ରାତି ସାଢ଼େ ୧ଟାରେ ଉଠିବ ମହାଦୀପ

ଖୁଣ୍ଟୁଣୀ,୧୩ା୨(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ଆସନ୍ତା ୨୬ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ପୀଠର ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ଼ ଉପଜିଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ସଭାପତିତ୍ୱ କରିଥିଲେ। ଜାଗରଯାତ୍ରାରେ ଠାକୁରଙ୍କ ନୀତିକାନ୍ତି ସମ୍ପର୍କରେ ପୂଜକ ସମିତି ସମ୍ପାଦକ ନରେନ୍ଦ୍ର କୁମାର ପଣ୍ଡା ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ଦିନ ଭୋର ୪ଟାରେ ଠାକୁରଙ୍କ ଦ୍ୱାର […] The post ରାତି ସାଢ଼େ ୧ଟାରେ ଉଠିବ ମହାଦୀପ appeared first on Dharitri Odia News.

ରାତି ସାଢ଼େ ୧ଟାରେ ଉଠିବ ମହାଦୀପ

ଖୁଣ୍ଟୁଣୀ,୧୩ା୨(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ଆସନ୍ତା ୨୬ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ପୀଠର ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ଼ ଉପଜିଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ସଭାପତିତ୍ୱ କରିଥିଲେ। ଜାଗରଯାତ୍ରାରେ ଠାକୁରଙ୍କ ନୀତିକାନ୍ତି ସମ୍ପର୍କରେ ପୂଜକ ସମିତି ସମ୍ପାଦକ ନରେନ୍ଦ୍ର କୁମାର ପଣ୍ଡା ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ଦିନ ଭୋର ୪ଟାରେ ଠାକୁରଙ୍କ ଦ୍ୱାର ଫିଟାଯିବା ପରେ ଅବକାଶ ନୀତି, ମଙ୍ଗଳ ଆଳତି, ମହାସ୍ନାନ, ବଲ୍ଲଭ ଭୋଗ, ଚାରିଧୂପ, ଚାରି ପ୍ରହର ଲାଗି ନୀତିକାନ୍ତ ହେବ। ସନ୍ଧ୍ୟାରେ ଠାକୁରଙ୍କ ସ୍ବତନ୍ତ୍ର ବେଶ କରାଯିବ। ମା’ ପାର୍ବତୀ ଓ ଧବଳେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ସୁସଜ୍ଜିତ ବିମାନରେ ବେଢ଼ା ପରିକ୍ରମା କରାଯିବା ପରେ ରାତି ସାଢ଼େ ୧ଟାରେ ମହାଦୀପ ଉଠିବ ବୋଲି ପଣ୍ଡା କହିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୀଠ ନିକଟରେ ପୂଜକ ସମାଜ, ପୋଲିସ ପ୍ରଶାସନ ଓ ଦେବୋତ୍ତର ବିଭାଗ ସମନ୍ବୟ ରଖି ବ୍ୟାରିକେଡ୍‌ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସିସିଟିଭି ବ୍ୟବସ୍ଥା, ମନ୍ଦିର ପରିସର ଆଲୋକୀକରଣ, ସ୍ବାସ୍ଥ୍ୟ, ପାନୀୟଜଳ, ପରିମଳ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉପଜିଲାପାଳ ଶର୍ମା ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସହକାରୀ ଜିଲାପାଳ ମାନସ ରଞ୍ଜନ ବେହେରା, ଆଠଗଡ଼ ତହସିଲଦାର କ୍ଷେତ୍ରମୋହନ ସ୍ବାଇଁ, ଚୌଦ୍ୱାର ଏସ୍‌ଡିପିଓ ଉମାକାନ୍ତ ନାୟକ, ଉପଖଣ୍ଡ ଚିକିତ୍ସା ଅଧିକାରୀ ବିଜୟ କୁମାର ମିଶ୍ର, ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଦିଲୀପ ଦାସ, ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ରାତି ସାଢ଼େ ୧ଟାରେ ଉଠିବ ମହାଦୀପ appeared first on Dharitri Odia News.