ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର

ପାଟନା,୧୪।୧୦: ବିଜୟା ଦଶମୀ ଅବସରରେ ବିହାର ପାଟଣାର ଗାନ୍ଧୀ ମଇଦାନରେ ରାବଣ ପୋଡି କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧନୁରୁ ତୀର ମାରିବା ପରିବର୍ତ୍ତେ ଏହାକୁ ଫିଙ୍ଗି ଦେଇଥିଲେ। ତାଙ୍କ ସହ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଆୟୋଜକ ତଥା ବହୁ ନେତା ଏହି କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଥିଲେ। ରାବଣର ପୋଡି ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ରାବଣଙ୍କୁ ମାରିବା ପାଇଁ ସମସ୍ତେ ପ୍ରତୀକାତ୍ମକ […] The post ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର appeared first on Dharitri Odia News.

ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର

ପାଟନା,୧୪।୧୦: ବିଜୟା ଦଶମୀ ଅବସରରେ ବିହାର ପାଟଣାର ଗାନ୍ଧୀ ମଇଦାନରେ ରାବଣ ପୋଡି କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧନୁରୁ ତୀର ମାରିବା ପରିବର୍ତ୍ତେ ଏହାକୁ ଫିଙ୍ଗି ଦେଇଥିଲେ। ତାଙ୍କ ସହ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଆୟୋଜକ ତଥା ବହୁ ନେତା ଏହି କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଥିଲେ। ରାବଣର ପୋଡି ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ରାବଣଙ୍କୁ ମାରିବା ପାଇଁ ସମସ୍ତେ ପ୍ରତୀକାତ୍ମକ ଭାବରେ ଧନୁ ଏବଂ ତୀରକୁ ଧରିଥିଲେ ଏବଂ ସମସ୍ତେ ଧନୁରେ ଏକ ତୀର ଲଗାଇ ତାରକୁ ଟାଣିଥିବାର ଦେଖାଯାଇଥିଲା, କିନ୍ତୁ ନୀତୀଶ କୁମାର ଧନୁ ଓ ତୀର ଫିଙ୍ଗିଥିଲେ।
ଅସଲ କଥା ହେଲା ନୀତୀଶ କୁମାର ତୀର ମାରିବାକୁ ଲକ୍ଷ୍ୟ କରୁଥିବା ବେଳେ ଏହା ତାଙ୍କ ହାତରୁ ଖସି ଯାଇଥିଲା। ଯାହାପରେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆଲୋଚନା ହେଉଛି କି ନୀତୀଶଙ୍କ ହାତରୁ ତୀର ଖସିଯିବା ପରି ପଦ ଖସିଯିବନି ତ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଧନୁ ଓ ତୀର ଖସିଯିବାର ଭିଡିଓ ଭାଇରାଲ ହୋଇଛି। ଏକ୍ସରେ ହଜାର ହଜାର ଲୋକ ଏହା ଦେଖିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏହାକୁ ଦେଖି ପ୍ରତିକ୍ରିୟା ଦେଇଛନ୍ତି। ଧନୁ ଏବଂ ତୀର ଖସିଯିବା ପରେ ନୀତୀଶ କୁମାର କିଛି ସମୟ ତଳକୁ ଚାହିଁ ରହିଲେ। ଏହା ପରେ ସେ ରାଜ୍ୟପାଳଙ୍କୁ ସଙ୍କେତ ଦେଇଥିଲେ ଯେ ଧନୁତୀର ତଳେ ପଡ଼ିଯାଇଛି। ଏହା ପରେ ସେ ପଛକୁ ଯାଇ ବସିବାକୁ ଗଲେ। ଏବେ ଲୋକମାନେ ଏହି ଭିଡିଓକୁ ବହୁତ ଦେଖୁଛନ୍ତି। ଏହି ଭିଡିଓ କ୍ରମାଗତ ଭାବରେ ଏକ୍ସରେ ପୋଷ୍ଟ କରାଯାଉଛି।

 

The post ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର appeared first on Dharitri Odia News.