ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 

ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର, ପୂର୍ବତନ ଲୋକ ସଭା ସଦସ୍ୟ ତଥା ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଲିକେଶ ନାରାୟଣ ସିଂଦେଓଙ୍କ ଉପସ୍ଥିତିରେ ପ୍ରଭାସ ବିଜେଡିରେ ଯୋଗଦାନ କରିଥିଲେ। ବିଜେଡିରେ ଯୋଗଦାନ କରିବା ପରେ ସେ ଭାଜପାର ବଲାଙ୍ଗୀର ଜିଲା ନେତୃତ୍ୱକୁ କଡା ଭାଷାରେ ସଭାଲୋଚନା କରିଥିଲେ। […] The post ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ  appeared first on Dharitri Odia News.

ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ 
ବଲାଙ୍ଗୀର,୧୧ା୪ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାର ପୂର୍ବତନ  ଜିଲା ସଭାପତି ପ୍ରଭାସ ପାଣିଗ୍ରାହୀ ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ଯୋଗ  ଦେଇଛନ୍ତି। ଭୁବନେଶ୍ୱରଠାରେ ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର, ପୂର୍ବତନ ଲୋକ ସଭା ସଦସ୍ୟ ତଥା ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଲିକେଶ ନାରାୟଣ ସିଂଦେଓଙ୍କ ଉପସ୍ଥିତିରେ ପ୍ରଭାସ ବିଜେଡିରେ ଯୋଗଦାନ କରିଥିଲେ।
ବିଜେଡିରେ ଯୋଗଦାନ କରିବା ପରେ ସେ ଭାଜପାର ବଲାଙ୍ଗୀର ଜିଲା ନେତୃତ୍ୱକୁ କଡା ଭାଷାରେ ସଭାଲୋଚନା କରିଥିଲେ। ସେ କହିଥିଲେ ଯେ, ଭାଜପା ଗଠନ ହେବାର ପ୍ରାୟ ୫୦ ବର୍ଷ ଭିତରେ ଦଳର ନେତୃତ୍ୱ କେବଳ ଗୋଟିଏ ପରିବାର ମଧ୍ୟରେ ସୀମିତ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ କଂଗ୍ରେସ ମୁକ୍ତ କରିବାର ନାରା ଦେଉଥିବାବେଳେ ବଲାଙ୍ଗୀର ଭାଜପା କଂଗ୍ରେସ ଯୁକ୍ତ ହୋଇଛି ବୋଲି ଅଭିଯୋଗ କରିଥିଲେ।
ବିଜେଡି ଦଳରେ ସାମିଲ ହେବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ ୪ କୋଟି ଓଡିଆଙ୍କ ମଉଡମଣି କହି କଲିକେଶଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। କଲିକେଶ ପାଣିଗ୍ରାହୀଙ୍କୁ ଦଳକୁ ସ୍ବାଗତ କରିବା ସହ ତାଙ୍କର ଯୋଗଦାନ ବିଜେଡିକୁ ସଶକ୍ତ କରିବ ବୋଲି କହିଥିଲେ। ପାଣିଗ୍ରାହୀଙ୍କ ସହ ଭାଜପାରୁ ଇସ୍ତଫା ଦେଇଥିବା ବବି ମିଶ୍ର ଓ ବିନୋଦ ନାଗ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ।
ପୂର୍ବତନ ଜିଲା ଭାଜପା ସଭାପତି ପାଣିଗ୍ରାହୀଙ୍କ ଦଳରୁ ଇସ୍ତଫା ଏବଂ ବିଜେଡିରେ ଯୋଗଦାନ ଉପରେ ଜିଲା ଭାଜପା ସଭାପତି ଶିବାଜୀ ମହାନ୍ତି ପ୍ରତିକ୍ରିୟା ରଖି ଭାଜପା ଏକ କ୍ୟାଡରଯୁକ୍ତ ଦଳ। ଏଠାରେ ଅନୁଶାସନ ରହିଛି। ଯେଉଁବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ନ ହେବା ଯୋଗୁ ଦଳ ଛାଡୁଛନ୍ତି ସେମାନଙ୍କ ଭଳି ନେତା ଦଳ ଛାଡିଲେ କିଛି ବି ପ୍ରଭାବ ପଡିବନି ବୋଲି ସେ କହିଛନ୍ତି।

The post ଏଭଳି ନେତା ଦଳ ଛାଡିଲେ ପ୍ରଭାବ ପଡିବନି- ଶିବାଜୀ  appeared first on Dharitri Odia News.