ଏମିତି ଏକ ବଡ଼ ଦାବି ନେଇ ମୋଦିଙ୍କୁ ଚିଠି ଲେଖିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୭।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ଼ ବାଜି ଖେଳିଛନ୍ତି। ଯୁବ ଭୋଟରଙ୍କୁ ନିଜ ପାଖରେ ରଖିବା ପାଇଁ କେଜରିୱାଲ କେନ୍ଦ୍ର ନିକଟରେ ଏକ ବଡ଼ ଦାବି କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ମେଟ୍ରୋରେ ଛାତ୍ରୀଛାତ୍ରଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦାବି କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ। ଫେବୃଆରୀ ୫ରେ ଦିଲ୍ଲୀରେ ମତଦାନ ହେବ, […] The post ଏମିତି ଏକ ବଡ଼ ଦାବି ନେଇ ମୋଦିଙ୍କୁ ଚିଠି ଲେଖିଲେ କେଜରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ଼ ବାଜି ଖେଳିଛନ୍ତି। ଯୁବ ଭୋଟରଙ୍କୁ ନିଜ ପାଖରେ ରଖିବା ପାଇଁ କେଜରିୱାଲ କେନ୍ଦ୍ର ନିକଟରେ ଏକ ବଡ଼ ଦାବି କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ମେଟ୍ରୋରେ ଛାତ୍ରୀଛାତ୍ରଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ। ଫେବୃଆରୀ ୫ରେ ଦିଲ୍ଲୀରେ ମତଦାନ ହେବ, ଯେତେବେଳେ କି ଫେବୃଆରୀ ୮ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ସେହିପରି, ଆମ ଆଦମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀର ସମସ୍ତ ୭୦ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି। ଅନ୍ୟପକ୍ଷରେ, ଭାଜପା ଏବଂ କଂଗ୍ରେସ ମଧ୍ୟ ସେମାନଙ୍କର ସମସ୍ତ ୭୦-୭୦ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛନ୍ତି। ତଥାପି, ଭାଜପା ମେଣ୍ଟରେ ଥିବା ଅନ୍ୟ ଦୁଇ ଦଳ (ଜେଡିୟୁ-ଏଲଜେପି)କୁ ଗୋଟିଏ ଲେଖାଏଁ ଆସନ ଦେଇଛି।
ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି।
ଏଥିରେ ସେ ଦିଲ୍ଲୀ ମେଟ୍ରୋରେ ଛାତ୍ରମାନଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦାବି କରିଛନ୍ତି।
ଦିଲ୍ଲୀ ମେଟ୍ରୋରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉଭୟର ଅଂଶୀଦାର ଅଛି।
ଏଥିରେ ହେଉଥିବା ଖର୍ଚ୍ଚ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ବହନ କରିବା ଉଚିତ।
ଆମେ ବସରେ ଛାତ୍ରୀଛାତ୍ରମାନଙ୍କ ପାଇଁ ମାଗଣା ବସ ଯାତ୍ରା ଯୋଜନା କରୁଛୁ।
The post ଏମିତି ଏକ ବଡ଼ ଦାବି ନେଇ ମୋଦିଙ୍କୁ ଚିଠି ଲେଖିଲେ କେଜରିଓ୍ବାଲ appeared first on Dharitri Odia News.