ଫ୍ରି-ଫାୟାର ଗେମ୍‌ରୁ ହେଲା ପ୍ରେମ । ଶାରୀରିକ ସଂପର୍କ ପରେ ପ୍ରତାରଣା । 'ଲଭ୍‌ ଜିହାଦ୍‌'ର ସାଙ୍ଘାତିକ ଅଭିଯୋଗ

କନକ ବ୍ୟୁରୋ: ଅଜଣା ଯୁବକଙ୍କ ସହ ପ୍ରେମ ସଂପର୍କର ପରିଣତି କେତେ ଭୟଙ୍କର ହୋଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଯୁବକର ନାଁ ସମୀର ମନସୁର, ଘର ବିହାର, କିନ୍ତୁ ରୁହେ କାଶ୍ମୀରରେ। ୨୦୨୨ରେ ଏକ ଅନଲାଇନ ଗେମ୍‌ ଜରିଆରେ ଓଡ଼ିଶାର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ଟେଲିଫୋନ ନମ୍ବର ଏକ୍ସଚେଞ୍ଜ ପରେ ଦୁହିଁଙ୍କ ଭିତରେ ସମ୍ପର୍କ ବଢ଼ିଲା। ତା ପରେ ଯୁବତୀଙ୍କୁ ଦେଖା କରିବାକୁ ସମୀର ଆସି ଭୁବନେଶ୍ୱରରେ ପହଞ୍ଚିଗଲା। ପୁରୀର ଏକ ହୋଟେଲରେ ଯୁବତୀଙ୍କ ସହ ଏକାଠି ରାତି ବିତାଇବା ପରେ ବିବାହ କରିବାକୁ କଥା ଦେଇଥିଲା। କିନ୍ତୁ ସବୁ ପ୍ରତିଶ୍ରୁତି ପାଣି ଫୋଟକା ଭଳି ମିଳାଇଗଲା । କାରଣ ଯୁବକ ଜଣକ ମୁସଲମାନ ବୋଲି ଜଣାପଡ଼ିଲା।  ସମୀର ନାଁରେ ଆସିଛି 'ଲଭ ଜିହାଦ'ର ସାଙ୍ଘାତିକ ଅଭିଯୋଗ। ମୁସଲମାନ ହୋଇ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲା ସମୀର। ଗୁରୁବାର ପୁଣି ଭୁବନେଶ୍ୱରରେ ପହଁଞ୍ଚି ଯୁବତୀଙ୍କୁ କାଶ୍ମୀର ନେଇଯିବାକୁ ଯୋଜନା କରୁଥିବା ବେଳେ ତାକୁ ଅଟକ ରଖିଛି ମହିଳା ଥାନା ପୋଲିସ।  ଏଫଆଇଆରରେ ପୀଡ଼ିତାଙ୍କ ଅଭିଯୋଗ ଶାରୀରିକ ସମ୍ପର୍କ ରଖିବା ବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲା ଅଭିଯୁକ୍ତ ମୋବାଇଲରେ କରିଥିବା ଭିଡିଓକୁ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ ମଧ୍ୟ କରିଥିଲା ପୀଡ଼ିତାଙ୍କ ବାପା-ମା'ଙ୍କୁ ଏହି ଭିଡିଓ ପଠାଇ ୫ ଲକ୍ଷ ଟଙ୍କା ମାଗୁଥିଲା ଅଭିଯୁକ୍ତ ପୀଡ଼ିତାଙ୍କୁ ଗାଳିଗୁଲଜ କରିବା ସହ ମ

ଫ୍ରି-ଫାୟାର ଗେମ୍‌ରୁ ହେଲା ପ୍ରେମ । ଶାରୀରିକ ସଂପର୍କ ପରେ ପ୍ରତାରଣା । 'ଲଭ୍‌ ଜିହାଦ୍‌'ର ସାଙ୍ଘାତିକ ଅଭିଯୋଗ

କନକ ବ୍ୟୁରୋ: ଅଜଣା ଯୁବକଙ୍କ ସହ ପ୍ରେମ ସଂପର୍କର ପରିଣତି କେତେ ଭୟଙ୍କର ହୋଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଯୁବକର ନାଁ ସମୀର ମନସୁର, ଘର ବିହାର, କିନ୍ତୁ ରୁହେ କାଶ୍ମୀରରେ। ୨୦୨୨ରେ ଏକ ଅନଲାଇନ ଗେମ୍‌ ଜରିଆରେ ଓଡ଼ିଶାର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ଟେଲିଫୋନ ନମ୍ବର ଏକ୍ସଚେଞ୍ଜ ପରେ ଦୁହିଁଙ୍କ ଭିତରେ ସମ୍ପର୍କ ବଢ଼ିଲା। ତା ପରେ ଯୁବତୀଙ୍କୁ ଦେଖା କରିବାକୁ ସମୀର ଆସି ଭୁବନେଶ୍ୱରରେ ପହଞ୍ଚିଗଲା। ପୁରୀର ଏକ ହୋଟେଲରେ ଯୁବତୀଙ୍କ ସହ ଏକାଠି ରାତି ବିତାଇବା ପରେ ବିବାହ କରିବାକୁ କଥା ଦେଇଥିଲା। କିନ୍ତୁ ସବୁ ପ୍ରତିଶ୍ରୁତି ପାଣି ଫୋଟକା ଭଳି ମିଳାଇଗଲା । କାରଣ ଯୁବକ ଜଣକ ମୁସଲମାନ ବୋଲି ଜଣାପଡ଼ିଲା। 

ସମୀର ନାଁରେ ଆସିଛି 'ଲଭ ଜିହାଦ'ର ସାଙ୍ଘାତିକ ଅଭିଯୋଗ। ମୁସଲମାନ ହୋଇ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲା ସମୀର। ଗୁରୁବାର ପୁଣି ଭୁବନେଶ୍ୱରରେ ପହଁଞ୍ଚି ଯୁବତୀଙ୍କୁ କାଶ୍ମୀର ନେଇଯିବାକୁ ଯୋଜନା କରୁଥିବା ବେଳେ ତାକୁ ଅଟକ ରଖିଛି ମହିଳା ଥାନା ପୋଲିସ। 

ଏଫଆଇଆରରେ ପୀଡ଼ିତାଙ୍କ ଅଭିଯୋଗ

  • ଶାରୀରିକ ସମ୍ପର୍କ ରଖିବା ବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲା ଅଭିଯୁକ୍ତ
  • ମୋବାଇଲରେ କରିଥିବା ଭିଡିଓକୁ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ ମଧ୍ୟ କରିଥିଲା
  • ପୀଡ଼ିତାଙ୍କ ବାପା-ମା'ଙ୍କୁ ଏହି ଭିଡିଓ ପଠାଇ ୫ ଲକ୍ଷ ଟଙ୍କା ମାଗୁଥିଲା ଅଭିଯୁକ୍ତ
  • ପୀଡ଼ିତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଏଫଆଇଆରରେ ରହିଛି

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତକୁ କାବୁ କରି ମହିଳା ଥାନା ପୋଲିସ ଜିମା ଦେଇଛନ୍ତି ଲୋକେ। ପୋଲିସ ତାକୁ ଗିରଫ କରି ପୁରା ଘଟଣାର ଅନୁଧ୍ୟାନ କରିବା ପରେ...

  • ଦୁଷ୍କର୍ମ ମାମଲାରେ ଧାରା ୩୭୬
  • ବ୍ଲାକମେଲ କରି ଟଙ୍କା ମାଗିବା ପାଇଁ ଧାରା ୩୮୬
  • ଅନ୍ତରଙ୍ଗ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଆଇଟି ଆକ୍ଟର ଧାରା ୬୬-ଇ ଓ ୬୭
  • ମାଡ଼ ମାରିବା ପାଇଁ ୩୨୩ ଓ ଗାଳିଗୁଲଜ ପାଇଁ ୨୯୪
  • ହତ୍ୟା ଧମକ ଦେବା ଅଭିଯୋଗରେ ଧାରା ୫୦୬

ଲଗାଇ କୋର୍ଟ ଚାଲାଣ କରିଛି । ଭାଇରାଲ ଭିଡିଓ ଡିଲିଟ୍‌ କରିବା ପାଇଁ ଇନଷ୍ଟାଗ୍ରାମ ସହ ଯୋଗାଯୋଗ କରିଛି ଏବଂ ସମୀରର ମୋବାଇଲକୁ SFSLକୁ ପଠାଇବ ବୋଲି କହିଛି।