ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ

ବ୍ରହ୍ମପୁର,୧୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ରାୟଗଡ଼ା ଓ କୋରାପୁଟ ଜିଲାରେ ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ୪ ଶିଶୁଙ୍କ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି)ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣକୁ ଇଣ୍ଟେସିଭ କେୟାର ୟୁନିଟ(ଆଇସିୟୁ) ଓ ଆଉ ଜଣଙ୍କୁ ଶିଶୁ ବିଭାଗର ହାଇ ଡିପେଡେନ୍ସି ୟୁନିଟ (ଏଚଡିୟୁ)ରେ ରଖାଯାଇଛି। ଡିପ୍‌ଥେରିଆ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଶିଶୁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ସଙ୍ଗରୋଧ କକ୍ଷ […] The post ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ appeared first on Dharitri Odia News.

ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ

ବ୍ରହ୍ମପୁର,୧୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ରାୟଗଡ଼ା ଓ କୋରାପୁଟ ଜିଲାରେ ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ୪ ଶିଶୁଙ୍କ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି)ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣକୁ ଇଣ୍ଟେସିଭ କେୟାର ୟୁନିଟ(ଆଇସିୟୁ) ଓ ଆଉ ଜଣଙ୍କୁ ଶିଶୁ ବିଭାଗର ହାଇ ଡିପେଡେନ୍ସି ୟୁନିଟ (ଏଚଡିୟୁ)ରେ ରଖାଯାଇଛି। ଡିପ୍‌ଥେରିଆ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଶିଶୁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ସଙ୍ଗରୋଧ କକ୍ଷ କରାଯାଇଛି। ହାଇଦ୍ରାବାଦରୁ ପ୍ରତିରୋଧକ ଟିକା ଅଣାଯାଇ ସେମାନଙ୍କୁ ଦିଆଯାଇଛି।

ଗତ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରୁ ୫ ଜଣ ଡିପ୍‌ଥେରିଆ ରୋଗୀ ରେଫର ହୋଇ ଏମ୍‌କେସିଜି ମେଡିକାଲ ଶିଶୁ ବିଭାଗକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଫାଲସୀ ମାଝି ନାମ୍ନୀ ଶିଶୁ କନ୍ୟାଙ୍କ ଗତ ୧୩ ତାରିଖରେ ମୃତ୍ୟୁ ହୋଇଥିଲା। ଏବେ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଗ୍ରାମର ସୁବାରାଓ ମେଲେକାଙ୍କ ପୁଅ ଜିପୁନ, ରାୟଗଡା ଜିଲାର ପବିତ୍ର ମାଝୀ, ଜୟରାମ ମାଝୀ, ମହେନ୍ଦ୍ର ମାଝୀଙ୍କ ଚିକିତ୍ସା ଚାଲିଛି। ସମସ୍ତଙ୍କ ବୟସ ୧୦ରୁ ୧୨ବର୍ଷ ଭିତରେ ରହିଛି। ଚିକିତ୍ସା ସେବାକୁ ତ୍ୱରାନ୍ବିତ କରାଯାଇଥିବା ଏମ୍‌କେସିଜି ଶିଶୁରୋଗ ବିଭାଗ ମୁଖ୍ୟ ବିଶେଷଜ୍ଞ ପ୍ରଫେସର ଡା.ନରେନ୍ଦ୍ର ବେହେରା ସାକ୍ଷାତ ବେଳେ କହିଛନ୍ତି। ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ରସୁଲଗୁଡସ୍ଥିତ ଆଞ୍ଚଳିକ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ବେଳେ ଗଳାରୁ ମିଳିଥିବା ପୂଜ ଏମ୍‌କେସିଜି ମାଇକ୍ରୋ ବାୟୋଲୋଜି ବିଭାଗକୁ ପଠାଯାଇଛି। ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବାୟୋଟିକ ଓ ଭାକ୍ସିନ ମହଜୁଦ ରହିଛି ବୋଲି ସେ କହିଛନ୍ତି।

The post ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ appeared first on Dharitri Odia News.