ତୁଡୁକିବାଡ଼ିରେ ଧୂମ୍‌ଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇଛି। ଦାରିଙ୍ଗବାଡ଼ି ଚାରିଛକ ଓ ତୁଡୁକିବାଠାରେ ଅସ୍ଥାୟୀ ମଣ୍ଡପକୁ ସୁସଜ୍ଜିତ କରାଯିବା ସହ ବରଣମାଳା ଓ ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ମଣ୍ଡପ। ବୁଧବାର ଏହି ପୂଜାର ଆରମ୍ଭ ହୋଇଥିବା ବେଳେ ଏକ ସପ୍ତାହ ଧରି ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡ଼ିଛି। ତୁଡୁକିବାଡ଼ି ସାହିରେ ଏହି ପୂଜା ପାଇଁ ଉତ୍ସବମୁଖର ହୋଇଥିବା ବେଳେ ଗାଁର ଶିଶୁଠାରୁ ଆରମ୍ଭ […] The post ତୁଡୁକିବାଡ଼ିରେ ଧୂମ୍‌ଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.

ତୁଡୁକିବାଡ଼ିରେ ଧୂମ୍‌ଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇଛି। ଦାରିଙ୍ଗବାଡ଼ି ଚାରିଛକ ଓ ତୁଡୁକିବାଠାରେ ଅସ୍ଥାୟୀ ମଣ୍ଡପକୁ ସୁସଜ୍ଜିତ କରାଯିବା ସହ ବରଣମାଳା ଓ ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ମଣ୍ଡପ। ବୁଧବାର ଏହି ପୂଜାର ଆରମ୍ଭ ହୋଇଥିବା ବେଳେ ଏକ ସପ୍ତାହ ଧରି ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଜଣାପଡ଼ିଛି। ତୁଡୁକିବାଡ଼ି ସାହିରେ ଏହି ପୂଜା ପାଇଁ ଉତ୍ସବମୁଖର ହୋଇଥିବା ବେଳେ ଗାଁର ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗଜଲକ୍ଷ୍ମୀଙ୍କ ସେବା ପାଇଁ କାର୍ଯ୍ୟ କରୁଛନ୍ତି।

କାର୍ଯ୍ୟକ୍ରମକୁ ପ୍ରଭଞ୍ଜନ ନାୟକଙ୍କ ଆବାହନ କ୍ରମେ କମିଟିର ସଭାପତି ଝପର ନାୟକ, ମ୍ୟାନେଜର ବରୁଣ ଦଳବେହେରା, ମହେଶ୍ୱର ମଲିକ, ଅସିତ ମଲିକ, ଅନିଲ ମଲିକ, ଅଜୟ ମଲିକ, ସୁନୀଲ ପ୍ରଧାନ, ଶକ୍ତି ମଲିକ,ଶଙ୍କର ମାଳ ବିଷୋୟୀ, ସିଲନ ଦଳବେହେରା,ବରନିଧି ମଲିକ, ମୁନା ନାୟକ, ଗୋବିନ୍ଦ ଦିଗାଲଙ୍କ ସମେତ ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

The post ତୁଡୁକିବାଡ଼ିରେ ଧୂମ୍‌ଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.