ଏମରଜେନ୍ସିଂ ବିବାଦ ଭିତରେ ନୂଆ ଫିଲ୍ମ ଘୋଷଣା କଲେ କଙ୍ଗନା,ଫ୍ୟାନ କହିଲେ ରାଜନୀତିରେ ଫୋକସ୍ କର

ମୁମ୍ବାଇ ୩/୯: ମୋ ନୂଆ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ । ଫିଲ୍ମ ଏମରଜେନ୍ସିଂ ବିବାଦ ଭିତରେ ନିଜର ନୂଆ ଫିଲ୍ମ ନାଁ ଘୋଷଣା କରିଛନ୍ତି କଙ୍ଗନା । ଏହି ଫିଲ୍ମ ଗୁମନାକ ନାୟକଙ୍କ ଜୀବନ କାହାଣୀକୁ ନେଇ ଗତିଶୀଳ । ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ କଙ୍ଗନା । ଏନେଇ ସୋସିଆଲ ମିଡିଆ ସାଇଟ୍‌ ‘X’ରେ ସେୟାର କରିଛନ୍ତି କଙ୍ଗନା । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ମନୋଜ ତାପଡିଆ । ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି କହିଛନ୍ତି କଙ୍ଗନା ।ଏମରଜେନ୍ସି ଫିଲ୍ମକୁ ନେଇ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ବଲିଉଡ କ୍ବିନ । ରିଲିଜ ହେବା ପୂର୍ବରୁ ଫିଲ୍ମର ଷ୍ଟୋରୀକୁ ନେଇ ଦେଖାଦେଇଛି ବିବାଦ । ପଞ୍ଜାବରେ ଫିଲ୍ମ ରିଲିଜକୁ ବିରୋଧ କରାଯାଉଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ କଙ୍ଗନାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି । ସେପଟେ ଫ୍ୟାନ ରାଜନୀତିରେ ଫୋକସ୍‌ କରିବାକୁ କଙ୍ଗନାଙ୍କୁ ପରାମର୍ଶ ଦେଇଛନ୍ତି ।   

ଏମରଜେନ୍ସିଂ ବିବାଦ ଭିତରେ ନୂଆ ଫିଲ୍ମ ଘୋଷଣା କଲେ କଙ୍ଗନା,ଫ୍ୟାନ କହିଲେ ରାଜନୀତିରେ ଫୋକସ୍ କର

ମୁମ୍ବାଇ ୩/୯: ମୋ ନୂଆ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ । ଫିଲ୍ମ ଏମରଜେନ୍ସିଂ ବିବାଦ ଭିତରେ ନିଜର ନୂଆ ଫିଲ୍ମ ନାଁ ଘୋଷଣା କରିଛନ୍ତି କଙ୍ଗନା । ଏହି ଫିଲ୍ମ ଗୁମନାକ ନାୟକଙ୍କ ଜୀବନ କାହାଣୀକୁ ନେଇ ଗତିଶୀଳ । ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ କଙ୍ଗନା । ଏନେଇ ସୋସିଆଲ ମିଡିଆ ସାଇଟ୍‌ ‘X’ରେ ସେୟାର କରିଛନ୍ତି କଙ୍ଗନା । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ମନୋଜ ତାପଡିଆ । ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି କହିଛନ୍ତି କଙ୍ଗନା ।

ଏମରଜେନ୍ସି ଫିଲ୍ମକୁ ନେଇ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ବଲିଉଡ କ୍ବିନ । ରିଲିଜ ହେବା ପୂର୍ବରୁ ଫିଲ୍ମର ଷ୍ଟୋରୀକୁ ନେଇ ଦେଖାଦେଇଛି ବିବାଦ । ପଞ୍ଜାବରେ ଫିଲ୍ମ ରିଲିଜକୁ ବିରୋଧ କରାଯାଉଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ କଙ୍ଗନାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି । ସେପଟେ ଫ୍ୟାନ ରାଜନୀତିରେ ଫୋକସ୍‌ କରିବାକୁ କଙ୍ଗନାଙ୍କୁ ପରାମର୍ଶ ଦେଇଛନ୍ତି ।