କଣ୍ଟେନର ଚାପାରେ ଚାଲିଗଲା ମା-ପୁଅଙ୍କ ଜୀବନ
ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କଣ୍ଟେନର ଚାପାରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାଗୁଡା ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି। ଏଥିରେ ବୋର୍ଡା ଗ୍ରାମର ସୁମନ୍ତ ପ୍ରଧାନ(୩୮) ଓ ତାଙ୍କ ମା ମଞ୍ଜୁଳା ପ୍ରଧାନ(୫୩) ମୃତ୍ୟୁ ହୋଇଛି। ଭବାନୀପାଟଣାରୁ ଉଭୟେ ବାଇକରେ ଫେରୁଥିବାବେଳେ ବାଟରେ କର୍ଲାଗୁଡା ଛକ ନିକଟରେ ଏକ […] The post କଣ୍ଟେନର ଚାପାରେ ଚାଲିଗଲା ମା-ପୁଅଙ୍କ ଜୀବନ appeared first on Dharitri Odia News.
ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କଣ୍ଟେନର ଚାପାରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାଗୁଡା ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି। ଏଥିରେ ବୋର୍ଡା ଗ୍ରାମର ସୁମନ୍ତ ପ୍ରଧାନ(୩୮) ଓ ତାଙ୍କ ମା ମଞ୍ଜୁଳା ପ୍ରଧାନ(୫୩) ମୃତ୍ୟୁ ହୋଇଛି।
ଭବାନୀପାଟଣାରୁ ଉଭୟେ ବାଇକରେ ଫେରୁଥିବାବେଳେ ବାଟରେ କର୍ଲାଗୁଡା ଛକ ନିକଟରେ ଏକ
କଣ୍ଟେନର ନଂ(ଏଚଆର ୫୫ କ୍ୟୁ -୮୨୦୫) ତାଙ୍କୁ ଚାପିଦେଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣକର ମୃତ୍ୟୁ ହୋଇଥିଲା। ମୃତ ସୁମନ୍ତ ସ୍ଥାନୀୟ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିଲେ। ଖବର ପାଇ ଘଟଣା ସ୍ଥାନୀୟ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡ଼ାକ୍ତର ଖାନା ପଠାଇଥିବା ଜଣାପଡିଛି।
The post କଣ୍ଟେନର ଚାପାରେ ଚାଲିଗଲା ମା-ପୁଅଙ୍କ ଜୀବନ appeared first on Dharitri Odia News.