ଏମ୍ବାପେଙ୍କ ଲିଭରପୁଲ୍, ବାର୍ସିଲୋନା କ୍ଲବ ଯିବା ନେଇ ଚର୍ଚ୍ଚା: ଜାଣନ୍ତୁ କେତେ ରହିଛି ମୂଲ୍ୟ
ପ୍ୟାରିସ୍, ୨ା୧ ନୂତନ ବର୍ଷ ଆରମ୍ଭ ହୋଇଥିବା ବେଳେ ପ୍ୟାରିସ୍ ସେଣ୍ଟ ଜର୍ମେନ(ପିଏସ୍ଜି) ଫରଓ୍ବାର୍ଡ କିଲିଆନ୍ ଏମ୍ବାପେଙ୍କ ଭବିଷ୍ୟତକୁ ନେଇ କାଉଣ୍ଟ ଡାଉନ୍(ଅବଗଣନା) ଆରମ୍ଭ ହୋଇଛି। ୨୦୨୪ ପିଏସ୍ଜିରେ ଏମ୍ବାପେଙ୍କ ଶେଷ ବର୍ଷ ହୋଇଥିବା ବେଳେ ସେ କେଉଁ କ୍ଲବରେ ଯୋଗଦେବେ ତାହାକୁ ନେଇ ପୂର୍ବାନୁମାନ ଜାରି ହୋଇଛି। ପିଏସ୍ଜି ପକ୍ଷରୁ ତାଙ୍କୁ ୧ ବର୍ଷର ଚୁକ୍ତି ନବୀକରଣ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏମ୍ବାପେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆସନ୍ତା ଜୁନ୍ ୨୦୨୪ରେ ଏମ୍ବାପେଙ୍କ ଚୁକ୍ତି ଶେଷ […] The post ଏମ୍ବାପେଙ୍କ ଲିଭରପୁଲ୍, ବାର୍ସିଲୋନା କ୍ଲବ ଯିବା ନେଇ ଚର୍ଚ୍ଚା: ଜାଣନ୍ତୁ କେତେ ରହିଛି ମୂଲ୍ୟ appeared first on Dharitri Odia News.
ପ୍ୟାରିସ୍, ୨ା୧ ନୂତନ ବର୍ଷ ଆରମ୍ଭ ହୋଇଥିବା ବେଳେ ପ୍ୟାରିସ୍ ସେଣ୍ଟ ଜର୍ମେନ(ପିଏସ୍ଜି) ଫରଓ୍ବାର୍ଡ କିଲିଆନ୍ ଏମ୍ବାପେଙ୍କ ଭବିଷ୍ୟତକୁ ନେଇ କାଉଣ୍ଟ ଡାଉନ୍(ଅବଗଣନା) ଆରମ୍ଭ ହୋଇଛି। ୨୦୨୪ ପିଏସ୍ଜିରେ ଏମ୍ବାପେଙ୍କ ଶେଷ ବର୍ଷ ହୋଇଥିବା ବେଳେ ସେ କେଉଁ କ୍ଲବରେ ଯୋଗଦେବେ ତାହାକୁ ନେଇ ପୂର୍ବାନୁମାନ ଜାରି ହୋଇଛି।
ପିଏସ୍ଜି ପକ୍ଷରୁ ତାଙ୍କୁ ୧ ବର୍ଷର ଚୁକ୍ତି ନବୀକରଣ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏମ୍ବାପେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆସନ୍ତା ଜୁନ୍ ୨୦୨୪ରେ ଏମ୍ବାପେଙ୍କ ଚୁକ୍ତି ଶେଷ ହେଉଥିବା ବେଳେ ସେ ଅନ୍ୟ କ୍ଲବମାନଙ୍କ ସହ ଆଲୋଚନା କରିପାରନ୍ତି। ସେ ଲିଭରପୁଲ୍ କିମ୍ବା ବାର୍ସିଲୋନା ଯିବାର ସମ୍ଭାବନା ଅଧିକ ରହିଛି।
୨୦୧୭ରେ ମୋନାକୋରୁ ଲୋନ୍ରେ ଆସି ପିଏସ୍ଜି ସହିତ ସାମିଲ ହୋଇଥିଲେ ଏମ୍ବାପେ। ସେ ସମୟରେ ତାଙ୍କ ମୂଲ୍ୟ ୧୮୦ ମିଲିୟନ୍ ୟୁରୋ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୧୯୯ ମିଲିୟନ୍ ଡଲାରରେ ପହଞ୍ଚିଛି।
୨୫ ବର୍ଷୀୟ ଏମ୍ବାପେ ପିଏସ୍ଜି ଇତିହାସର ସର୍ବକାଳୀନ ଶ୍ରେଷ୍ଠ ଗୋଲ ସ୍କୋରର ରହିବା ସହିତ ୨୩୩ ଗୋଲ କରିଛନ୍ତି। ଏହା ବ୍ୟତୀତ ଫ୍ରାନ୍ସ ପାଇଁ ସେ ୪୬ ଗୋଲ ଦେଇଛନ୍ତି। ଚଳିତ ସିଜନରେ ଏମ୍ବାପେ ୨୨ ମ୍ୟାଚ୍ରୁ ୨୧ ଗୋଲ ଦେଇଥିଲେ ମଧ୍ୟ ପିଏସ୍ଜି ୧-୪ରେ ନ୍ୟୁ କ୍ୟାସେଲ୍ ଓ ୧-୨ରେ ଏସି ମିଲାନ୍ ନିକଟରୁ ହାରି ଯାଇଥିଲା। ଦଳର ଡିଫେନ୍ସ ଅତ୍ୟନ୍ତ ଦୁର୍ବଳ ରହିଥିବା ନେଇ ମଧ୍ୟ ଏମ୍ବାପେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ବାଲନ୍ ଡି ଅର ଓ ଇଂଲିଶ ପ୍ରିମିୟର ଲିଗ୍ ଟାଇଟଲ ଜିତିବା ଏମ୍ବାପେଙ୍କ ସ୍ବପ୍ନ ରହିଥିବା ବେଳେ ତାଙ୍କୁ କ୍ଲବ୍ ସୁଇଚ୍ କରିବାକୁ ପଡ଼ିବ।
The post ଏମ୍ବାପେଙ୍କ ଲିଭରପୁଲ୍, ବାର୍ସିଲୋନା କ୍ଲବ ଯିବା ନେଇ ଚର୍ଚ୍ଚା: ଜାଣନ୍ତୁ କେତେ ରହିଛି ମୂଲ୍ୟ appeared first on Dharitri Odia News.