ଏମାନେ ହେଉଛନ୍ତି ଭାରତର ସବୁଠୁ ଧନୀ ଭିକାରୀ, ଜାଣନ୍ତୁ ମାସିକ ଆୟ କେତେ?

ନୂଆଦିଲ୍ଲୀ ୨୬।୭: ଭାରତରେ ଭିକ ମାଗୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ୨୦୧୧ ମସିହା ଜନଗଣନା ଅନୁସାରେ ସାରା ଦେଶରେ ମୋଟ ୪,୧୩,୬୭୦ ଜଣ ଭିକାରୀ ଥିଲେ। ଏମାନଙ୍କ ମଧ୍ୟରୁ ୨,୨୧,୬୭୩ ଜଣ ପୁରୁଷ ହୋଇଥିବା ବେଳେ ୧,୯୧,୯୯୭ ଜଣ ମହିଳା ଥିଲେ। ଏହି ତଥ୍ୟ ଆମକୁ ଏହା ସୂଚିତ କରୁଛି ଯେ ଭିକ ମାଗିବା କେବଳ ଏକ ସମସ୍ୟା ନୁହେଁ ବରଂ ଏକ ବଡ଼ ସାମାଜିକ ପ୍ରସଙ୍ଗ ମଧ୍ୟ। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇ ଓଳା ଖାଇବା ପାଇଁ ସଡ଼କ, ମନ୍ଦିର ଓ ଟ୍ରାଫିକ ସିଗ୍ନାଲରେ ଭିକ ମାଗନ୍ତି। ଏମାନଙ୍କ ମଧ୍ୟରେ ବୁଢା, ଯୁବକ, ମହିଳା ଓ ପିଲାମାନେ ମଧ୍ୟ ଥାନ୍ତି। ଏଥିରେ ଦେଶରେ ଭିକାରୀଙ୍କ ସଂଖ୍ୟା କଥା କହିଲେ ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଭିକାରୀ ଅଛନ୍ତି। ଏଠାରେ ପାଖାପାଖି ୮୧,୨୪୪ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ରାଜ୍ୟଙ୍କ ତୁଳନାରେ ଏଠାରେ ଭିକାରୀଙ୍କ ସଂଖ୍ୟା ସବୁଠୁ ଅଧିକ। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ। ଏହି ରାଜ୍ୟରେ ୬୫ ହଜାର ୮୩୫ଜଣଙ୍କୁ ଭିକ୍ଷାବୃତ୍ତି କରୁଥିବାର ଚିହ୍ନଟ କରାଯାଇଛି। ଏହା ପଛକୁ ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆସୁଛନ୍ତି। ଏହି ସବୁ ରାଜ୍ୟ ଭିକାରୀଙ୍କ ସଂଖ୍ୟାଦୃଷ୍ଟିରୁ ଆଗରେ ଅଛନ୍ତି। ଏହି ସବୁ ରାଜ୍ୟମାନଙ୍କରେ ଲୋକେ ଭିକ ମାଗିବା ଏକ ସାଧାରଣ ଘଟଣା ଓ ବହୁ ସଂଖ୍ୟାରେ ଲୋକେ ଏହି ପେଷାରେ ଯୋଡି ହେଉଛନ୍ତି। ଏଥିରେ ଭିକାରୀମାନଙ୍କ ଆୟ ଅନେକ

ଏମାନେ ହେଉଛନ୍ତି ଭାରତର ସବୁଠୁ ଧନୀ ଭିକାରୀ, ଜାଣନ୍ତୁ ମାସିକ ଆୟ କେତେ?

ନୂଆଦିଲ୍ଲୀ ୨୬।୭: ଭାରତରେ ଭିକ ମାଗୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ୨୦୧୧ ମସିହା ଜନଗଣନା ଅନୁସାରେ ସାରା ଦେଶରେ ମୋଟ ୪,୧୩,୬୭୦ ଜଣ ଭିକାରୀ ଥିଲେ। ଏମାନଙ୍କ ମଧ୍ୟରୁ ୨,୨୧,୬୭୩ ଜଣ ପୁରୁଷ ହୋଇଥିବା ବେଳେ ୧,୯୧,୯୯୭ ଜଣ ମହିଳା ଥିଲେ। ଏହି ତଥ୍ୟ ଆମକୁ ଏହା ସୂଚିତ କରୁଛି ଯେ ଭିକ ମାଗିବା କେବଳ ଏକ ସମସ୍ୟା ନୁହେଁ ବରଂ ଏକ ବଡ଼ ସାମାଜିକ ପ୍ରସଙ୍ଗ ମଧ୍ୟ। 

ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇ ଓଳା ଖାଇବା ପାଇଁ ସଡ଼କ, ମନ୍ଦିର ଓ ଟ୍ରାଫିକ ସିଗ୍ନାଲରେ ଭିକ ମାଗନ୍ତି। ଏମାନଙ୍କ ମଧ୍ୟରେ ବୁଢା, ଯୁବକ, ମହିଳା ଓ ପିଲାମାନେ ମଧ୍ୟ ଥାନ୍ତି। ଏଥିରେ ଦେଶରେ ଭିକାରୀଙ୍କ ସଂଖ୍ୟା କଥା କହିଲେ ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଭିକାରୀ ଅଛନ୍ତି। ଏଠାରେ ପାଖାପାଖି ୮୧,୨୪୪ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ରାଜ୍ୟଙ୍କ ତୁଳନାରେ ଏଠାରେ ଭିକାରୀଙ୍କ ସଂଖ୍ୟା ସବୁଠୁ ଅଧିକ। 

ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ। ଏହି ରାଜ୍ୟରେ ୬୫ ହଜାର ୮୩୫ଜଣଙ୍କୁ ଭିକ୍ଷାବୃତ୍ତି କରୁଥିବାର ଚିହ୍ନଟ କରାଯାଇଛି। ଏହା ପଛକୁ ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆସୁଛନ୍ତି। ଏହି ସବୁ ରାଜ୍ୟ ଭିକାରୀଙ୍କ ସଂଖ୍ୟାଦୃଷ୍ଟିରୁ ଆଗରେ ଅଛନ୍ତି। ଏହି ସବୁ ରାଜ୍ୟମାନଙ୍କରେ ଲୋକେ ଭିକ ମାଗିବା ଏକ ସାଧାରଣ ଘଟଣା ଓ ବହୁ ସଂଖ୍ୟାରେ ଲୋକେ ଏହି ପେଷାରେ ଯୋଡି ହେଉଛନ୍ତି। 

ଏଥିରେ ଭିକାରୀମାନଙ୍କ ଆୟ ଅନେକ କଥା ଉପରେ ନିର୍ଭର କରେ, ଯେପରିକି କେଉଁ ରାଜ୍ୟ, କେଉଁ ସହର ଓ ସ୍ଥାନରେ ସେମାନେ ଭିକ ମାଗୁଛନ୍ତି। କେତେ ଜନଗହଳି ହେଉଛି ଓ ସେହି ଅନୁସାରେ ଭିକାରୀଙ୍କ ପରିଶ୍ରମ ଉପରେ ନିର୍ଭର କରେ ସେମାନଙ୍କ ଆୟ। ତେବେ ଭିକାରୀଙ୍କ ଆୟ ନେଇ ସେପରି କୌଣସି ଅଧିକାରୀକ ତଥ୍ୟ ନାହିଁ ହେଲେ ସେମାନଙ୍କ ଆୟକୁ ନେଇ କେବଳ ଅନୁମାନ ଯାହା କରାଯାଉଛି। 

ସାଧାରଣ ଭିକାରୀ ଯେଉଁମାନେ ଛୋଟମୋଟ ସହର ଓ ଗାଁ ଗହଳିରେ ଭିକ୍ଷାବୃତ୍ତି କରୁଛନ୍ତି ସେମାନେ ଦିନକୁ ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଛନ୍ତି। ଏହା ଦ୍ୱାରା ସେମାନଙ୍କ ମାସିକ ଆୟ ୩ହଜାର ଟଙ୍କାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇ ପାରୁଛି। ସେହିପରି ବଡ଼ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଲକ୍ଷ୍ନୌରେ ଭିକାରୀ ଦୈନିକ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରିପାରୁଛନ୍ତି। ଏଥିରୁ ସେମାନଙ୍କ ମାସିକ ଆୟ ୧୫ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରୁଛି। 

ଭାରତରେ ଏମିତି ଭିକାରୀ ମଧ୍ୟ ଅଛନ୍ତି ଯେଉଁମାନେ ନିଜନିଜ କ୍ଷେତ୍ରରେ ଢେର ଆୟ କରୁଛନ୍ତି। ଏପରି ଜଣେ ଭିକାରୀ ହେଉଛନ୍ତି ମୁମ୍ବାଇର ଭରତ ଜୈନ। ସେ ପ୍ରତିଦିନ ୨ହଜାରରୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ଭିକ୍ଷାକରି ଉପାର୍ଜନ କରିପାରୁଛନ୍ତି। ସେହିପରି କୋଲକାତାର ଲକ୍ଷ୍ମୀ ଦାସ ୧୬ ବର୍ଷ ବୟସରୁ ଭିକମାଗି ଆସୁଛନ୍ତି। ସେ ମାସିକ ପ୍ରାୟ ୩୦ ହଜାର ଟଙ୍କା ଆୟ କରିପାରୁଛନ୍ତି। ବିହାର ପାଟନାର ସରବତିଆ ଦେବୀ ଭିକ ମାଗି ମାସିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି। ସେ ବାର୍ଷିକ ୩୬ ହଜାର ଟଙ୍କା ବୀମା ପ୍ରିମିୟମ ଦାଖଲ କରୁଛନ୍ତି।  ସେହିପରି ମୁମ୍ବାଇର ଆଉ ଜଣେ ଭିକାରୀ କୃଷ୍ଣ କୁମାର ଗୀତେ ଦୈନିକ ୧୫ ୦୦ ଟଙ୍କା ପର୍ଯ୍ୟନ୍ତ ଭିକ୍ଷା କରି ଆୟ କରିପାରୁଛନ୍ତି। ମୁମ୍ବାଇ ସ୍ଲମ ଏରିଆର ସମ୍ଭାଜୀକାଲେ ମଧ୍ୟ ଦୈନିକ ୧୫ଶହ ଟଙ୍କା ଉପାର୍ଜନ କରୁଛନ୍ତି।