ଏଲଇଡି ବଲ୍ବ ଗିଳିଦେଲା ୫ ବର୍ଷର ଶିଶୁ, ତୃତୀୟ ଥରରେ ସଫଳ ହେଲା ଅସ୍ତ୍ରୋପଚାର
ନୂଆଦିଲ୍ଲୀ: ଏଲଇଡି ବଲ୍ବ ଗିଳିଦେଲା ୫ ବର୍ଷର ଶିଶୁ। ଦୁଇ ଦୁଇ ଥରର ଚେଷ୍ଟା ପରେ ଫେଲ୍ ମାରିଲା ଅପରେସନ୍। ଶେଷରେ ଡାକ୍ତରୀ ଟିମଙ୍କ ଅଦମ୍ୟ ଚେଷ୍ଟା ବଳରେ ପିଲାଟି ପାଇଲା ନୂଆ ଜୀବନ। ଚେନ୍ନାଇ ଶ୍ରୀ ରାମଚନ୍ଦ୍ର ହସ୍ପିଟାଲରେ ଶିଶୁ ଶରୀରରୁ ସଫଳତାର ସହ କଢାଯାଇଛି ଏଲ୍ଇଡି ବଲ୍ବ। ପ୍ରକାଶଥାଉକି- ୫ ବର୍ଷର ପିଲାଟି ଖେଳୁଥିବା ସମୟରେ LED ବଲ୍ବକୁ ଗିଳି ଦେଇଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଦୁଇ ଦୁଇ ଥର ଚେଷ୍ଟା କରାଯାଇଥିଲେ ବି ବିଫଳ ହୋଇଥିଲା। ଅନ୍ୟ ଦୁଇଟି (bronchoscopic) ବ୍ରୋଞ୍ଚୋସ୍କୋପିକ୍ ମାଧ୍ୟମରେ ଚେଷ୍ଟା କରାଯାଇଥିଲେ ବି ବିଫଳ ହୋଇଥିଲା। ଶେଷରେ ଚେନ୍ନାଇ ଶ୍ରୀ ରାମଚନ୍ଦ୍ର ହସ୍ପିଟାଲରେ ଓପନ୍ ହାର୍ଟ ସର୍ଜରୀ ଜରିଆରେ ଏହି ଏଲଇଡି ବଲ୍ବକୁ ସଫଳତାର ସହ କଢାଯାଇଛି। ତେବେ ଏହା ଜଟିଳ ଅସ୍ତ୍ରୋପଚାର ଥିବାରୁ ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ ଥିଲେ। ସିଟି ସ୍କାନ ସାହାଯ୍ୟରେ SRH ମେଡିକାଲ୍ ଟିମ୍ ଶିଶୁର ଫୁସଫୁସ୍ ଟ୍ୟୁବ୍ର (ସେଗମେଣ୍ଟାଲ୍ ବ୍ରୋଙ୍କସ୍)ରେ ଏଲଇଡି ବଲ୍ବ ଥିବା ଜାଣିବାକୁ ପାଇଥିଲେ।ଏହା ପରେ ଶିଶୁର ପିତାମାତାଙ୍କୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଏଲଇଡି ବଲ୍ବକୁ ଅପସାରଣ କରିବା ପାଇଁ ଓପନ୍ ହାର୍ଟ ସର୍ଜରୀ ଏବଂ ଆଇସିୟୁ ଏବଂ ଭେଣ୍ଟିଲେସନ୍ ପରାମର୍ଶ ଦିଆଯାଇଥିଲା ବୋଲି ହସ୍ପିଟାଲ କହିଛି।ଅବଶ୍ୟ, ସର୍ଜନମାନେ ନିଜେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଏଲଇଡି ବଲ୍ବକୁ ସୁରକ୍ଷିତ ଭାବର
ନୂଆଦିଲ୍ଲୀ: ଏଲଇଡି ବଲ୍ବ ଗିଳିଦେଲା ୫ ବର୍ଷର ଶିଶୁ। ଦୁଇ ଦୁଇ ଥରର ଚେଷ୍ଟା ପରେ ଫେଲ୍ ମାରିଲା ଅପରେସନ୍। ଶେଷରେ ଡାକ୍ତରୀ ଟିମଙ୍କ ଅଦମ୍ୟ ଚେଷ୍ଟା ବଳରେ ପିଲାଟି ପାଇଲା ନୂଆ ଜୀବନ। ଚେନ୍ନାଇ ଶ୍ରୀ ରାମଚନ୍ଦ୍ର ହସ୍ପିଟାଲରେ ଶିଶୁ ଶରୀରରୁ ସଫଳତାର ସହ କଢାଯାଇଛି ଏଲ୍ଇଡି ବଲ୍ବ।
ପ୍ରକାଶଥାଉକି- ୫ ବର୍ଷର ପିଲାଟି ଖେଳୁଥିବା ସମୟରେ LED ବଲ୍ବକୁ ଗିଳି ଦେଇଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଦୁଇ ଦୁଇ ଥର ଚେଷ୍ଟା କରାଯାଇଥିଲେ ବି ବିଫଳ ହୋଇଥିଲା। ଅନ୍ୟ ଦୁଇଟି (bronchoscopic) ବ୍ରୋଞ୍ଚୋସ୍କୋପିକ୍ ମାଧ୍ୟମରେ ଚେଷ୍ଟା କରାଯାଇଥିଲେ ବି ବିଫଳ ହୋଇଥିଲା।
ଶେଷରେ ଚେନ୍ନାଇ ଶ୍ରୀ ରାମଚନ୍ଦ୍ର ହସ୍ପିଟାଲରେ ଓପନ୍ ହାର୍ଟ ସର୍ଜରୀ ଜରିଆରେ ଏହି ଏଲଇଡି ବଲ୍ବକୁ ସଫଳତାର ସହ କଢାଯାଇଛି। ତେବେ ଏହା ଜଟିଳ ଅସ୍ତ୍ରୋପଚାର ଥିବାରୁ ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ ଥିଲେ।
ସିଟି ସ୍କାନ ସାହାଯ୍ୟରେ SRH ମେଡିକାଲ୍ ଟିମ୍ ଶିଶୁର ଫୁସଫୁସ୍ ଟ୍ୟୁବ୍ର (ସେଗମେଣ୍ଟାଲ୍ ବ୍ରୋଙ୍କସ୍)ରେ ଏଲଇଡି ବଲ୍ବ ଥିବା ଜାଣିବାକୁ ପାଇଥିଲେ।
ଏହା ପରେ ଶିଶୁର ପିତାମାତାଙ୍କୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଏଲଇଡି ବଲ୍ବକୁ ଅପସାରଣ କରିବା ପାଇଁ ଓପନ୍ ହାର୍ଟ ସର୍ଜରୀ ଏବଂ ଆଇସିୟୁ ଏବଂ ଭେଣ୍ଟିଲେସନ୍ ପରାମର୍ଶ ଦିଆଯାଇଥିଲା ବୋଲି ହସ୍ପିଟାଲ କହିଛି।
ଅବଶ୍ୟ, ସର୍ଜନମାନେ ନିଜେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଏଲଇଡି ବଲ୍ବକୁ ସୁରକ୍ଷିତ ଭାବରେ ବାହାର କରିବାରେ ସକ୍ଷମ ହୋଇଥିଲେ।
ପିଲାଟିର ଆଇସିୟୁ କିମ୍ବା ଭେଣ୍ଟିଲେସନ୍ର ଆବଶ୍ୟକ ପଡ଼ିନଥିଲା। ପରବର୍ତ୍ତୀ ସମୟରେ ଡିସଚାର୍ଜ କରାଯାଇଥିଲା।