ଲାଉଡସ୍ପିକର ବ୍ୟବହାର କୌଣସି ଧର୍ମର ଆବଶ୍ୟକ ଅଂଶବିଶେଷ ନୁହେଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ ୨୩।୧: ଲାଉଡ ସ୍ପିକର ବଜାଇବା କୌଣସି ଧର୍ମର ଅନିବାର୍ଯ୍ୟ ଅଂଶବିଶେଷ ନୁହେଁ। ବମ୍ବେ ହାଇକୋର୍ଟ ଗୁରୁବାର ଏହା କହିଛନ୍ତି। କୋର୍ଟ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସୀଙ୍କୁ ଧ୍ୱନୀ ପ୍ରଦୂଷଣ ନିୟମ ଉଲ୍ଲଂଘନ କରୁଥିବା ଲାଉଡସ୍ପିକର ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଜଷ୍ଟିସ୍ ଏ.ଏସ.ଗଡକରୀ ଓ ଜଷ୍ଟିସ୍ ଏସ.ସି. ଚାଣ୍ଡକଙ୍କ ଖଣ୍ଡପୀଠ କହିଛନ୍ତି ଯେ ଉଚ୍ଚ ଶବ୍ଦ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ। ଯଦି କାହାକୁ ଲାଉଡସ୍ପିକର ବଜାଇବାକୁ ଅନୁମତି ଦିଆନଯାଏ କେହି ଦାବିର ସହିତ କହିପାରିବେନି ଯେ ତାଙ୍କ ଅଧିକାର କୌଣସି ପ୍ରକାର କ୍ଷୁର୍ଣ୍ଣ ହେଉଛି। ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ସେ ଧାର୍ମିକ ଅନୁଷ୍ଠାନଙ୍କୁ ଅଟୋ ଡେସିବଲ ସୀମା ସହିତ କ୍ୟାଲିବ୍ରେଟେଡ ସାଉଣ୍ଡ ସିଷ୍ଟମ ସହିତ ଶବ୍ଦର ସ୍ତରକୁ ନିୟନ୍ତ୍ରିତ କରିବା ପାଇଁ ବ୍ୟବସ୍ଥା ଆପଣେଇବାକୁ ନିର୍ଦ୍ଦେଶ ଦିଅନ୍ତୁ। କୋର୍ଟ ଉପନଗରୀୟ କୁର୍ଲାର ଦୁଇ ହାଉସିଂ ସୋସାଇଟିଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ନେହେରୁ ନଗର ରେସିଡେଣ୍ଟସ୍ ୱେଲଫେୟାର ସୋସାଇଟି ଓ ଶିବ ସୃଷ୍ଟି କୋ-ଅପରେଟିଭ ହାଉସିଂ ସୋସାଇଟିଜ୍ ଆସୋସିଏସନ ଲିମିଟେଡର ଆବେଦନ ଦାଖଲ କରି ସମ୍ପୃକ୍ତ କ୍ଷେତ୍ରର ମସଜିଦମାନଙ୍କ ଉପରେ ଲାଗିଥିବା ଲାଉଡସ୍ପିକରରୁ ହେଉଥିବା ଧ୍ୱନୀ ପ୍ରଦୂଷଣ ବିରୋଧରେ ପୋଲିସ ନିଷ୍କ୍ରିୟତାର ଅଭିଯୋଗ କରିଥିଲେ। ଆବେଦନକା

ଲାଉଡସ୍ପିକର ବ୍ୟବହାର କୌଣସି ଧର୍ମର ଆବଶ୍ୟକ ଅଂଶବିଶେଷ ନୁହେଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ ୨୩।୧: ଲାଉଡ ସ୍ପିକର ବଜାଇବା କୌଣସି ଧର୍ମର ଅନିବାର୍ଯ୍ୟ ଅଂଶବିଶେଷ ନୁହେଁ। ବମ୍ବେ ହାଇକୋର୍ଟ ଗୁରୁବାର ଏହା କହିଛନ୍ତି। କୋର୍ଟ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସୀଙ୍କୁ ଧ୍ୱନୀ ପ୍ରଦୂଷଣ ନିୟମ ଉଲ୍ଲଂଘନ କରୁଥିବା ଲାଉଡସ୍ପିକର ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଜଷ୍ଟିସ୍ ଏ.ଏସ.ଗଡକରୀ ଓ ଜଷ୍ଟିସ୍ ଏସ.ସି. ଚାଣ୍ଡକଙ୍କ ଖଣ୍ଡପୀଠ କହିଛନ୍ତି ଯେ ଉଚ୍ଚ ଶବ୍ଦ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ। 

ଯଦି କାହାକୁ ଲାଉଡସ୍ପିକର ବଜାଇବାକୁ ଅନୁମତି ଦିଆନଯାଏ କେହି ଦାବିର ସହିତ କହିପାରିବେନି ଯେ ତାଙ୍କ ଅଧିକାର କୌଣସି ପ୍ରକାର କ୍ଷୁର୍ଣ୍ଣ ହେଉଛି। ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ସେ ଧାର୍ମିକ ଅନୁଷ୍ଠାନଙ୍କୁ ଅଟୋ ଡେସିବଲ ସୀମା ସହିତ କ୍ୟାଲିବ୍ରେଟେଡ ସାଉଣ୍ଡ ସିଷ୍ଟମ ସହିତ ଶବ୍ଦର ସ୍ତରକୁ ନିୟନ୍ତ୍ରିତ କରିବା ପାଇଁ ବ୍ୟବସ୍ଥା ଆପଣେଇବାକୁ ନିର୍ଦ୍ଦେଶ ଦିଅନ୍ତୁ। କୋର୍ଟ ଉପନଗରୀୟ କୁର୍ଲାର ଦୁଇ ହାଉସିଂ ସୋସାଇଟିଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। 

ନେହେରୁ ନଗର ରେସିଡେଣ୍ଟସ୍ ୱେଲଫେୟାର ସୋସାଇଟି ଓ ଶିବ ସୃଷ୍ଟି କୋ-ଅପରେଟିଭ ହାଉସିଂ ସୋସାଇଟିଜ୍ ଆସୋସିଏସନ ଲିମିଟେଡର ଆବେଦନ ଦାଖଲ କରି ସମ୍ପୃକ୍ତ କ୍ଷେତ୍ରର ମସଜିଦମାନଙ୍କ ଉପରେ ଲାଗିଥିବା ଲାଉଡସ୍ପିକରରୁ ହେଉଥିବା ଧ୍ୱନୀ ପ୍ରଦୂଷଣ ବିରୋଧରେ ପୋଲିସ ନିଷ୍କ୍ରିୟତାର ଅଭିଯୋଗ କରିଥିଲେ। ଆବେଦନକାରୀ ତର୍କ ଦେଇଥିଲେ ଯେ ଧାର୍ମିକ ଉଦ୍ଦେଶ୍ୟ ନିମନ୍ତେ ଲାଉଡ ସ୍ପିକରର ବ୍ୟବହାର ଯେଉଁଥିରେ ଅଜାନ(ଇସ୍ଲାମିକ ପ୍ରାର୍ଥନାର ଆହ୍ୱାନ) ପାଠ ମଧ୍ୟ ରହିଛି ଯାହା ଅଞ୍ଚଳର ଶାନ୍ତି କ୍ଷୁର୍ଣ୍ଣ କରୁଛି।  ଏହା ଧ୍ୱନୀ ପ୍ରଦୂଷଣ ନିୟମ ୨୦୦୦ ସହିତ ପରିବେଶ (ସଂରକ୍ଷଣ) ଅଧିନିୟମ ୧୯୮୬ର ପ୍ରାବଧାନର ମଧ୍ୟ ଉଲ୍ଲଂଘନ କରୁଛି। 

ଏଥିରେ କୋର୍ଟ ମୁମ୍ବାଇ ଏକ ମହାନଗରୀୟ ସହର ଏଣୁ ସହରର ଅଲଗା ଅଲଗା ଭାଗରେ ଅଲଗା ଅଲଗା ଧର୍ମର ଲୋକେ ରହନ୍ତି ବୋଲି କହିଛନ୍ତି। ଏହା ଜନହୀତରେ ଏପରି ଅନୁମତି ଦିଆନଯାଉ। ଏପରି ଅନୁମତି ନ ଦେଲେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ ଅଥବା ୨୫ରେ ନିହିତ ଅଧିକାରର ଉଲ୍ଲଂଘନ ହେଉ ନାହିଁ। କାରଣ ଲାଉଡ ସ୍ପିକରର ବ୍ୟବହାର କୌଣସି ଧର୍ମର ଅଂଶବିଶେଷ ନୁହେଁ। କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର ଓ ଅନ୍ୟ ପ୍ରାଧିକାରୀଙ୍କ ଏହା କର୍ତ୍ତବ୍ୟ ଆଇନର ବ୍ୟବସ୍ଥା ଅନୁସାରେ ନିର୍ଦ୍ଧାରିତ ସମସ୍ତ ଆବଶ୍ୟକ ଉପାୟ କରନ୍ତୁ ଓ ଆଇନର ପାଳନ କରନ୍ତୁ।