ଏମିତି ବି ଆସେ ମୃତ୍ଯୁ, ଗଛ ଡାଳ ପଡି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର ୨୩।୭: ଆଧ୍ଯାତ୍ମିକ ମନୋଭାବ ନେଇ ଗାଁ ପିଲା ମିଶି ମନ୍ଦିର କାମ କରୁଥିଲେ । ଏହି ସମୟରେ ମନ୍ଦିର ଠାରେ ବାହାରିଥିଲା ଏକ ବିଷଧର ସାପ । ସାପ ଘଉଡାଇ ମନ୍ଦିର ନିକଟରେ ଏକ ଗଛ ମୂଳରେ ସମସ୍ତେ ଠିଆ ହୋଇଥିଲେ । ସେହି ସମୟରେ ପୂର୍ବରୁ ପବନରେ ଭାଙ୍ଗି ଅଧା ଲଟକି ରହିଥିବା ଏକ ବିରାଟକାୟ ଗଛ ଡାଳ ଖସିପଡିଥିଲା । ତଳେ ଠିଆ ହୋଇଥିବା ଯୁବକଙ୍କ ମୃତ୍ଯୁ ଘଟିଛି । ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରଭା ଗାଁରେ । ମୃତ ଯୁବକ ଗାଁର ପ୍ରକାଶ ସେଠୀ । ତାଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡିଛି । ପ୍ରକାଶଙ୍କ ଏଭଳି ମୃତ୍ଯୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।You Can Read:ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ଅଧିକ ବର୍ଷା ହେଲେ ଭଲ : ଜଳସମ୍ପଦ ମୁଖ୍ୟଯନ୍ତ୍ରୀ

ଏମିତି ବି ଆସେ ମୃତ୍ଯୁ, ଗଛ ଡାଳ ପଡି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର ୨୩: ଆଧ୍ଯାତ୍ମିକ ମନୋଭାବ ନେଇ ଗାଁ ପିଲା ମିଶି ମନ୍ଦିର କାମ କରୁଥିଲେ । ଏହି ସମୟରେ ମନ୍ଦିର ଠାରେ ବାହାରିଥିଲା ଏକ ବିଷଧର ସାପ । ସାପ ଘଉଡାଇ ମନ୍ଦିର ନିକଟରେ ଏକ ଗଛ ମୂଳରେ ସମସ୍ତେ ଠିଆ ହୋଇଥିଲେ । ସେହି ସମୟରେ ପୂର୍ବରୁ ପବନରେ ଭାଙ୍ଗି ଅଧା ଲଟକି ରହିଥିବା ଏକ ବିରାଟକାୟ ଗଛ ଡାଳ ଖସିପଡିଥିଲା । ତଳେ ଠିଆ ହୋଇଥିବା ଯୁବକଙ୍କ ମୃତ୍ଯୁ ଘଟିଛି । ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରଭା ଗାଁରେ । ମୃତ ଯୁବକ ଗାଁର ପ୍ରକାଶ ସେଠୀ । ତାଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡିଛି । ପ୍ରକାଶଙ୍କ ଏଭଳି ମୃତ୍ଯୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

You Can Read:

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ, ଅଧିକ ବର୍ଷା ହେଲେ ଭଲ : ଜଳସମ୍ପଦ ମୁଖ୍ୟଯନ୍ତ୍ରୀ