‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା
ମୁମ୍ବାଇ, ୫।୯:ସେନସରଶିପ୍କୁ ନେଇ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା ‘ଜି ଷ୍ଟୁଡିଓଜ୍’ ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି, ‘ଏମର୍ଜେନ୍ସି’ ଫିଲ୍ମକୁ ସାର୍ଟିଫିକେଟ ଦେବା ପାଇଁ ହାଇକୋର୍ଟ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ୍(ସିବିଏଫ୍ସି)କୁ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ। ଜବଲପୁରର ଏକ ଶିଖ୍ ସଙ୍ଗଠନର ଅଭିଯୋଗକୁ ଭିତ୍ତି କରି ଫିଲ୍ମ ଉପରେ ନିଷ୍ପତ୍ତି […] The post ‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା appeared first on Dharitri Odia News.
ମୁମ୍ବାଇ, ୫।୯:ସେନସରଶିପ୍କୁ ନେଇ ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା ‘ଜି ଷ୍ଟୁଡିଓଜ୍’ ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି, ‘ଏମର୍ଜେନ୍ସି’ ଫିଲ୍ମକୁ ସାର୍ଟିଫିକେଟ ଦେବା ପାଇଁ ହାଇକୋର୍ଟ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ୍(ସିବିଏଫ୍ସି)କୁ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ। ଜବଲପୁରର ଏକ ଶିଖ୍ ସଙ୍ଗଠନର ଅଭିଯୋଗକୁ ଭିତ୍ତି କରି ଫିଲ୍ମ ଉପରେ ନିଷ୍ପତ୍ତି ନେବାକୁ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟ ସେନ୍ସର ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୮ ସୁଦ୍ଧା ଫିଲ୍ମକୁ ନେଇ ବିଭିନ୍ନ ସଙ୍ଗଠନର ଆପତ୍ତି ଉପରେ ନିଷ୍ପତ୍ତି ନେବାକୁ ଉଚ୍ଚ ନ୍ୟାୟାଳୟ ସିବିଏଫ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଙ୍ଗନାଙ୍କର ‘ଏମର୍ଜେନ୍ସି’ ଫିଲ୍ମ ସେପ୍ଟେମ୍ବର ୧୮ ପୂର୍ବରୁ ରିଲିଜ୍ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ କେତେକ ଶିଖ୍ ସଙ୍ଗଠନ ଏହାକୁ ନେଇ ଆପତ୍ତି ଉଠାଇଥିଲେ।
The post ‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା appeared first on Dharitri Odia News.