ଏଲଏଲସିସି କପ୍‌: ୩୨୬ ରନରେ ଜିତିଲା ସହିଦ ସ୍ପୋର୍ଟିଂ

ଆଜି ଦଳ ଏକତରଫା ଭାବେ ଏଲଏଲସିସିର ବି’ ଟିମକୁ ୩୨୬ ରନରେ ହରାଇ ନୂଆ ରେକର୍ଡ କରିଛି।

ଏଲଏଲସିସି କପ୍‌: ୩୨୬ ରନରେ ଜିତିଲା ସହିଦ ସ୍ପୋର୍ଟିଂ

ସହିଦ ସ୍ପୋର୍ଟିଂର ବୃହତ୍ତ ତଥା ରେକର୍ଡ ବିଜୟ। ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ ପକ୍ଷରୁ ଖେଳା ଯାଉଥିବା ୧୪ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟର ସୁପର ନକଆଉଟ ଷ୍ଟେଜରେ ସହିଦ ସ୍ପୋର୍ଟିଂର ସୁପର ଶୋ’।

ଆଜି ଦଳ ଏକତରଫା ଭାବେ ଏଲଏଲସିସିର ବି’ ଟିମକୁ ୩୨୬ ରନରେ ହରାଇ ନୂଆ ରେକର୍ଡ କରିଛି। ପ୍ରଥମେ ବ୍ୟାଟିଂ କରି ସହିଦ ସ୍ପୋର୍ଟିଂ ମାତ୍ର ଗୋଟିଏ ୱିକେଟ ହରାଇ ନିର୍ଦ୍ଧାରିତ ୩୦ ଓଭରରେ ଗୋଟିଏ ୱିକେଟ ହରାଇ ୩୯୦ ରନ କରିଥିଲା।

ଦଳ ପକ୍ଷରୁ ଋତୁରାଜ ମହାନ୍ତି ୬୪ ବଲରେ ୧୧୨ ରନ ଓ ଆଦିତ୍ୟ ରାଜ ୫୩ ବଲରେ ଶତକ ହାସଲ କରିବା ପରେ ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ଅଧିନାୟକ ମହେଶ କୁମାର ପଣ୍ଡା ୩୭ ବଲରେ ଅପରାଜିତ ୬୯ ଓ ଓମ ପ୍ରକାଶ ନାୟକ ୧୯ ବଲରେ ଅପରାଜିତ ୨୫ ରନ କରି ଦଳକୁ ବିଶାଳ ୩୯୦ ରନରେ ପହଞ୍ଚାଇଥିଲେ। ଦଳର ଏକମାତ୍ର ବ୍ୟାଟର ଭାବେ ସୁପ୍ରିତ ମିଶ୍ର ୮ ରନ କରି ଆଉଟ ହୋଇଥିଲେ। ତାଙ୍କ ୱିକେଟ ଶ୍ରିୟାଂଶୁ ରାଜଗୁର ନେଇଥିଲେ।

୩୦ ଓଭରରେ ୩୯୧ ରନର ଟାର୍ଗେଟ ପାଇଥିବା ଏଲଏଲସିସି ବି’ ଟିମ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କେବଳ ଶୁଭାନ କୁମାର(୧୨)ଙ୍କୁ ଛାଡ଼ି ଦେଳେ ଦଳର କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ପୂରା ଟିମ ୨୭.୧ ଓଭରରେ କେବଳ ୬୪ ରନ କରି ଅଲଆଉଟ ହୋଇ ଯାଇଥିଲା।

ଏକତରଫା ୩୨୬ ରନର ବିଜୟ ସହ ସହିଦ ସ୍ପୋର୍ଟିଂ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଦଳ ପାଇଁ ଅପରାଜିତ ୧୧୨ ରନ ସହ ବୋଲିଂରେ ଦୁଇଟି ୱିକେଟ ନେଇଥିବା ଋତୁରାଜ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।