୩୦ ଦିନ ମଧ୍ୟରେ ପତନ ହେବ ଟ୍ରମ୍ପଙ୍କ ସରକାର, ଆସିଲା ବଡ଼ ଭବିଷ୍ୟବାଣୀ, ବିଶ୍ୱରେ ହଇଚଇ
ଓ୍ବାଶିଂଟନ୍,୨୬।୨: ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ଏହା ପରେ ସେ ଅନେକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଚନ୍ତି, ଯାହାର ପ୍ରଭାବ କେବଳ ଆମେରିକାରେ ନୁହେଁ ବରଂ ଭାରତ ସମେତ ସମଗ୍ର ବିଶ୍ୱରେ ଦେଖାଯାଇଛି। ଏହି ନିଷ୍ପତ୍ତିଗୁଡ଼ିକରେ ଶୁଳ୍କ, ଅବୈଧ ପ୍ରବାସୀ, ଗ୍ରୀନଲ୍ୟାଣ୍ଡ ଦଖଲ ଏବଂ ଅନ୍ୟାନ୍ୟ ଅନେକ ନିଷ୍ପତ୍ତି ଅନ୍ତର୍ଭୁକ୍ତ । ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ଅନେକ […] The post ୩୦ ଦିନ ମଧ୍ୟରେ ପତନ ହେବ ଟ୍ରମ୍ପଙ୍କ ସରକାର, ଆସିଲା ବଡ଼ ଭବିଷ୍ୟବାଣୀ, ବିଶ୍ୱରେ ହଇଚଇ appeared first on Dharitri Odia News.
ଓ୍ବାଶିଂଟନ୍,୨୬।୨: ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ଏହା ପରେ ସେ ଅନେକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଚନ୍ତି, ଯାହାର ପ୍ରଭାବ କେବଳ ଆମେରିକାରେ ନୁହେଁ ବରଂ ଭାରତ ସମେତ ସମଗ୍ର ବିଶ୍ୱରେ ଦେଖାଯାଇଛି। ଏହି ନିଷ୍ପତ୍ତିଗୁଡ଼ିକରେ ଶୁଳ୍କ, ଅବୈଧ ପ୍ରବାସୀ, ଗ୍ରୀନଲ୍ୟାଣ୍ଡ ଦଖଲ ଏବଂ ଅନ୍ୟାନ୍ୟ ଅନେକ ନିଷ୍ପତ୍ତି ଅନ୍ତର୍ଭୁକ୍ତ ।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ଅନେକ ପ୍ରତିଶ୍ରୁତି ପୂରଣ କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେଇଥିଲେ। ତଥାପି, ତାଙ୍କର ଅନେକ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ସମୟରେ, ଡେମୋକ୍ରାଟିକ ରଣନୀତିଜ୍ଞ ଜେମ୍ସ କାର୍ଭିଲ ଏକ ବଡ଼ ଦାବି କରିଛନ୍ତି।
ଆମେରିକା ଡେମୋକ୍ରାଟିକ ପାର୍ଟିର ଜଣେ ବରିଷ୍ଠ ରଣନୀତିଜ୍ଞ ଜେମ୍ସ କାର୍ଭିଲ କହିଛନ୍ତି, ମୁଁ ବିଶ୍ୱାସ କରେ ଏହି ପ୍ରଶାସନ ୩୦ ଦିନରୁ କମ୍ ସମୟ ମଧ୍ୟରେ ପତନ ହୋଇପାରେ। ଦେଶର ଲୋକମାନେ ଟ୍ରମ୍ପ ପ୍ରଶାସନରେ ବିରକ୍ତ। ସେ ଦାବି କରିଛନ୍ତି, ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ଜନସାଧାରଣଙ୍କ ଅସନ୍ତୋଷକୁ ବୃଦ୍ଧି କରିଛି। କାର୍ଭିଲ ବିଶେଷ ଭାବରେ ଟ୍ରମ୍ପ ପ୍ରଶାସନର ପ୍ରବାସୀ କଟକଣା ଏବଂ ଟ୍ରାନ୍ସଜେଣ୍ଡର ଅଧିକାର ଉପରେ କାର୍ଯ୍ୟାନୁଷ୍ଠାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତିଗୁଡ଼ିକ ଜନସାଧାରଣଙ୍କ ଚିନ୍ତାକୁ ବୃଦ୍ଧି କରିଛି ଏବଂ ଏହାର ପ୍ରଭାବ ସାରା ଦେଶରେ ଦୃଶ୍ୟମାନ ହେଉଛି। ଏହା ସହିତ, ଏଲନ ମସ୍କଙ୍କୁ ପ୍ରଶାସନର ଅଂଶ କରିବାର ନିଷ୍ପତ୍ତି ପରେ, ଅନେକ ଲୋକଙ୍କ ଚାକିରି ବିପଦରେ ପଡ଼ିଛି।
The post ୩୦ ଦିନ ମଧ୍ୟରେ ପତନ ହେବ ଟ୍ରମ୍ପଙ୍କ ସରକାର, ଆସିଲା ବଡ଼ ଭବିଷ୍ୟବାଣୀ, ବିଶ୍ୱରେ ହଇଚଇ appeared first on Dharitri Odia News.