ଏମଭି ରାଓ ହେଲେ ଆଇବିଏର ନୂଆ ଅଧ୍ୟକ୍ଷ, ତିନି ନୂଆ ଉପାଧ୍ୟକ୍ଷ ମଧ୍ୟ ନିଯୁକ୍ତ
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମଭି ରାଓ ଭାରତୀୟ ବ୍ୟାଙ୍କ୍ ଆସୋସିଏସନ (ଆଇବିଏ)ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ଗୁରୁବାର ଆଇବିଏର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।ତାଙ୍କ ସହ IBAର ଉପାଧ୍ୟକ୍ଷ ଭାବରେ ତିନି ବ୍ୟାଙ୍କ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ହେଲେ ଏସବିଆଇର ଅଧ୍ୟକ୍ଷ ଦିନେଶ କୁମାର ଖାରା, ଇଣ୍ଡିଆନ୍ ବ୍ୟାଙ୍କ୍ର ଏମଡି ଏବଂ ସିଇଓ ଏସଏଲ ଜୈନ ଏବଂ ସିଟି ୟୁନିୟନ ବ୍ୟାଙ୍କ୍ର ଏମଡି ଏବଂ ସିଇଓ ଏନ କାମାକୋଡି।ସେହିଭଳି ବ୍ୟାଙ୍କ୍ ଅଫ୍ ବାହାରିନ୍ ଏବଂ କୁଏତର ସିଇଓ ଏବଂ ଦେଶ ମୁଖ୍ୟ ମାଧବ ନାଏର ଅପ୍ରତିଦ୍ବନ୍ଦ୍ବୀ ଭାବରେ ଆଇବିଏର ସାମ୍ମାନିତ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି।ଉଲ୍ଲେଖଯୋଗ୍ୟ, ଆଇବିଏ ଭାରତୀୟ ବ୍ୟାଙ୍କ୍ ଗୁଡ଼ିକର ଏକ ପ୍ରତିନିଧିତ୍ବ କରିଥାଏ।ଏଥିରେ ସରକାରୀ, ବେସରକାରୀ, ସମବାୟ ଏବଂ ଗ୍ରାମୀଣ ବ୍ୟାଙ୍କ୍ ସାମିଲ ଅଛନ୍ତି। ଏହା ବ୍ୟାଙ୍କିଂ ନୀତିଙ୍କୁ ଆକାର ଦେବା ଏବଂ ଭାରତୀୟ ବ୍ୟାଙ୍କିଂ ଉଦ୍ୟୋଗକୁ ସର୍ବୋତ୍ତମ ପ୍ରଥାକୁ ପ୍ରୋତ୍ସାହିତ ପାଇଁ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ।
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମଭି ରାଓ ଭାରତୀୟ ବ୍ୟାଙ୍କ୍ ଆସୋସିଏସନ (ଆଇବିଏ)ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ଗୁରୁବାର ଆଇବିଏର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ତାଙ୍କ ସହ IBAର ଉପାଧ୍ୟକ୍ଷ ଭାବରେ ତିନି ବ୍ୟାଙ୍କ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ହେଲେ ଏସବିଆଇର ଅଧ୍ୟକ୍ଷ ଦିନେଶ କୁମାର ଖାରା, ଇଣ୍ଡିଆନ୍ ବ୍ୟାଙ୍କ୍ର ଏମଡି ଏବଂ ସିଇଓ ଏସଏଲ ଜୈନ ଏବଂ ସିଟି ୟୁନିୟନ ବ୍ୟାଙ୍କ୍ର ଏମଡି ଏବଂ ସିଇଓ ଏନ କାମାକୋଡି।ସେହିଭଳି ବ୍ୟାଙ୍କ୍ ଅଫ୍ ବାହାରିନ୍ ଏବଂ କୁଏତର ସିଇଓ ଏବଂ ଦେଶ ମୁଖ୍ୟ ମାଧବ ନାଏର ଅପ୍ରତିଦ୍ବନ୍ଦ୍ବୀ ଭାବରେ ଆଇବିଏର ସାମ୍ମାନିତ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆଇବିଏ ଭାରତୀୟ ବ୍ୟାଙ୍କ୍ ଗୁଡ଼ିକର ଏକ ପ୍ରତିନିଧିତ୍ବ କରିଥାଏ।ଏଥିରେ ସରକାରୀ, ବେସରକାରୀ, ସମବାୟ ଏବଂ ଗ୍ରାମୀଣ ବ୍ୟାଙ୍କ୍ ସାମିଲ ଅଛନ୍ତି। ଏହା ବ୍ୟାଙ୍କିଂ ନୀତିଙ୍କୁ ଆକାର ଦେବା ଏବଂ ଭାରତୀୟ ବ୍ୟାଙ୍କିଂ ଉଦ୍ୟୋଗକୁ ସର୍ବୋତ୍ତମ ପ୍ରଥାକୁ ପ୍ରୋତ୍ସାହିତ ପାଇଁ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ।