୩୦ ଟନ୍ ଆମ୍ବ ଗଲା ରାୟପୁର
କୋରାପୁଟ,୨୭ା୫(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ଜିଲାରେ ପ୍ରଚୁର ପରିମାଣରେ ଆମ୍ବ ଆସିଛି। ଆମ୍ବ ଚାଷୀମାନଙ୍କୁ ଆମ୍ବର ଉଚିତ୍ ମୂଲ୍ୟ ଦେବାକୁ ମିଶନ ଶକ୍ତି ମହିଳା ଗୋଷ୍ଠୀ ଓ କମ୍ପାନୀ ଆଗେଇ ଆସିଛି। କୋରାପୁଟ ଜିଲାରେ ହେଉଥିବା ଆମ୍ବରେ ଗୁଣାତ୍ମକମାନ ସର୍ବାଧିକ ରହୁଥିବାରୁ ଏହି ଅଞ୍ଚଳର ଆମ୍ବର ଚାହିଦା ରାୟପୁର, ଭିଲାଇ ବମ୍ବେ, ଦଲ୍ଲୀ ଆଦି ବିଭିନ୍ନ ସହରରେ ଅଧିକ ରହୁଛି। ଜିଲାର ଦଶମନ୍ତପୁର ବ୍ଲକ ଅଞ୍ଚଳରେ ବିଗତ ବର୍ଷରେ ପ୍ରଚୁର ଆମ୍ବ ହୋଇଥିଲେ ମଧ୍ୟ ବିକ୍ରି […] The post ୩୦ ଟନ୍ ଆମ୍ବ ଗଲା ରାୟପୁର appeared first on Dharitri Odia News.
କୋରାପୁଟ,୨୭ା୫(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ଜିଲାରେ ପ୍ରଚୁର ପରିମାଣରେ ଆମ୍ବ ଆସିଛି। ଆମ୍ବ ଚାଷୀମାନଙ୍କୁ ଆମ୍ବର ଉଚିତ୍ ମୂଲ୍ୟ ଦେବାକୁ ମିଶନ ଶକ୍ତି ମହିଳା ଗୋଷ୍ଠୀ ଓ କମ୍ପାନୀ ଆଗେଇ ଆସିଛି। କୋରାପୁଟ ଜିଲାରେ ହେଉଥିବା ଆମ୍ବରେ ଗୁଣାତ୍ମକମାନ ସର୍ବାଧିକ ରହୁଥିବାରୁ ଏହି ଅଞ୍ଚଳର ଆମ୍ବର ଚାହିଦା ରାୟପୁର, ଭିଲାଇ ବମ୍ବେ, ଦଲ୍ଲୀ ଆଦି ବିଭିନ୍ନ ସହରରେ ଅଧିକ ରହୁଛି।
ଜିଲାର ଦଶମନ୍ତପୁର ବ୍ଲକ ଅଞ୍ଚଳରେ ବିଗତ ବର୍ଷରେ ପ୍ରଚୁର ଆମ୍ବ ହୋଇଥିଲେ ମଧ୍ୟ ବିକ୍ରି ହୋଇ ନ ପାରି ଚାଷୀ ଉଚିତ୍ ମୂଲ୍ୟ ନ ପାଇ ବହୁ କ୍ଷତି ସହିଥିଲେ। ଏହାକୁ ଦୃଷ୍ଟିରେ ରଖି ଆମ୍ବ ଚାଷୀ କିପରି ଆମ୍ବର ଉଚିତ୍ ମୂଲ୍ୟ ପାଇବେ ସେ ନେଇ ଚଳିତ ବର୍ଷ ସିୱାଇଏସ୍ଡି ସହାୟତାରେ ଡଙ୍ଗରରାଣୀ କୃଷି ଉପତ୍ାଦକ କମ୍ପାନୀ ଲିମିଟେଡ ଜିଲାର ଦଶମନ୍ତପୁର ଅଞ୍ଚଳରେ ଉତ୍ପାଦିତ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରି ବିକ୍ରି ଲାଗି ଛତିଶଗଡର ଭିଲାଇ ଓ କଟକ ସହରକୁ ପଠାଇଛି। ଗତ ଦୁଇଦିନ ମଧ୍ୟରେ ଜିଲାର ଦଶମନ୍ତପୁର ବ୍ଲକର ପଟ୍ଟାମାଳିଗୁଡା, କର୍ତାସ, ଜାନିଗୁଡା, କାଉଗୁଡା, ପାଟଖଣ୍ଡା, ଆଡମୁଣ୍ଡା ଅଞ୍ଚଳରୁ ୩୦ଟନ୍ରୁ ଉର୍ଦ୍ଧ୍ୱ ଦସେରି, ଆମ୍ରପଲ୍ଲି, ମଲ୍ଲିକା, ଲେଙ୍ଗଡା, ବମ୍ବେ ଗ୍ରୀନ ଆଦି ବିଭିନ୍ନ କିସମର ଆମ୍ବ ଉପରୋକ୍ତ ଦୁଇ ସହରକୁ ପଠାଯାଇଥିବା କମ୍ପାନୀର ସିଇଓ ଯାଜ୍ଞଦତ୍ତ ମହାରଣା ରବିବାର ସୂଚନା ଦେଇଛନ୍ତି।। ଦଶମନ୍ତପୁର ବ୍ଲକର ପୋଡାଗଡ ପଞ୍ଚାୟତର ପଟ୍ଟାମାଳିଗୁଡା ଗ୍ରାମରୁ ଲେଙ୍ଗଡା ଆମ୍ବ ୬୦ କୁଇଣ୍ଟାଲ, ଆମ୍ରପାଲ୍ଲି ୧୦ କୁଇଣ୍ଟାଲ, ବମ୍ବେ ଗ୍ରୀନ ଆମ୍ବ ୫୦ କୁଇଣ୍ଟାଲ ଏପର ମୋଟ ୧୨୦ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିଲା। ସେହିପରି କାଉଗୁଡା ଗ୍ରାମରୁ ଦସେରି ଆମ୍ବ ୧୫ କୁଇଣ୍ଟାଲ, ମଲ୍ଲିକା ଆମ୍ବ ୫ କୁଇଣ୍ଟାଲ, ଆମ୍ରପଲ୍ଲି ୧୦ କୁଇଣ୍ଟାଲ ଏପରି ୩୦ କୁଇଣ୍ଟାଲ, ପାଟ ଝଙ୍କାର ଗ୍ରାମରୁ ଦସେରି ଆମ୍ବ ୨୭ କୁଇଣ୍ଟାଲ, ଆମ୍ରପଲ୍ଲି ୩୦ କୁଇଣ୍ଟାଲ, ମଲ୍ଲିକା ୩ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଛି। ସେହିପରି କର୍ତାସ ଗ୍ରାମରୁ ଦସେରି ସମେତ ଆମ୍ରପଲ୍ଲି , ମଲ୍ଲିକା ଆଦି ବିଭିନ୍ନ କିସମର ୭୫ କୁଇଣ୍ଟାଲ ଆମ୍ବ ସଂଗ୍ରହ କରାଯାଇଛି। ବ୍ଲକର ଜାନିଗୁଡା ଗ୍ରାମରୁ ଆମ୍ରପଲ୍ଲି ଓ ଦସେରି ୧୪ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିବା ସିୱାଇଏସଡି ସଂଯୋଜକ ଆନନ୍ଦ ମଲ୍ଲିକ କହିଛନ୍ତି। ସଂଗୃହୀତ ଆମ୍ବ ମଧ୍ୟରେ ଦସେରି ଆମ୍ବ କେଜି ପ୍ରତି ୨୫ ଟଙ୍କା, ଆମ୍ରପଲ୍ଲି କେଜି ପ୍ରତି ୧୨ ଟଙ୍କା, ମଲ୍ଲିକା କେଜି ପ୍ରତି ୧୦ ଟଙ୍କା, ଲେଙ୍ଗଡା କେଜି ପ୍ରତି ୧୩ ଟଙ୍କା ଓ ବମ୍ବେ ଗ୍ରୀନ ଆମ୍ବ କେଜି ପ୍ରତି ୧୩ ଟଙ୍କା ଦରରେ ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଇଥିବା କମ୍ପାନୀ ସଭାପତି ସାବିତ୍ରୀ ପାଇକ ସୂଚନା ଦେଇଛନ୍ତି। ଆଗକୁ ଜିଲାର ଲକ୍ଷ୍ମୀପୁର , କାକିରିଗୁମ୍ମା ସମେତ ବିଭିନ୍ନ ଅଞ୍ଚଳରୁ ଏପରି ଆମ୍ବ ସଂଗ୍ରହ କରି ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା ସିଇଓ ମହାରଣା କହିଛନ୍ତି।
The post ୩୦ ଟନ୍ ଆମ୍ବ ଗଲା ରାୟପୁର appeared first on Dharitri Odia News.