ଏମିତି ମଣିଷକୁ ନର୍କରେ ବି ଜାଗା ମିଳିବନି !
ଗତ ବୁଧବାର ରାତିରେ ମା’ଙ୍କ ପାଇଁ ମେଡିସିନ ଆଣି ନାବାଳିକାଜଣକ ଲିଫ୍ଟରେ ୱାର୍ଡକୁ ଫେରୁଥିଲେ। ଉକ୍ତ ସମୟରେ ତାଙ୍କୁ ଏକୁଟିଆ ପାଇ ପ୍ରତାପ ତାଙ୍କ ସହ ଅଶାଳୀନ ବ୍ୟବହାର ଦେଖାଇବାକୁ ଲାଗିଲେ। ଏପରିକି ନାବାଳିକାଜଣକ ଯେତେ ପ୍ରତିବାଦ କଲେ ମଧ୍ୟ ସେ ତାହାକୁ ଖାତିର କଲେନି। ଶେଷରେ ପ୍ରତାପଙ୍କ ଆଚରଣରେ ଭୟଭୀତ ହୋଇ ପଡ଼ିଥିବା ପୀଡ଼ିତା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ।
ମା’ର ଦୁଇଟି ଯାକ କିଡ଼ନୀ ଖରାପ ହୋଇ ଯାଇଥିବା ବେଳେ ସେବା ଶୁଶ୍ରୁଷା ପାଇଁ ପାଖେପାଖେ ରହୁଥିଲା ନାବାଳିକା ଝିଅ। ମେଡିକାଲରେ ମା’ ପାଖେପାଖେ ଛାଇ ହୋଇ ରହିଥିଲା ଝିଅ । ବୁଝୁଥିଲା ମା’ର ଭଲମନ୍ଦ। ମାତ୍ର ଘଟିଲା ଅଭାବନୀୟ ଘଟଣା । ନିଜ ଅସହାୟ ମା’ ପାଇଁ ମେଡିକାଲରେ ପଡ଼ି ରହିଥିବା ନାବାଳିକା ଝିଅ ବଳାତ୍କାର ଉଦ୍ୟମର ଶିକାର ହେଲା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି।