ଏମି ଆୱାର୍ଡ ବିଜେତା ପିଟର ମାର୍ଶଲଙ୍କ ଦେହାନ୍ତ, ଶୋକରେ ବୁଡିଲା ମ୍ୟୁଜିକ ଇଣ୍ଡଷ୍ଟ୍ରି

ମୁମ୍ଵାଇ ୧୬।୦୮: ଟିଭି ଇଣ୍ଡଷ୍ଟ୍ରିରୁ ଏବେ ପୁଣି ଦୁଃଖଦ ଖବର ସାମ୍ନାକୁ ଆସୁଛି।  ଏମି ପୁରସ୍କାର ବିଜେତା ଗାୟକ, ଅଭିନେତା ତଥା ପିଟର ମାର୍ଶଲଙ୍କ ଦେହାନ୍ତ ହୋଇଛି । ୧୯୬୬ ରୁ ୧୯୮୧ ପର୍ଯ୍ୟନ୍ତ ଦୀର୍ଘ ଦିନ ଧରି ଚାଲିଆସୁଥିବା ଶୋ 'ହଲିଉଡ୍ ସ୍କୋୟାର୍'ରେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହି ଶୋ ତାଙ୍କୁ ଆମେରିକାର ସବୁଠାରୁ ପପୁଲାର ଗେମ୍‌ ଶୋ’ର ହୋଷ୍ଟ ହେବାର ସୁଯୋଗ ଦେଇଥିଲା । ୯୮ ବର୍ଷ ବୟସରେ ପିଟର ମାର୍ଶଲ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ମନୋରଞ୍ଜନ ଜଗତରେ ଶୋକର ଲହରୀ ଖେଳିଯାଇଛି। ଲୋକମାନେ ସୋସିଆଲ ମିଡିଆରେ ପିଟର ମାର୍ଶଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।Long-time 'Hollywood Squares' host Peter Marshall dies at 98 https://t.co/szd1zhaiiU— John Solomon (@jsolomonReports) August 16, 2024ହଲିଉଡ୍ ସ୍କୋୟାରରୁ ମିଲିଥିଲା ପରିଚୟ ମିଡିଆ ରିପୋର୍ଟ ଅନୁଯାୟୀ, ପିଟର ମାର୍ଶଲ 'ହଲିଉଡ ସ୍କୋୟାର'ର ୫୦୦୦ରୁ ଅଧିକ ଏପିସୋଡର ହୋଷ୍ଟ କରିଥିଲେ ଏବଂ ଥରେ କିମ୍ବା ଦୁଇଥର ନୁହେଁ ବରଂ ପାଞ୍ଚଥର ଏମି ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କ ପରିବାର ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ୯୮ ବର୍ଷ ବୟସ୍କ ପିଟର ମାର୍ଶଲ କିଡନୀ ଖରାପ ହେତୁ ମୃତ୍ୟୁ ବରଣ କରିଛନ୍ତି। ' ସେ ତାଙ୍କର କମେଡି ସହିତ ଲୋକଙ୍କୁ ହସାଇଥିଲର ଏବଂ ମନୋରଞ୍ଜନ କର

ଏମି ଆୱାର୍ଡ ବିଜେତା ପିଟର ମାର୍ଶଲଙ୍କ ଦେହାନ୍ତ, ଶୋକରେ ବୁଡିଲା ମ୍ୟୁଜିକ ଇଣ୍ଡଷ୍ଟ୍ରି

ମୁମ୍ଵାଇ ୧୬।୦୮: ଟିଭି ଇଣ୍ଡଷ୍ଟ୍ରିରୁ ଏବେ ପୁଣି ଦୁଃଖଦ ଖବର ସାମ୍ନାକୁ ଆସୁଛି।  ଏମି ପୁରସ୍କାର ବିଜେତା ଗାୟକ, ଅଭିନେତା ତଥା ପିଟର ମାର୍ଶଲଙ୍କ ଦେହାନ୍ତ ହୋଇଛି । ୧୯୬୬ ରୁ ୧୯୮୧ ପର୍ଯ୍ୟନ୍ତ ଦୀର୍ଘ ଦିନ ଧରି ଚାଲିଆସୁଥିବା ଶୋ 'ହଲିଉଡ୍ ସ୍କୋୟାର୍'ରେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହି ଶୋ ତାଙ୍କୁ ଆମେରିକାର ସବୁଠାରୁ ପପୁଲାର ଗେମ୍‌ ଶୋ’ର ହୋଷ୍ଟ ହେବାର ସୁଯୋଗ ଦେଇଥିଲା । ୯୮ ବର୍ଷ ବୟସରେ ପିଟର ମାର୍ଶଲ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ମନୋରଞ୍ଜନ ଜଗତରେ ଶୋକର ଲହରୀ ଖେଳିଯାଇଛି। ଲୋକମାନେ ସୋସିଆଲ ମିଡିଆରେ ପିଟର ମାର୍ଶଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।


ହଲିଉଡ୍ ସ୍କୋୟାରରୁ ମିଲିଥିଲା ପରିଚୟ 

ମିଡିଆ ରିପୋର୍ଟ ଅନୁଯାୟୀ, ପିଟର ମାର୍ଶଲ 'ହଲିଉଡ ସ୍କୋୟାର'ର ୫୦୦୦ରୁ ଅଧିକ ଏପିସୋଡର ହୋଷ୍ଟ କରିଥିଲେ ଏବଂ ଥରେ କିମ୍ବା ଦୁଇଥର ନୁହେଁ ବରଂ ପାଞ୍ଚଥର ଏମି ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କ ପରିବାର ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ୯୮ ବର୍ଷ ବୟସ୍କ ପିଟର ମାର୍ଶଲ କିଡନୀ ଖରାପ ହେତୁ ମୃତ୍ୟୁ ବରଣ କରିଛନ୍ତି। ' ସେ ତାଙ୍କର କମେଡି ସହିତ ଲୋକଙ୍କୁ ହସାଇଥିଲର ଏବଂ ମନୋରଞ୍ଜନ କରିଥିଲର। ସେ ଅନେକ ସୁନ୍ଦର ଗୀତରେ ନିଜର ସ୍ୱର ଦେଇଥିଲେ ।


ପିଟର ମାର୍ଶଲ ୩୦ ମାର୍ଚ୍ଚ ୧୯୨୬ ରେ ପଶ୍ଚିମ ଭର୍ଜିନିଆର ହଣ୍ଟିଙ୍ଗଟନରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପିତା ମୃତ୍ୟୁ ହୋଇଥିଲା। ୧୨ ବର୍ଷ ବୟସରେ, ପିଟରଙ୍କ ମା ପରିବାରକୁ ନେଇକି ନ୍ୟୁୟର୍କକୁ ସ୍ଥାନାନ୍ତର କରିଥିଲେ । 

ପିଟର ମାର୍ଶଲ ଜଣେ ଗାୟକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ କମେଡି ଟିମ୍‌ର ଏକ ଅଂଶ ହୋଇଥିଲେ । ତାଙ୍କୁ 'ଦି ଇଡ୍ ସଲିଭାନ୍ ସୋ' ଭଳି ଟିଭି ଶୋ’ରେ ଦେଖିବାକୁ ମିଳିଥିଲା। କିଛି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ଯେତେବେଳେ ସେ 'ହଲିଉଡ୍ ସ୍କ୍ୱାର୍ଡସ୍' ପାଇଲେ ପିଟରଙ୍କ ଭାଗ୍ୟ ବଦଳିଗଲା । କହିବାକୁ ଗଲେ ସେ ତାଙ୍କ ଜୀବନରେ ତିନିଥର ବିବାହ କରିଥିଲେ।