୮ଲକ୍ଷ ୩୪ ହଜାର ଲୋକ ଛାଡିଲେ ଭାରତୀୟ ନାଗରିକତା, ଜାଣନ୍ତୁ ପାକିସ୍ତାନକୁ ବସବାସ ପାଇଁ ଗଲେ କେତେ?
ନୂଆଦିଲ୍ଲୀ : ଆଜିକାଲି ଲୋକେ ବିଦେଶରେ ବସବାସ କରିବାକୁ ବେଶ୍ ପସନ୍ଦ କରୁଛନ୍ତି। ଭାରତୀୟ ଲୋକଙ୍କ ନାଗରିକତା ଛାଡିବା ହାର ବଢିଛି। ଏପରି ପରିବର୍ତ୍ତନ ପଛରେ ଅନେକ କାରଣ ରହିଛି, ଯେଉଁଥିରେ ଭଲ ଚାକିରୀର ଅବସର ମିଳିବା, ଜୀବନର ମାନ ଓ ଉନ୍ନତ ଶିକ୍ଷାର ବିକଳ୍ପ ଲାଗି ଲୋକେ ଦେଶ ଛାଡୁଛନ୍ତି। ଗତ ୫ ବର୍ଷରେ ୮ଲକ୍ଷ ୩୪ ହଜାର ଲୋକ ଭାରତୀୟ ନାଗରିକତା ଛାଡିଛନ୍ତି। ଏବେ ସେମାନେ ଅନ୍ୟ ଦେଶମାନଙ୍କର ନାଗରିକତା ଗ୍ରହଣ କରୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଭାରତୀୟ ଲୋକେ ବିଶେଷ କରି କେଉଁ ଦେଶର ନାଗରିକତା ପାଇଁ ଆଗ୍ରହୀ ହେଉଛନ୍ତି। ଏହାର ଗୋଟିଏ ଉତ୍ତର ଆମେରିକା। ଗତ ୫ ବର୍ଷରେ ଭାରତୀୟ ନାଗରିକତା ଛାଡିଥିବା ଅଧିକାଂଶ ଲୋକେ ସେମାନଙ୍କ ବସବାସ ପାଇଁ ଆମେରିକାକୁ ପସନ୍ଦ କରିଛନ୍ତି। ଏହା ଛଡା କାନାଡା, ଅଷ୍ଟ୍ରେଲିୟା, ବ୍ରିଟେନ ଓ ଜର୍ମାନରେ ବି ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହି ତଥ୍ୟରୁ ଯାହା ଜଣାପଡୁଛି ଭାରତୀୟ ଲୋକେ ବିଦେଶରେ ସେମାନଙ୍କ ଭବିଷ୍ୟତ ଗଢିବାକୁ ବେଶ୍ ଆକର୍ଷିତ ହେଉଛନ୍ତି। ତେବେ ସବୁଠୁ ଖାସ କଥା ହେଉଛି ଭାରତୀୟ ନାଗରିକତା ଛାଡୁଥିବା ଲୋକଙ୍କ ମଧ୍ୟରୁ ଅନେକ ପାକିସ୍ତାନ, ନେପାଳ ଓ କେନିୟା ନାଗରିକତା ମଧ୍ୟ ଗ୍ରହଣ କରୁଛନ୍ତି। ଭାରତ ଛାଡିଥିବା ଲୋକଙ୍କ ମଧ୍ୟରୁ ୭୦ ଜଣ ପାକିସ୍ତାନ, ୧୩୦ ଜଣ ନେପାଳ ନାଗରିକତା ଓ ୧,୫୦୦ ଜଣ ଲୋକେ କେନିୟା ନାଗରିକତା ଆପଣେଇଛନ୍ତି। ଭାରତୀୟଙ୍କ ବଢୁଥିବା ପ୍ରବା
ନୂଆଦିଲ୍ଲୀ : ଆଜିକାଲି ଲୋକେ ବିଦେଶରେ ବସବାସ କରିବାକୁ ବେଶ୍ ପସନ୍ଦ କରୁଛନ୍ତି। ଭାରତୀୟ ଲୋକଙ୍କ ନାଗରିକତା ଛାଡିବା ହାର ବଢିଛି। ଏପରି ପରିବର୍ତ୍ତନ ପଛରେ ଅନେକ କାରଣ ରହିଛି, ଯେଉଁଥିରେ ଭଲ ଚାକିରୀର ଅବସର ମିଳିବା, ଜୀବନର ମାନ ଓ ଉନ୍ନତ ଶିକ୍ଷାର ବିକଳ୍ପ ଲାଗି ଲୋକେ ଦେଶ ଛାଡୁଛନ୍ତି। ଗତ ୫ ବର୍ଷରେ ୮ଲକ୍ଷ ୩୪ ହଜାର ଲୋକ ଭାରତୀୟ ନାଗରିକତା ଛାଡିଛନ୍ତି। ଏବେ ସେମାନେ ଅନ୍ୟ ଦେଶମାନଙ୍କର ନାଗରିକତା ଗ୍ରହଣ କରୁଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଭାରତୀୟ ଲୋକେ ବିଶେଷ କରି କେଉଁ ଦେଶର ନାଗରିକତା ପାଇଁ ଆଗ୍ରହୀ ହେଉଛନ୍ତି। ଏହାର ଗୋଟିଏ ଉତ୍ତର ଆମେରିକା। ଗତ ୫ ବର୍ଷରେ ଭାରତୀୟ ନାଗରିକତା ଛାଡିଥିବା ଅଧିକାଂଶ ଲୋକେ ସେମାନଙ୍କ ବସବାସ ପାଇଁ ଆମେରିକାକୁ ପସନ୍ଦ କରିଛନ୍ତି। ଏହା ଛଡା କାନାଡା, ଅଷ୍ଟ୍ରେଲିୟା, ବ୍ରିଟେନ ଓ ଜର୍ମାନରେ ବି ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହି ତଥ୍ୟରୁ ଯାହା ଜଣାପଡୁଛି ଭାରତୀୟ ଲୋକେ ବିଦେଶରେ ସେମାନଙ୍କ ଭବିଷ୍ୟତ ଗଢିବାକୁ ବେଶ୍ ଆକର୍ଷିତ ହେଉଛନ୍ତି।
ତେବେ ସବୁଠୁ ଖାସ କଥା ହେଉଛି ଭାରତୀୟ ନାଗରିକତା ଛାଡୁଥିବା ଲୋକଙ୍କ ମଧ୍ୟରୁ ଅନେକ ପାକିସ୍ତାନ, ନେପାଳ ଓ କେନିୟା ନାଗରିକତା ମଧ୍ୟ ଗ୍ରହଣ କରୁଛନ୍ତି। ଭାରତ ଛାଡିଥିବା ଲୋକଙ୍କ ମଧ୍ୟରୁ ୭୦ ଜଣ ପାକିସ୍ତାନ, ୧୩୦ ଜଣ ନେପାଳ ନାଗରିକତା ଓ ୧,୫୦୦ ଜଣ ଲୋକେ କେନିୟା ନାଗରିକତା ଆପଣେଇଛନ୍ତି। ଭାରତୀୟଙ୍କ ବଢୁଥିବା ପ୍ରବାସର ଆଉ ଏକ କାରଣ ହେଉଛି ଭାରତୀୟ ଶିକ୍ଷା, ବ୍ୟବସାୟ ଓ ବୈଷୟିକ କ୍ଷେତ୍ରରେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଆମେରିକାରେ ବଢୁଥିବା ଭାରତୀୟଙ୍କ ସଂଖ୍ୟା ଏ କଥାର ପ୍ରମାଣ।