ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା…
ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛତେଲର ମାତ୍ରା ଥିଲା। ତେବେ ଏହାର ପ୍ରମାଣ ମିଳିବା ପରେ ସବୁ ଧର୍ମାବଲମ୍ବୀ ଭକ୍ତଙ୍କୁ ଶକ୍ତ ଝଟ୍କା ଲାଗିଛି। ଏହି ଘଟଣା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି ପୁରୀ ଜିଲାପାଳ। ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ […] The post ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା… appeared first on Dharitri Odia News.
ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛତେଲର ମାତ୍ରା ଥିଲା। ତେବେ ଏହାର ପ୍ରମାଣ ମିଳିବା ପରେ ସବୁ ଧର୍ମାବଲମ୍ବୀ ଭକ୍ତଙ୍କୁ ଶକ୍ତ ଝଟ୍କା ଲାଗିଛି। ଏହି ଘଟଣା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି ପୁରୀ ଜିଲାପାଳ।
ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି। ତେଣୁ ଖୁବ୍ଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଓମ୍ଫେଡ୍ ଓ ଅନ୍ୟ ସଂସ୍ଥା ସହ ମଧ୍ୟ ଆଲୋଚନା କରିବୁ। ଏହାପରେ ମହାପ୍ରସାନ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଫୁଡ୍ ସେଫ୍ଟି ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
The post ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା… appeared first on Dharitri Odia News.