ଟି-୨୦ରୁ ସନ୍ନ୍ୟାସ ନେଇ ନଥାନ୍ତେ ରୋହିତ ଶର୍ମା, ହେଲେ ହଠାତ୍‌ କ’ଣ ଏମିତି ହେଲା ଯେ…

ନୂଆଦିଲ୍ଲୀ,୩୦।୬: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଟାଇଟଲ ଜିତିଛି। ଏହାପରେ ବିରାଟ କୋହଲି ଓ କ୍ୟାପଟେନ ରୋହିତ ଶର୍ମା ସନ୍ନ୍ୟାସ ଘୋଷଣା କରିଛନ୍ତି। କିନ୍ତୁ ରୋହିତ ଅବସର ନେବେ ବୋଲି କେବେ ଭାବି ନ ଥିଲେ ହେଲେ ବିରାଟ କୋହଲିଙ୍କ ପରି ସେ ଯୁବପିଢିଙ୍କ ଆଗକୁ ଆଣିବାକୁ ଏହି ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ବିଶ୍ୱ ବିଜେତା ହେବା ପରେ ଅଧିନାୟକ କହିଛନ୍ତି, ବିଶ୍ୱକପ ଟ୍ରଫି ଜିତିବା ପରେ […] The post ଟି-୨୦ରୁ ସନ୍ନ୍ୟାସ ନେଇ ନଥାନ୍ତେ ରୋହିତ ଶର୍ମା, ହେଲେ ହଠାତ୍‌ କ’ଣ ଏମିତି ହେଲା ଯେ… appeared first on Dharitri Odia News.

ଟି-୨୦ରୁ ସନ୍ନ୍ୟାସ ନେଇ ନଥାନ୍ତେ ରୋହିତ ଶର୍ମା, ହେଲେ ହଠାତ୍‌ କ’ଣ ଏମିତି ହେଲା ଯେ…

ନୂଆଦିଲ୍ଲୀ,୩୦।୬: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଟାଇଟଲ ଜିତିଛି। ଏହାପରେ ବିରାଟ କୋହଲି ଓ କ୍ୟାପଟେନ ରୋହିତ ଶର୍ମା ସନ୍ନ୍ୟାସ ଘୋଷଣା କରିଛନ୍ତି। କିନ୍ତୁ ରୋହିତ ଅବସର ନେବେ ବୋଲି କେବେ ଭାବି ନ ଥିଲେ ହେଲେ ବିରାଟ କୋହଲିଙ୍କ ପରି ସେ ଯୁବପିଢିଙ୍କ ଆଗକୁ ଆଣିବାକୁ ଏହି ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ବିଶ୍ୱ ବିଜେତା ହେବା ପରେ ଅଧିନାୟକ କହିଛନ୍ତି, ବିଶ୍ୱକପ ଟ୍ରଫି ଜିତିବା ପରେ ବିଦାୟ ନେବା ଅପେକ୍ଷା କ’ଣ ଭଲ ହୋଇପାରେ?

ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ସାତ ରନ୍‌ରେ ପରାସ୍ତ କରିବା ପରେ ଗଣମାଧ୍ୟମକୁ ରୋହିତ କହିଛନ୍ତି, ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ଏହାକୁ ଛାଡିବା ପାଇଁ ଭଲ ସମୟ ଆଉ କ’ଣ ହୋଇପାରେ। ଯଦିଓ ସେ ଆଇପିଏଲ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ମୋ ଭବିଷ୍ୟତ ବିଷୟରେ ଏହିପରି ନିଷ୍ପତ୍ତି ନେଉ ନାହିଁ। ମୋତେ ଯାହା ଭଲ ଲାଗେ ମୁଁ ତାହା କରେ। ଭବିଷ୍ୟତ ବିଷୟରେ ମୁଁ ଅଧିକ ଚିନ୍ତା କରେ ନାହିଁ । ଗତ ବର୍ଷ ଓ୍ବାନ ଡେ ବିଶ୍ୱକପ ପରେ ମଧ୍ୟ ମୁଁ ଏହି ବିଶ୍ୱକପ ଖେଳି ପାରିବି କି ନାହିଁ ଭାବି ନ ଥିଲି। ସେ ଆହୁରି କହିଛନ୍ତି, ମୁଁ କେବେ ଭାବି ନ ଥିଲି ଯେ ମୁଁ ଟି-୨୦ରୁ ଅବସର ନେବି। କିନ୍ତୁ ଏବେକାର ପରିସ୍ଥିତି ଠିକ୍‌ ଅଟେ। ବିଶ୍ୱକପ ଜିତିବା ପରେ ବିଦାୟ ନେବା ଭଲ।

ରୋହିତ ମଧ୍ୟ ଦଳର ଜଣେ ସଦସ୍ୟ ଥିଲେ ଯିଏକି ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ରେ ପ୍ରଥମ ବିଶ୍ୱକପରେ ଟାଇଟଲ ଜିତିଥିଲେ। ତାଙ୍କ ଯାତ୍ରା ବିଷୟରେ ସେ କହିଛନ୍ତି, ଯେତେବେଳେ ୨୦୦୭ରେ ଯାତ୍ରା ଆରମ୍ଭ କରିଥିଲି, ସେତେବେଳେ ଆମେ ବିଶ୍ୱକପ ଜିତିଥିଲୁ ଏବଂ ବର୍ତ୍ତମାନ ମୁଁ ବିଶ୍ୱକପ ସହିତ ବିଦାୟ ନେଉଛି। ମୁଁ ବହୁତ ଖୁସି ସେତେବେଳେ ମୋତେ ୨୦ବର୍ଷ ହୋଇଥିଲା। ମୁଁ ଭବିଷ୍ୟତ ଖେଳାଳୀମାନଙ୍କୁ ସେମାନଙ୍କ ଭୂମିକା ତୁଲାଇବାକୁ କହୁଛି।

The post ଟି-୨୦ରୁ ସନ୍ନ୍ୟାସ ନେଇ ନଥାନ୍ତେ ରୋହିତ ଶର୍ମା, ହେଲେ ହଠାତ୍‌ କ’ଣ ଏମିତି ହେଲା ଯେ… appeared first on Dharitri Odia News.