ଆଜି ଭୁବନେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ
ପୁରୁଣା ଭୁବନେଶ୍ବର,୨୯ା୩(ସୁବାସ ଚନ୍ଦ୍ର ପ୍ରଧାନ): ୨୦୨୫-୨୬ବର୍ଷ ପାଇଁ ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହିକ୍ରମରେ ଭୁବନେଶ୍ୱର ବାର୍ ଆସୋସିଏଶନର ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟିଂ ହେବ। ରାତି ୮ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ କହିଛନ୍ତି। ଚଳିତ ବର୍ଷ ମୋଟ୍ ୨୨ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ସଭାପତି ପଦ ପାଇଁ ନନ୍ଦନନ୍ଦନ […] The post ଆଜି ଭୁବନେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ appeared first on Dharitri Odia News.
ପୁରୁଣା ଭୁବନେଶ୍ବର,୨୯ା୩(ସୁବାସ ଚନ୍ଦ୍ର ପ୍ରଧାନ): ୨୦୨୫-୨୬ବର୍ଷ ପାଇଁ ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହିକ୍ରମରେ ଭୁବନେଶ୍ୱର ବାର୍ ଆସୋସିଏଶନର ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟିଂ ହେବ। ରାତି ୮ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ କହିଛନ୍ତି। ଚଳିତ ବର୍ଷ ମୋଟ୍ ୨୨ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ସଭାପତି ପଦ ପାଇଁ ନନ୍ଦନନ୍ଦନ ଶତପଥୀ, ଅଶୋକ କୁମାର ପାତ୍ର ଓ ଅଶୋକ କୁମାର ଛୋଟରାୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ସତ୍ୟ ରଞ୍ଜନ ସେନାପତି ଏବଂ ମନୋଜ ନାୟକ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତେବେ ଉପସଭାପତି, ଯୁଗ୍ମ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ସଦସ୍ୟ ପଦ ପାଇଁ ମୋଟ୍ ୧୭ଜଣ ପ୍ରାର୍ଥୀ ଲଢୁଛନ୍ତି। ଅନ୍ୟପଟେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏନେଇ ସ୍ଥାନୀୟ ଥାନା ଏବଂ ଡିସିପିଙ୍କ କାର୍ଯ୍ୟାଳୟକୁ ଅବଗତି କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ପଟ୍ଟନାୟକ କହିଛନ୍ତି।
The post ଆଜି ଭୁବନେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ appeared first on Dharitri Odia News.