖେଡକରଙ୍କ ମା ମନୋରମା ଖେଡକର
ମୁମ୍ବାଇ : ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ମା ମନୋରମା ଖେଡକରଙ୍କୁ ଶନିବାର ସନ୍ଧ୍ୟାରେ ଏରୱାଡା ଜେଲରୁ ମୁକ୍ତ କରି ଦିଆଯାଇଛି। ଜେଲରୁ ବାହାରିବା ମାତ୍ରେ ମନୋରମା ଗଣମାଧ୍ୟମକୁ ଟାଳି ନିଜ ଘରକୁ ଚାଲିଯାଇଛନ୍ତି। ସୂଚନା ଅନୁସାରେ କୃଷକଙ୍କୁ ଧମକ ଦେବା ମାମଲାରେ ମନୋରମା ଖେଡକରଙ୍କୁ ପୁଣେ ସେସନ କୋର୍ଟ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଥିଲେ। ସେହି ଅନୁସାରେ ଶନିବାର କାଗଜପତ୍ର କାମ ଶେଷ ହେବା ପରେ ସନ୍ଧ୍ୟାରେ ତାଙ୍କୁ ଜେଲରୁ ଛଡାଯାଇଛି। ସୂଚନା ଅନୁସାରେ ମନୋରମା ଖେଡକରଙ୍କୁ ପୁଣେ ପୋଲିସ ଚାଷୀଙ୍କୁ ଧମକେଇବା ମାମଲାରେ ଜୁଲାଇ ୧୮ ତାରିଖ ଦିନ ରାୟଗଡ଼ ଜିଲ୍ଲାର ମହାଡ ନିକଟସ୍ଥ ହିରକାନିୱାଡି ଗାଁର ଏକ ଲଜରୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ୪ ଦିନିଆ ପୋଲିସ ରିମାଣ୍ଡରେ ଛଡା ଯାଇଥିଲା। ପୋଲିସ ରିମାଣ୍ଡରୁ ଫେରିବା ପରଠାରୁ ମନୋରମା ବିଚାରବିଭାଗୀୟ ହାଜତରେ ଥିଲେ। ଏଣୁ ତାଙ୍କୁ ଏରୱାଡା ଜେଲରେ ରଖାଯାଇଥିବା ବେଳେ ପୁଣେ ଦୌରାଜଜଙ୍କ କୋର୍ଟ ତାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି।
ମୁମ୍ବାଇ : ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ମା ମନୋରମା ଖେଡକରଙ୍କୁ ଶନିବାର ସନ୍ଧ୍ୟାରେ ଏରୱାଡା ଜେଲରୁ ମୁକ୍ତ କରି ଦିଆଯାଇଛି। ଜେଲରୁ ବାହାରିବା ମାତ୍ରେ ମନୋରମା ଗଣମାଧ୍ୟମକୁ ଟାଳି ନିଜ ଘରକୁ ଚାଲିଯାଇଛନ୍ତି। ସୂଚନା ଅନୁସାରେ କୃଷକଙ୍କୁ ଧମକ ଦେବା ମାମଲାରେ ମନୋରମା ଖେଡକରଙ୍କୁ ପୁଣେ ସେସନ କୋର୍ଟ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଥିଲେ। ସେହି ଅନୁସାରେ ଶନିବାର କାଗଜପତ୍ର କାମ ଶେଷ ହେବା ପରେ ସନ୍ଧ୍ୟାରେ ତାଙ୍କୁ ଜେଲରୁ ଛଡାଯାଇଛି।
ସୂଚନା ଅନୁସାରେ ମନୋରମା ଖେଡକରଙ୍କୁ ପୁଣେ ପୋଲିସ ଚାଷୀଙ୍କୁ ଧମକେଇବା ମାମଲାରେ ଜୁଲାଇ ୧୮ ତାରିଖ ଦିନ ରାୟଗଡ଼ ଜିଲ୍ଲାର ମହାଡ ନିକଟସ୍ଥ ହିରକାନିୱାଡି ଗାଁର ଏକ ଲଜରୁ ଗିରଫ କରିଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ୪ ଦିନିଆ ପୋଲିସ ରିମାଣ୍ଡରେ ଛଡା ଯାଇଥିଲା। ପୋଲିସ ରିମାଣ୍ଡରୁ ଫେରିବା ପରଠାରୁ ମନୋରମା ବିଚାରବିଭାଗୀୟ ହାଜତରେ ଥିଲେ। ଏଣୁ ତାଙ୍କୁ ଏରୱାଡା ଜେଲରେ ରଖାଯାଇଥିବା ବେଳେ ପୁଣେ ଦୌରାଜଜଙ୍କ କୋର୍ଟ ତାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି।