ଏମ୍ସରୁ ମିଳିଲା ରୋଗୀଙ୍କ ଝୁଲନ୍ତା ମୃତଦେହ

ଦିଲୀପ ଗତ ଡିସେମ୍ବର ୫ ତାରିଖରେ AIIMS ଅର୍ଥୋପେଡିକ ୱାର୍ଡରେ ଭର୍ତ୍ତି ହୋଇଥିଲେ।

ଏମ୍ସରୁ ମିଳିଲା ରୋଗୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର AIIMS ଅର୍ଥୋପେଡିକ ୱାର୍ଡ ଭିତରେ ଜଣେ ରୋଗୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ବେଡ୍ ଉପରେ ଲାଗିଥିବା ଫ୍ୟାନରୁ ରୋଗୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଦିଲୀପ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଯାଜପୁର ଜିଲ୍ଲା ଅଟଳପୁର ଗାଁର ୭୦ ବର୍ଷୀୟ ଦିଲୀପ କୁମାର ସାହୁ।

ଦିଲୀପ ଗତ ଡିସେମ୍ବର ୫ ତାରିଖରେ AIIMS ଅର୍ଥୋପେଡିକ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେ ୫ନମ୍ବର ବେଡ୍‌ରେ ରହୁଥିଲେ। ଆଜି ସକାଳେ ନିଜ ବେଡ୍‌ ଉପରେ ଲାଗିଥିବା ଫ୍ୟାନରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଦିଲୀପ ରହୁଥିବା ୱାର୍ଡରେ ୧୦ ଜଣ କର୍ମଚାରୀ ନିୟୋଜିତ ଥିଲେ। ଏଥିସହ ୱାର୍ଡରେ ଆଟେନାଣ୍ଟ ଭାବେ ଦିଲୀପଙ୍କ ପାଖରେ ତାଙ୍କ ଝିଅ ରହୁଥିଲେ।

ତେବେ ପ୍ରଶ୍ନ ଉଠୁଛି ୱାର୍ଡରେ ଏତେ ଲୋକ ଥିବା ସତ୍ତ୍ୱେ କେମିତି ଏଭଳି ଘଟଣା ଘଟିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି AIIMS କର୍ତ୍ତୃପକ୍ଷ କହିଛନ୍ତି ।