ଏମରଜେନ୍ସି ଲଗାଇଥିବା ରାଷ୍ଟ୍ରପତି ଏବେ ଅଡୁଆରେ, ପାସ୍ ହେଲା ମହାଭିଯୋଗ ପ୍ରସ୍ତାବ
ସିଓଲ,୧୪।୧୨: ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ସଂସଦରେ ମତଦାନ କରାଯାଇଛି। ସଂସଦରେ ତାଙ୍କ ବିରୋଧରେ ୨୦୪ଭୋଟ ଦିଆଯାଇଥିଲା। ଏଥି ସହିତ ତାଙ୍କ ସମର୍ଥନରେ କେବଳ ୮୫ ଭୋଟ ଦିଆଯାଇଥିଲା। ସମ୍ବିଧାନ ଅନୁଯାୟୀ ପ୍ରଧାନମନ୍ତ୍ରୀ ହାନ ଡକ-ସୋ କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ଭାବରେ ୟୋନ ସୁକ ୟୋଲଙ୍କ କ୍ଷମତା ତୁରନ୍ତ ସ୍ଥଗିତ ରଖାଯାଇଛି। ନିକଟରେ ରାଷ୍ଟ୍ରପତି ୟୋଲ ଦେଶରେ ସାମରିକ ଆଇନ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଜନ […] The post ଏମରଜେନ୍ସି ଲଗାଇଥିବା ରାଷ୍ଟ୍ରପତି ଏବେ ଅଡୁଆରେ, ପାସ୍ ହେଲା ମହାଭିଯୋଗ ପ୍ରସ୍ତାବ appeared first on Dharitri Odia News.
ସିଓଲ,୧୪।୧୨: ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ସଂସଦରେ ମତଦାନ କରାଯାଇଛି। ସଂସଦରେ ତାଙ୍କ ବିରୋଧରେ ୨୦୪ଭୋଟ ଦିଆଯାଇଥିଲା। ଏଥି ସହିତ ତାଙ୍କ ସମର୍ଥନରେ କେବଳ ୮୫ ଭୋଟ ଦିଆଯାଇଥିଲା। ସମ୍ବିଧାନ ଅନୁଯାୟୀ ପ୍ରଧାନମନ୍ତ୍ରୀ ହାନ ଡକ-ସୋ କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ଭାବରେ ୟୋନ ସୁକ ୟୋଲଙ୍କ କ୍ଷମତା ତୁରନ୍ତ ସ୍ଥଗିତ ରଖାଯାଇଛି।
ନିକଟରେ ରାଷ୍ଟ୍ରପତି ୟୋଲ ଦେଶରେ ସାମରିକ ଆଇନ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଜନ ବିରୋଧ ତଥା ବିରୋଧୀ ଦଳର ଚାପ ଯୋଗୁଁ ରାଷ୍ଟ୍ରପତି ସାମରିକ ଆଇନ ଲାଗୁ କରିବାକୁ ନିଷ୍ପତ୍ତି ପ୍ରତ୍ୟାହାର କରିନେଲେ। ଦେଶରେ ପ୍ରାୟ ୬ଘଣ୍ଟା ପାଇଁ ସାମରିକ ଆଇନ ବା ଏମରଜେନ୍ସି ଲାଗୁ କରାଯାଇଥିଲା।
The post ଏମରଜେନ୍ସି ଲଗାଇଥିବା ରାଷ୍ଟ୍ରପତି ଏବେ ଅଡୁଆରେ, ପାସ୍ ହେଲା ମହାଭିଯୋଗ ପ୍ରସ୍ତାବ appeared first on Dharitri Odia News.