ଏମିତି କ’ଣ କହିଦେଲେ ନିର୍ମଳା ସୀତାରାମନ, ଟେବୁଲ ବାଡେଇବାକୁ ଲାଗିଲେ ମୋଦି, ଭିଡିଓ…
ନୂଆଦିଲ୍ଲୀ,୧।୨: ୨୦୨୫ ବଜେଟରେ ଅନେକ ବଡ଼ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ କରଦାତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବଜେଟରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ଟିକସ ଛାଡ଼ ପାଇଁ ବ୍ୟବସ୍ଥା କରାଯାଇଛି। ଲୋକ ସଭାରେ ଅର୍ଥମନ୍ତ୍ରୀ ଏହା ଘୋଷଣା କରିବା ମାତ୍ରେ, ପ୍ରଧାନମନ୍ତ୍ରୀ ମୋଦି ଟେବୁଲ ବାଡେଇବା ଆରମ୍ଭ କରିଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଧାନମନ୍ତ୍ରୀ ବହୁତ ସମୟ ପର୍ଯ୍ୟନ୍ତ ଟେବୁଲ ବାଡେଇଥିଲେ। ଏହି […] The post ଏମିତି କ’ଣ କହିଦେଲେ ନିର୍ମଳା ସୀତାରାମନ, ଟେବୁଲ ବାଡେଇବାକୁ ଲାଗିଲେ ମୋଦି, ଭିଡିଓ… appeared first on Dharitri Odia News.
ନୂଆଦିଲ୍ଲୀ,୧।୨: ୨୦୨୫ ବଜେଟରେ ଅନେକ ବଡ଼ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ କରଦାତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବଜେଟରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ଟିକସ ଛାଡ଼ ପାଇଁ ବ୍ୟବସ୍ଥା କରାଯାଇଛି। ଲୋକ ସଭାରେ ଅର୍ଥମନ୍ତ୍ରୀ ଏହା ଘୋଷଣା କରିବା ମାତ୍ରେ, ପ୍ରଧାନମନ୍ତ୍ରୀ ମୋଦି ଟେବୁଲ ବାଡେଇବା ଆରମ୍ଭ କରିଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଧାନମନ୍ତ୍ରୀ ବହୁତ ସମୟ ପର୍ଯ୍ୟନ୍ତ ଟେବୁଲ ବାଡେଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୀତାରାମନଙ୍କ ଦ୍ୱାରା ଟିକସ ସମ୍ପର୍କରେ କରାଯାଇଥିବା ଘୋଷଣାରେ କୁହାଯାଇଛି ଯେ ଆଗାମୀ ସମୟରେ ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ୧୨ ରୁ ୧୬ ଲକ୍ଷ ଆୟ କରୁଥିବା ଲୋକଙ୍କୁ ମୋଟ ଆୟ ଉପରେ ୧୫ ପ୍ରତିଶତ ଆୟକର ଦେବାକୁ ପଡିବ, ୧୬ ରୁ ୨୦ ଲକ୍ଷ ଆୟ କରୁଥିବା ଲୋକଙ୍କୁ ୨୦ ପ୍ରତିଶତ ଟିକସ ଦେବାକୁ ପଡିବ, ୨୦ ରୁ ୨୪ ଲକ୍ଷ ଆୟ କରୁଥିବା ଲୋକଙ୍କୁ ୨୫ ପ୍ରତିଶତ ଟିକସ ଦେବାକୁ ପଡିବ, ଅଧିକ ଆୟ କରୁଥିବା ଲୋକଙ୍କୁ ୨୪ ଲକ୍ଷରୁ ଅଧିକ ଟଙ୍କା ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡିବ।
ଏଥିସହ, ଟିକସ ସଂଗ୍ରହ (TCS) ସୀମା ମଧ୍ୟ ୭ ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି, ଟିକସ ରିହାତି (TDS) ସୀମା ମଧ୍ୟ ୬ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି TDS ଦାୟିତ୍ୱ ହ୍ରାସ କରାଯାଇଛି। କେବଳ ଏତିକି ନୁହେଁ, ଭଡ଼ା ଉପରେ ଟିଡିଏସ ସୀମା ୨.୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ଟିକସ ସଂଗ୍ରହ (TCS) ଅର୍ଥ ହେଉଛି, ଯେତେବେଳେ ଭାରତୀୟ ନାଗରିକମାନେ ଅନ୍ୟ ଦେଶକୁ ଟଙ୍କା ପଠାନ୍ତି, ସେତେବେଳେ ଏହା ଉପରେ ଏକ ର୍ନିଦ୍ଦିଷ୍ଟ ପ୍ରତିଶତ ଟିକସ ଲାଗୁ ହୋଇଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଉଦାରୀକରଣ ରେମିଟାନ୍ସ ଯୋଜନା (LRS) ଅଧୀନରେ ରେମିଟାନ୍ସ ଉପରେ ଏହି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେବା ପରେ କାରବାର ସମୟରେ ବ୍ୟାଙ୍କ କିମ୍ବା ରେମିଟାନ୍ସ ସେବା ଦ୍ୱାରା ଏହି ଟିକସ କାଟି ନିଆଯାଏ।
The post ଏମିତି କ’ଣ କହିଦେଲେ ନିର୍ମଳା ସୀତାରାମନ, ଟେବୁଲ ବାଡେଇବାକୁ ଲାଗିଲେ ମୋଦି, ଭିଡିଓ… appeared first on Dharitri Odia News.