'ଏମର୍ଜେନ୍ସି' ରିଲିଜ୍‌ ପରେ ଅଭିନୟ ଛାଡିବେ କଙ୍ଗନା, ଚର୍ଚ୍ଚାକୁ ନେଇ କହିଲେ ଏମିତି...

ମୁମ୍ଵାଇ ୧୬।୦୮; ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନା ରଣାୱତ। ତାଙ୍କ ଫିଲ୍ମ 'ଏମର୍ଜେନସି' ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ପ୍ରଶଂସକ ଏବଂ ସମାଲୋଚକମାନେ ବହୁତ ପସନ୍ଦ କରିଛନ୍ତି। ଏହା ମଧ୍ୟ X ରେ ନମ୍ବର ୧ ରେ ଟ୍ରେଣ୍ଡ ହେଉଛି। ଏହି ଚଳଚ୍ଚିତ୍ର ୧୯୪୭ ରେ ଏମର୍ଜନ୍ସି ପରିସ୍ଥିତି ଉପରେ ଆଧାରିତ । ଏଥିରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଟ୍ରେଲର ଲଞ୍ଚରେ ଅଭିନେତ୍ରୀ ଗଣମାଧ୍ୟମର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। କଙ୍ଗନା ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଜିତିଥିଲେ। ନିକଟରେ କଙ୍ଗନାଙ୍କ ବିବୃତ୍ତି ଆସିଥିଲା ଯେ ସେ ରାଜନୀତିରେ ଆଗକୁ ବଢିବେ ଏବଂ ତାଙ୍କ ଅଭିନୟ ବୃତ୍ତିକୁ ଛାଡିବେ। କଙ୍ଗନା କହିଛନ୍ତି- ମୁଁ ଏପର୍ଯ୍ୟନ୍ତ ଏ ବିଷୟରେ କିଛି ଚିନ୍ତା କରି ନାହିଁ। ମୁଁ ଏହି ନିଷ୍ପତ୍ତି ଦର୍ଶକଙ୍କ ଉପରେ ଛାଡିଛି।  କଦାପି କହି ନଥିଲି ଯେ ମୁଁ ଜଣେ ନେତ୍ରୀ ହେବାକୁ ଚାହୁଁଛି।  ଲୋକମାନେ ଏହା ଚାହିଁଲେ, ସେଥିପାଇଁ ମୁଁ ଟିକେଟ୍ ପାଇଲି, ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲି। ଯଦି ଲୋକମାନେ ମୋତେ କୁହନ୍ତି ସେମାନେ ମୋତେ ନେତ୍ରୀ ଭାବେ ଦେଖିବାକୁ ଚାହାନ୍ତି  ତେବେ ମୁଁ ହୋଇଯିବି। ଯଦି ଏର୍ମଜେନ୍ସି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରେ ଏବଂ ଲୋକମାନେ ମୋତେ ପରଦାରେ ଦେଖିବାକୁ ଚାହାଁନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଅଭିନୟ ଜାରି ରଖିବି। କିନ୍ତୁ ରାଜନୀତିରେ ଯଦି ସଫଳତା ପାଏ ଏବଂ ଲ

'ଏମର୍ଜେନ୍ସି' ରିଲିଜ୍‌ ପରେ ଅଭିନୟ ଛାଡିବେ କଙ୍ଗନା, ଚର୍ଚ୍ଚାକୁ ନେଇ କହିଲେ ଏମିତି...

ମୁମ୍ଵାଇ ୧୬।୦୮; ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନା ରଣାୱତ। ତାଙ୍କ ଫିଲ୍ମ 'ଏମର୍ଜେନସି' ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ପ୍ରଶଂସକ ଏବଂ ସମାଲୋଚକମାନେ ବହୁତ ପସନ୍ଦ କରିଛନ୍ତି। ଏହା ମଧ୍ୟ X ରେ ନମ୍ବର ୧ ରେ ଟ୍ରେଣ୍ଡ ହେଉଛି। ଏହି ଚଳଚ୍ଚିତ୍ର ୧୯୪୭ ରେ ଏମର୍ଜନ୍ସି ପରିସ୍ଥିତି ଉପରେ ଆଧାରିତ । ଏଥିରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଟ୍ରେଲର ଲଞ୍ଚରେ ଅଭିନେତ୍ରୀ ଗଣମାଧ୍ୟମର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି।

 

କଙ୍ଗନା ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଜିତିଥିଲେ। ନିକଟରେ କଙ୍ଗନାଙ୍କ ବିବୃତ୍ତି ଆସିଥିଲା ଯେ ସେ ରାଜନୀତିରେ ଆଗକୁ ବଢିବେ ଏବଂ ତାଙ୍କ ଅଭିନୟ ବୃତ୍ତିକୁ ଛାଡିବେ। କଙ୍ଗନା କହିଛନ୍ତି- ମୁଁ ଏପର୍ଯ୍ୟନ୍ତ ଏ ବିଷୟରେ କିଛି ଚିନ୍ତା କରି ନାହିଁ। ମୁଁ ଏହି ନିଷ୍ପତ୍ତି ଦର୍ଶକଙ୍କ ଉପରେ ଛାଡିଛି।  କଦାପି କହି ନଥିଲି ଯେ ମୁଁ ଜଣେ ନେତ୍ରୀ ହେବାକୁ ଚାହୁଁଛି।  ଲୋକମାନେ ଏହା ଚାହିଁଲେ, ସେଥିପାଇଁ ମୁଁ ଟିକେଟ୍ ପାଇଲି, ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲି। ଯଦି ଲୋକମାନେ ମୋତେ କୁହନ୍ତି ସେମାନେ ମୋତେ ନେତ୍ରୀ ଭାବେ ଦେଖିବାକୁ ଚାହାନ୍ତି  ତେବେ ମୁଁ ହୋଇଯିବି। ଯଦି ଏର୍ମଜେନ୍ସି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରେ ଏବଂ ଲୋକମାନେ ମୋତେ ପରଦାରେ ଦେଖିବାକୁ ଚାହାଁନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଅଭିନୟ ଜାରି ରଖିବି। କିନ୍ତୁ ରାଜନୀତିରେ ଯଦି ସଫଳତା ପାଏ ଏବଂ ଲୋକମାନେ ମୋତେ ସେଠାରେ ଅଧିକ ଦେଖିବାକୁ ପସନ୍ଦ କରନ୍ତି, ତା’ହେଲେ ମୁଁ ସେହି ଜିନିଷ ଜାରି ରଖିବି। 

କହିବାକୁ ଗଲେ କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ 'ଏର୍ମଜେନ୍ସି' ଚଳଚ୍ଚିତ୍ର ନିର୍ମାଣରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ପାଖରେ ଟଙ୍କା ନଥିଲା, ଯେଉଁଥିପାଇଁ ସେ ତାଙ୍କ ସମ୍ପତ୍ତି ମଧ୍ୟ ବନ୍ଧା ରଖିଥିଲେ। ଯଦି ଚଳଚ୍ଚିତ୍ରଟି ସଫଳ ହୁଏ ତେବେ ସେ ପ୍ରଥମେ ନିଜର ସମ୍ପତ୍ତି ଫେରାଇ ଆଣିବେ ।