ଓଡ଼ିଶା ସରକାରୀ ଭୂ-ବନ୍ଦୋବସ୍ତ ନିୟମାବଳୀ-୧୯୮୩ରେ ସଂଶୋଧନ, ମିଳିଥିବା ଜମିକୁ ବିକିପାରିବେନି ବାସହୀନ

ଭୁବନେଶ୍ୱର : ଏଣକି ରାଜ୍ୟରେ ବାସହୀନଙ୍କୁ ସରକାର ଦେଉଥିବା ଜମି ବିକ୍ରି(ହସ୍ତାନ୍ତର) ହୋଇପାରିବ ନାହିଁ। କେବଳ ବଂଶାନୁକ୍ରମିକ ସୂତ୍ରରେ ଏହି ଜମିକୁ ଉପଯୋଗ କରିହେବ। ଗୁରୁବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ବାସହୀନଙ୍କୁ ସର୍ବାଧିକ ୧୦ଡିସିମିଲ୍‌ ଜମି ଦେବାର ବ୍ୟବସ୍ଥା ଥିବାବେଳେ ଏଣିକି ସର୍ବାଧିକ ୪ ଡିସିମିଲ ଜମି ମିଳିବ। ଅପରପକ୍ଷେ ଯଦି କୌଣସି ପରିବାର ଏକାଠି ରହୁଥିବେ, ସେମାନଙ୍କର ବାସଜମିର ପରିମାଣ ୪ଡିସିମିଲରୁ କମ୍‌ ଥିବ ଏବଂ […]

ଓଡ଼ିଶା ସରକାରୀ ଭୂ-ବନ୍ଦୋବସ୍ତ ନିୟମାବଳୀ-୧୯୮୩ରେ ସଂଶୋଧନ, ମିଳିଥିବା ଜମିକୁ ବିକିପାରିବେନି ବାସହୀନ
Odisha Government Land Settlement Rules Amendment 1983

ଭୁବନେଶ୍ୱର : ଏଣକି ରାଜ୍ୟରେ ବାସହୀନଙ୍କୁ ସରକାର ଦେଉଥିବା ଜମି ବିକ୍ରି(ହସ୍ତାନ୍ତର) ହୋଇପାରିବ ନାହିଁ। କେବଳ ବଂଶାନୁକ୍ରମିକ ସୂତ୍ରରେ ଏହି ଜମିକୁ ଉପଯୋଗ କରିହେବ। ଗୁରୁବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ବାସହୀନଙ୍କୁ ସର୍ବାଧିକ ୧୦ଡିସିମିଲ୍‌ ଜମି ଦେବାର ବ୍ୟବସ୍ଥା ଥିବାବେଳେ ଏଣିକି ସର୍ବାଧିକ ୪ ଡିସିମିଲ ଜମି ମିଳିବ। ଅପରପକ୍ଷେ ଯଦି କୌଣସି ପରିବାର ଏକାଠି ରହୁଥିବେ, ସେମାନଙ୍କର ବାସଜମିର ପରିମାଣ ୪ଡିସିମିଲରୁ କମ୍‌ ଥିବ ଏବଂ ତାହା ଚଳିବା ପାଇଁ ଯଥେଷ୍ଟ ହେଉ ନ ଥିବ, ତା’ହେଲେ ସମ୍ପୃକ୍ତ ପରିବାର ଅବଶିଷ୍ଟ ଜମି(ସର୍ବାଧିକ ୪ଡିସିମିଲ ପର୍ଯ୍ୟନ୍ତ) ପାଇବାକୁ ମଧ୍ୟ ଯୋଗ୍ୟ ହେବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ସରକାରୀ ଭୂ-ବନ୍ଦୋବସ୍ତ ନିୟମାବଳୀ-୧୯୮୩ରେ ସଂଶୋଧନ କରାଯାଇଛି। ଏହି ଚିଠା ସଂଶୋଧନ ବିଜ୍ଞପ୍ତିକୁ ରାଜସ୍ୱ ବିଭାଗ ଗୁରୁବାର ଜାରି କରିଛି। ଏହାସହ ବିଭାଗ ମଧ୍ୟ ସାଧାରଣ ଲୋକଙ୍କଠୁ ଆପତ୍ତି-ପରାମର୍ଶ ଲୋଡ଼ିଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ଦିନ ପର୍ଯ୍ୟନ୍ତ ଆପତ୍ତି, ପରାମର୍ଶ ଦେବାକୁ କୁହାଯାଇଥିବା ବେଳେ ଏହାଉପରେ ରାଜ୍ୟ ସରକାର ବିଚାର ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବିଭାଗର ବିଜ୍ଞପ୍ତି ଅନୁୟାରେ ଏହି ଚିଠା ସଂଶୋଧନ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ଦ୍ୱିତୀୟ ସଂଶୋଧନ) ନିୟମାବଳୀ-୨୦୨୪ ଭାବେ ବିବେଚନା କରାଯିବ।

ଓଡ଼ିଶା ସରକାରୀ ଭୂ-ବନ୍ଦୋବସ୍ତ ନିୟମାବଳୀ-୧୯୮୩ର ନିୟମ-୨ର ଉପନିୟମ(୧)ରେ ‘ଗୋଟିଏ ଏକରର ୨୫ଭାଗରୁ ଭାଗେ’ ଜମି ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ ବାସହୀନଙ୍କୁ ଏଣିକି ୪ଡିସିମିଲ ଜମି ମିଳିପାରିବ। ସେହିପରି ଉପଧାରା-୨ରେ ଥିବା ପ୍ରାବଧାନ ବଦଳରେ ବାସହୀନ ବ୍ୟକ୍ତିଙ୍କୁ ଦିଆଯାଉଥିବା ଜମିକୁ ହସ୍ତାନ୍ତର ଯୋଗ୍ୟ(ଖର୍ଦ୍ଦି-ବିକ୍ରି ହୋଇପାରିବ ନାହିଁ) ନୁହେଁ ଓ କେବଳ ଉତ୍ତରାଧିକାରୀ ସୂତ୍ରରେ ଉପଯୋଗ କରିହେବ ବୋଲି ଚିଠା ସଂଶୋଧନରେ ବ୍ୟବସ୍ଥା ହୋଇଛି। ବାସହୀନଙ୍କୁ ସର୍ବାଧିକ ୧୦ ଡିସିମିଲ ପର୍ଯ୍ୟନ୍ତ ଜମି ବଦଳରେ ଏକ ଏକରର ୨୫ଭାଗରୁ ଭାଗେ ଜମି ଦିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।